ମୁମ୍ବାଇରେ ଥିବା ଏହି ଫ୍ଲାଟ୍‌ର ଭଡ଼ା ମାତ୍ର ୬୪ ଟଙ୍କା କିନ୍ତୁ ୧୧ ବର୍ଷ ହେଲା ଖାଲି ପଡ଼ିଛି, କାହିଁକି ଜାଣନ୍ତୁ

Published By : Prameya-News7 Bureau | October 29, 2019 IST

ମୁମ୍ବାଇ୨୯/୧୦: ଭାରତରେ ଏମିତି କିଛି କଥା ରହିଛି ଯାହା ଲୋକ ଲୋଚନକୁ ଆସି ପାରି ନାହିଁ। ଆଜି ସେହିଭଳି ଏକ ଅଜଣା କଥା ସଂପର୍କରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ଏହି ଘଟଣା ଅନ୍ୟ କେଉଁ ଦେଶ ନୁହେଁ ବରଂ ଭାରତର ଦକ୍ଷିଣ ମୁମ୍ବାଇରେ ଦେଖିବାକୁ ମିଳିଛି। ଏକ ଫ୍ଲାଟ୍‌ର ମାସିକ ଭଡ଼ା ମାତ୍ର ୬୪ ଟଙ୍କା। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଏହି କି ଯେ ଏତେ ଶସ୍ତା ଘରଭଡ଼ା ସତ୍ବେ ୧୧ ବର୍ଷ ହେବ ଫ୍ଲାଟ୍ ଖାଲି ପଡ଼ିଛି।

ସୂଚନାଯୋଗ୍ୟ ଯେ ଦକ୍ଷିଣ ମୁମ୍ବାଇର ତାର୍ଡେଓ ଅଞ୍ଚଳରେ ୮୦୦ ବର୍ଗ ଫୁଟ୍‌ର ଏକ ବିଶାଳ ସରକାରୀ ଫ୍ଲାଟ୍ ରହିଛି। ଯାହାର ମାସିକ ଭଡ଼ା ୬୪ ଟଙ୍କା। ୧୯୪୦ ମସିହାରେ ଏହି ଧୁନଜୀବୟ ବିଲିଡିଂରେ ପାର୍‌ସୀ ପୋଲିସ ଅଧିକାରୀ ରହିବା ପାଇଁ ଏହି ଫ୍ଲାଟ୍ ଯୋଗାଇ ଦିଆଯାଇଥିଲା।

ତେବେ ଏହି ବିଶାଳ ଫ୍ଲାଟ୍‌ରେ ରହିବା ପାଇଁ କିଛି ସର୍ତ୍ତ ରହିଛି। ଏହି ଫ୍ଲାଟ୍‌ରେ କେବଳ ପାର୍‌ସୀ ପରିବାର ସଦସ୍ୟ  ରହି ପାରିବେ। ସୂଚନା ଅନୁସାରେ ୨୦୦୮ ମସିହାରେ ଶେଷଥର ପାଇଁ ଏହି ଫ୍ଲାଟ୍‌ରେ ଆସିଷ୍ଟାଣ୍ଟ କମିଶନର ପୋଲିସ ଫିରୋଜ ଗଞ୍ଜିଆ ରହିଥିଲେ। ଏହାପରଠୁ ଏହି ଫ୍ଲାଟ୍‌ ଖାଲି ପଡ଼ିଛି।

ପାରସୀ ଟ୍ରଷ୍ଟ ଆର ଡି ମହାଲକ୍ଷ୍ମୀ ଚାରିଟି ବିଲିଡିଂ ଟ୍ରଷ୍ଟ ଅଧିନରେ ଏହି ଫ୍ଲାଟ୍ ରହିଛି। ମୁମ୍ବାଇ ପୋଲିସରେ କେବଳ ଦୁଇଜଣ ପୋଲିସ ଅଧିକାରୀ ପାରସୀ ସମ୍ପ୍ରଦାୟରେ ଅଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇ ବାହାରେ ପୋଷ୍ଟିଂ ହୋଇଥିବା ବେଳେ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ନିଜ ଘର ମୁମ୍ବାଇରେ ଅଛି। ଏହି ଫ୍ଲାଟ୍‌ରେ ରହିବା ପାଇଁ ବହୁତ ଲୋକ ଆବେଦନ କରିଛନ୍ତି। ହେଲେ ଆବେଦନକାରୀ ପାରସୀ ସଂମ୍ପ୍ରଦାୟ ନହେଇଥିବାରୁ ସେମାନଙ୍କୁ ରହିବା ପାଇଁ ଅନୁମତି ମିଳୁ ନାହିଁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.