Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ସେପ୍ଟେମ୍ବରରେ ହୋଇପାରେ ଆଇପିଏଲ୍‌ର ବଳକା ମ୍ୟାଚ୍ ! ବିସିସିଆଇ ଦେଲା ସଙ୍କେତ

9/05/2021 at 5:08 PM

ନୂଆଦିଲ୍ଲୀ ୦୯।୦୫: ଆଇପିଏଲ୍ ୨୦୨୧ର ବାକି ମ୍ୟାଚ୍‌ର ଆୟୋଜନ ଟି-୨୦ ବିଶ୍ଵ କପ୍‌ ପୂର୍ବରୁ  ହୋଇପାରେ। ଲିଗ୍‌ର ବାକି ମ୍ୟାଚ୍ ସେପ୍ଟେମ୍ବର ମାସରେ କରାଯାଇପାରେ। ଆଇପିଏଲ୍ ୨୦୨୧ରେ ଅନେକ ଖେଳାଳି ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍‌ର ୧୪ଶ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଭାରତରେ ଟି-୨୦ ବିଶ୍ଵ କପ୍ ଆୟୋଜନ ହେବାର ଅଛି। ଏହି ସମୟରେ ସମସ୍ତ ବିଦେଶୀ ଖେଳାଳି ଭାରତରେ ଥିବେ। ଯଦି ସେପ୍ଟେମ୍ବରରେ ବିସିସିଆଇକୁ ଓ୍ଵିଣ୍ଡୋ ମିଳେ ତେବେ ଆଇପିଏଲ ଆୟୋଜନ ସମ୍ଭବ ହୋଇ ପାରିବ।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ସେପ୍ଟେମ୍ବରରେ ଭାରତରେ କରୋନା ଭାଇରସ୍‌ ସ୍ଥିତି ନିୟନ୍ତ୍ରଣ ଥାଏ ତେବେ ଲିଗ୍‌ର ଆୟୋଜନ ହୋଇପାରେ। ଉଲ୍ଲେଖନୀୟ ଭାରତରେ ଗତ ଚାରି ଦିନ ହେବ ପ୍ରତିଦିନ ଚାରି ଲକ୍ଷରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ କରୋନା ସ୍ଥିତି ଅନିୟନ୍ତ୍ରିତ ରହିଛି।

ବିସିସିଆଇ ଅଧିକାରୀ କହିଛନ୍ତି, ସେପ୍ଟେମ୍ବର ମାସରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ଆମକୁ ଆଇପିଏଲର ବଳକା ମ୍ୟାଚ୍‌ ଆୟୋଜନ ପାଇଁ ପରିସ୍ଥିତି ଅନୁକୂଳ ରହିବ। କାରଣ ସେହି ସମୟରେ ଟି-୨୦ ବିଶ୍ଵ କପ୍‌ ପାଇଁ ବିଦେଶୀ ଖେଳାଳି ଭାରତରେ ଥିବେ। ତେଣୁ ବିଶ୍ଵ କପ୍‌ ପୂର୍ବରୁ ଆମେ ଖାଲି ଓ୍ଵିଣ୍ଡୋ ଉପରେ ବିଚାର କରିବୁ ବୋଲି ବିସିସିଆଇ ଅଧିକାରୀ କହିଛନ୍ତି। ବାସ୍ତବରେ ବିଶ୍ଵ କପ୍ ପୂର୍ବରୁ ଖେଳାଳି ଆଇପିଏଲ୍ ଖେଳି ଭଲ ପ୍ରସ୍ତୁତି କରି ପାରିବେ।

ଏହା ମଧ୍ୟରେ ଖବର ଏହା ମଧ୍ୟ ରହିଛି, ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ)ର ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ସାଉଥମ୍ପଟମରେ ଜୁନ ୧୮ରେ ଖେଳାଯିବାକୁ ଥିବା ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମୁକାବିଲା ପାଇଁ ଇଂଲଣ୍ଡ ଗସ୍ତ କରି ପାରନ୍ତି। ଏହି ସମୟରେ ଉଭୟ ଅଧିକାରୀ ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ସହ ଆଇପିଏଲ୍‌ର ବଳକା ୩୧ ମ୍ୟାଚ୍‌ ବ୍ରିଟେନ୍‌ରେ ଆୟୋଜିତ କରିବା ଏବଂ ଆଇସିସିର ନୀତିଗତ ନିଷ୍ପତ୍ତି ବିଷୟରେ ଆଲୋଚନା କରି ପାରନ୍ତି।

   Related Posts