Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ମେଡିକାଲ କର୍ତ୍ତୃପକ୍ଷଙ୍କ ବେପରୁଆ କାମ, ବିଜେପି ନେତ୍ରୀଙ୍କୁ ଫୋଡିଲେ ଏକ୍ସପାଏରୀ ସାଲାଇନ

5/08/2021 at 2:26 AM

ପୁରୀ ୦୫।୦୮: ସ୍ଵାସ୍ଥ୍ୟ ଅବ୍ୟବସ୍ଥା ଏବଂ ବେପରୁଆ କାମ ଯୋଗୁଁ ପୁଣି ଚର୍ଚ୍ଚାରେ ସଦର ମୁଖ୍ୟ ଚିକିତ୍ସାଳୟ । ଏକ୍ସପାଏରୀ ସାଲାଇନ୍‌ ଦେଇ ସମାଲୋଚନାର ଶିକାର ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ବୁଧବାର ସନ୍ଧ୍ୟାରେ ବିଜେପି ମିଡିଆ ସେଲ୍‌ ପ୍ରତିନିଧି ରାଜଲକ୍ଷ୍ମୀ ଦାଶ (୩୫)ଙ୍କୁ ଏହି ସାଲାଇନ୍‌ ଦିଆଯାଇଥିବା ନେଇ ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଛି ଉତ୍ତେଜନା । ଏ ନେଇଇ ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ସାଲିନି ପଣ୍ଡିତ୍‌ଙ୍କ ନିକଟରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ବିଜେପି ମିଡିଆ ସେଲ୍‌ ପ୍ରତିନିଧି ଅସୁସ୍ଥ ହୋଇଥିବାବେଳେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କାଜୁଆଲିଟିରେ ତାଙ୍କୁ ଚିକିତ୍ସା ଆରମ୍ଭ ହୋଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିକାଲ୍‌ କର୍ମଚାରୀ ତାଙ୍କ ଦେହରେ ଏକ ସାଲାଇନ୍‌ ଫୋଡିଥିଲେ । ଏହାର ବ୍ୟାଚ୍‌ ନମ୍ବର ଏଫ୍‌ ୧୯୦୬୩୧ ଥିବାବେଳେ ଏମ୍‌ଏଫ୍‌ଜି ଡେଟ୍‌ ୨୦୧୯ ଜୁନ୍‌ ଓ ଏକ୍ସପାଏରୀ ଡେଟ୍‌ ୨୦୨୧ ମେ ମାସ ଥିଲା । ମଝିରେ ୨ ମାସ ଯାଇ ତୃତୀୟ ମାସ ଚାଲୁଥିଲେ ମଧ୍ୟ ଏଥିପ୍ରତି କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କ ନଜର ପଡି ନଥିଲା। ସାଲାଇନ୍‌ ନେବାର କିଛି ସମୟ ପରେ ରାଜଲକ୍ଷ୍ମୀଙ୍କ ବାନ୍ତି ହେବାରୁ ତାଙ୍କ ସମ୍ପର୍କୀୟମାନେ ସାଲାଇନ୍‌ ଯାଞ୍ଚ କରିଥିଲେ । ଏହାପରେ ଏଭଳି ସାଙ୍ଘାତିକ୍‌ ଘଟଣା ସାମ୍ନାକୁ ଆସିଥିଲା ।

ପରେ କିଛି ସହକର୍ମୀ ଓ ସମ୍ପର୍କୀୟ ଡାକ୍ତରଖାନାରେ ପହଞ୍ଚିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏନେଇ ସିଡିଏମ୍‌ଓ ଏବଂ ଜିଲ୍ଲାପାଳଙ୍କ ନିକଟକୁ କଲ୍‌ କରାଯାଇଥିଲା । ହେଲେ କେହି କଲ୍‌ ରିସିଭ୍‌ କରିନଥିଲେ । ଏପରିକି ଦୀର୍ଘସମୟ ଧରି ହ୍ୱାଟସ୍‌ଆପ୍‌ ମେସେଜ୍‌ ବି ଦେଖି ନଥିବା କହିଛନ୍ତି ଆଇନ୍‌ଜୀବୀ ଚିନ୍ମୟ ଦାଶ । ପରେ ସେ ଏନ୍‌ଏଚ୍‌ଏମ୍‌ ଅଧ୍ୟକ୍ଷା ସାଲିନ୍‌ ପଣ୍ଡିତ୍‌ଙ୍କ ନିକଟରେ ଟୁଇଟ୍‌ ଯେଗେ ଅଭିଯୋଗ କରିବାରୁ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସନ୍ଧ୍ୟା ସାଢେ ୬ଟାରୁ ରାତି ସାଢେ ୯ଟା ଯାଏ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିଲା।

ଉତ୍ତେଜନା ସମୟରେ ମେଡିକାଲ୍‌ ମ୍ୟାନେଜର୍‌ ସୁଶ୍ରୀ ଶର୍ମିଷ୍ଠା ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାଶୁଝା କରିଥିଲେ। ରାଜଲକ୍ଷ୍ମୀଙ୍କୁ ମହିଳା ଏସି ୱାର୍ଡରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ସମୟରେ ଷ୍ଟକ୍‌ ଥିବା ଏହି ଏକ୍ସପାଏରୀ ସାଲାଇନ୍‌କୁ ରାତାରାତି ବୋହି ନେଇଥିଲେ କର୍ତ୍ତୃପକ୍ଷ । ତେବେ ଡାକ୍ତରାନାରେ ପ୍ରତିମାସରେ ଔଷଧ ଯାଞ୍ଚ କରାଯାଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ରୋଗୀଙ୍କୁ ନିର୍ଭୟରେ ଏଭଳି ଏକ୍ସପାଏରୀ ଔଷଧ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ଏହାର ତଦନ୍ତ ହେବ ବୋଲି କହିଛନ୍ତି ମେଡିକାଲ୍‌ ମ୍ୟାନେଜର୍‌ ।

   Related Posts