ସଂପର୍କ ଭାଙ୍ଗିଲା ଲକଡାଉନ୍‌: ବାପାଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍‌ ଦେଲା ପୁଅ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ୩/୪: ଲକଡାଉନ୍‌ ନିମୟ ଉଲଂଘନ କରିବାରୁ ବାପାଙ୍କ ବିରୋଧରେ ଥାନା​‌ରେ ଏତଲା ଦେଲେ ପୁଅ। କରୋନା ପ୍ରଭାବରେ ସାରା ଦେଶ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ର ନିୟମ ନ ମାନିବାରୁ ବାପାଙ୍କ ନାଁରେ ଏଫ୍‌ଆଇଆର୍‌ ଦେଲା ୩୦ ବର୍ଷୀୟ ପୁଅ।  ସୂଚନା ମୁତାବକ, ଅଭିଯୋଗକାରୀ ପୁଅ ଏତଲାରେ ଉଲ୍ଲେଖ କରିଛନ୍ତି ଯେ କରୋନା ପାଇଁ  ସରକାର ଜାରି କରିଥିବା ଲକ୍ ଡାଉନ୍‌ ନିୟମକୁ ତାଙ୍କ ବାପା ଉଲଂଘନ କରିଛନ୍ତି। ଅଭିଯୋଗକାରୀ ପୁଅଙ୍କ କହିବା ଅନୁସାରେ ବିନା କାରଣରେ ସକାଳ ୮ଟାରୁ ତାଙ୍କ ବାପା ଘରୁ ବାହାରି ଯାଉଛନ୍ତି। ପୁଣି ରାତିରେ ଘରକୁ ଫେରୁଛନ୍ତି।  ବିନା କାରଣରେ ରାସ୍ତାର ବୁଲୁଥିବା ପୁଅ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ବାପ ଏବଂ ପୁଅଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ସେଥିପାଇଁ ଉଭୟଙ୍କ ମଧ୍ୟରେ ସଂପର୍କ ଭାଙ୍ଗି ଯାଇଛି। ଏଭଳି ଘଟଣା ଦିଲ୍ଲୀରେ ଘଟିଛି।

{"id":248457,"sizeSlug":"large"}

ଅଭିଯୋଗକାରୀ ପୁଅ ଆହୁରୀ ମଧ୍ୟ କହିଛନ୍ତି, ତାଙ୍କ ବାପାଙ୍କୁ ବାରମ୍ବାର ବୁଝାଇ ସତ୍ତ୍ବେ ସେ କାହା କଥା ନ ମାନି ଘରୁ ବାହାରି ଯାଉଛନ୍ତି। ତେବେ ପୁଅର ଅଭିଯୋଗ ପରେ ବାପାଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.