ଜୋରକୁ ଗାଧୋଇବାକୁ ଯାଇ ଫସିଲେ ମହିଳା, ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର ଜାରି

Published By : Prameya-News7 Bureau | September 14, 2021 IST

ଅନୁଗୁଳ ୧୪/୦୯ : ପାଣି ମଝିରେ ଫସିଲେ ମହିଳା । ଗାଧୋଇବାକୁ ଯାଇ ପାଣି ଘେରରେ ଫସିଛନ୍ତି ମହିଳା । ଅନଗୁଳ ହୁଲୁରିସିଙ୍ଗାକେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ପ୍ରବଳ ବର୍ଷା ହେବାରୁ ପାଣି ମାଡିଆସିଥିଲା । ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ୬୦ ବର୍ଷୀୟ ବ୍ରାହ୍ମଣୀ ବେହେରା ।

ପ୍ରତିଦିନ ପରି ସେହି ଜୋରକୁ ସକାଳୁ ଗାଧୋଇବାକୁ ଯାଇଥିଲେ । ହେଲେ ଆଜି ଗାଧୋଇବାକୁ ଯାଇଥିଲେ, ହଠାତ୍ ମାଡିଆସିଥିଲା ପାଣି । ହଠାତ ଡେରେଜାଙ୍ଗ ପ୍ରୋଜେକ୍ଟ ପାଣି ଆସିବାରୁ ସେ ପାଣି ମଧ୍ୟରେ ରହି ଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଅନଗୁଳ ଦମକଳ ବାହୀନି ପହଁଚିଛନ୍ତି । ମଟର ଲଞ୍ଚ ସାହାଯ୍ୟରେ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.