Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପ୍ରକୃତ ଚାଷୀ ପ୍ରଥମେ ଦିଲ୍ଲୀ ଖାଲି କରନ୍ତୁ: କ୍ୟାପ୍ଟେନ ଅମରିନ୍ଦର ସିଂହ

26/01/2021 at 7:38 PM

ଚଣ୍ଡିଗଡ଼ ୨୬।୧: ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ପରେଡ ହିଂସାକାଣ୍ଡକୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହିଂସାକାଣ୍ଡ ପରେ କୃଷକନେତାମାନେ ଏଥିରୁ ନିଜକୁ ପୃଥକ କରିନେଇଥିବା ବେଳେ ଟ୍ରାକ୍ଟର ରାଲି ସ୍ଥଗିତ କରିଦେଇଛନ୍ତି। ଏଣୁ ଯେଉଁ ଚାଷୀ ଟ୍ରାକ୍ଟର ପରେଡ ନାଁରେ ରାଜଧାନୀକୁ ପ୍ରବେଶ କରିଛନ୍ତି ସେମାନେ ତୁରନ୍ତ ଦିଲ୍ଲୀ ଖାଲି କରନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କହିଛନ୍ତି।

ଟ୍ରାକ୍ଟର ରାଲି ବାହାନାରେ ରାଷ୍ଟ୍ରୀୟ ରାଜଧାନୀରେ କିଛି ଦୁସ୍କୃତଙ୍କ କାଣ୍ଡ କେବେବି ଗ୍ରହଣୀୟ ନୁହେଁ। ସେମାନଙ୍କର ଏହି କାଣ୍ଡ ରାଜଧାନୀ ସୀମାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ଚାଷୀଙ୍କ ସଦଭାବନାକୁ କ୍ଷୁର୍ଣ୍ଣ କରିଛି। ଏଣୁ ଯେଉଁମାନେ ବାସ୍ତବିକ ଚାଷୀ ଓ ଆଇନକୁ ବିରୋଧ କରି ଦିଲ୍ଲୀ ଯାଇଛନ୍ତି ସେମାନେ ନିଜନିଜ ସ୍ଥାନକୁ ତୁରନ୍ତ ଫେରିଯାଆନ୍ତୁ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସେପଟେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ମାମଲାରେ ମୁହଁ ଖୋଲିଛନ୍ତି। ଟ୍ରାକ୍ଟର ରାଲି ଆଢୁଆଳରେ ହୋଇଥିବା କାଣ୍ଡ କେବେବି ଗ୍ରହଣଯୋଗ୍ୟ ନୁହେଁ। ତେବେ ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦାୟି କରିଛନ୍ତି। ଆଇନକୁ ବିରୋଧ କରି ଚାଷୀ ଜାତୀୟ ରାଜଧାନୀ ପହଞ୍ଚିବାର ଏତେ ସମୟ ପରେ ବି ସରକାର ସେମାନଙ୍କ ସମସ୍ୟାର ସମାଧାନ କରୁନଥିବାରୁ ଆଜି ଏଭଳି କାଣ୍ଡ ଦେଖିବାକୁ ମିଳିଲା ବୋଲି କହିଛନ୍ତି।

ସେପଟେ ଦିଲ୍ଲୀ ଆମ ଆଦମୀପାର୍ଟି (ଏଏପି) ସରକାର ହିଂସାକୁ ନେଇ ଏକ ବିବୃତ୍ତି ଜାରି କରିଛି ।  ଏଥିରେ ଦିଲ୍ଲୀରେ ହିଂସାକୁ ପାର୍ଟି ତୀବ୍ର ନିନ୍ଦା କରିଥିବା ବେଳେ ଗତ ଦୁଇମାସ ହେଲା ଚାଲିଥିବା ଶାନ୍ତିପୂର୍ଣ୍ଣ   ଆନ୍ଦୋଳନ ମଙ୍ଗଳବାର ଏପରି ଉଗ୍ର ରୂପ କିପରି ନେଲା କିପରି ବୋଲି ଦଳ ପ୍ରଶ୍ନ କରିଛି। ଏଥିଲାଗି ଦଳ କେନ୍ଦ୍ରକୁ ଜବାବ ମାଗିଛି।  

   Related Posts