ଯଜ୍ଞ ଓ ହୋମରେ ବାରମ୍ବାର ‘ସ୍ୱାହା’ ଉଚ୍ଚାରଣ କରାଯାଏ, ଜାଣନ୍ତୁ ଏହାର ଅର୍ଥ

Published By : Prameya-News7 Bureau | October 14, 2019 IST

ହିନ୍ଦୁଧାର୍ମିକ ମାନ୍ୟତାରେ  ଅନେକ ପ୍ରାଚୀନ ପରମ୍ପରା ରହିଛି। ଯେଉଁଥିରେ କୌଣସି ଧାର୍ମିକ ଅନୁଷ୍ଠାନରେ ଯଦି ଯଜ୍ଞ  କି ହୋମ ହୋଇଥାଏ ସେଠାରେ ଯଜ୍ଞ ଋତ୍ୱିକ୍ ମନ୍ତ୍ରୋଚାରଣ ପୂର୍ବକ ସ୍ୱାହା ବୋଲି ଉଚ୍ଚାରଣ କରନ୍ତି। ବିବାହ ହେଉ ବା  ବ୍ରତ ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନରେ ହୋମ ନିଶ୍ଚିତ ହୋଇଥାଏ। ଏଥିଲାଗି ପ୍ରତିଥର ହବିର୍ଭାଗ ବେଳେ ବ୍ରାହ୍ମଣ ‘ସ୍ୱାହା’ ଉଚ୍ଚାରଣ କରନ୍ତି।  ତେବେ ହୋମ ଅଥବା ଯଜ୍ଞରେ ସ୍ୱାହାର ଅର୍ଥ କ’ଣ ଆସନ୍ତୁ ଜାଣିବା।

ସ୍ୱାହା’ ର ଅର୍ଥ ହେଉଛି ସଠିକ ଭାବେ ପହଞ୍ଚାଇବା।  ଅର୍ଥାତ କୌଣସି ଜିନିଷକୁ ସୁରକ୍ଷିତ ଏବଂ ସଠିକ୍‌ ଉପାୟରେ ପହଞ୍ଚାଇବା। ପୁରାଣ ଅନୁସାରେ ‘ସ୍ୱାହା’ ହେଉଛନ୍ତି ଅଗ୍ନୀ ଦେବଙ୍କ ପତ୍ନୀ। ସେଥିଲାଗି ଯଜ୍ଞ ସମୟରେ ‘ସ୍ୱାହା’ ଙ୍କ ନାମ ଉଚ୍ଚାରଣ କରାଯାଇଥାଏ।

ପୁରାଣ ଅନୁସାରେ ‘ସ୍ୱାହା’ ଉଚ୍ଚାରଣରେ ଅଗ୍ନି ବେଦତା ଶାନ୍ତି ହୋଇଥାନ୍ତି। ଏହି ଉଚ୍ଚାରଣ ପୂର୍ବକ ଅର୍ପଣ ଦ୍ରବ୍ୟକୁ ଅଗ୍ନି ଦେବତା ଗ୍ରହଣ କରନ୍ତି। ପ୍ରଜାପତି ଦକ୍ଷଙ୍କ ପୁତ୍ରୀଙ୍କ ସହ ଅଗ୍ନି ଦେବତାଙ୍କ ବିବାହ ହୋଇଥିଲା। ନିଜ ପତ୍ନୀ ସ୍ୱାହାଙ୍କ ମାଧ୍ୟରେ ଅଗ୍ନି ଦେବତା ହବିଷ୍ୟ ଗ୍ରହଣ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.