ଦୀର୍ଘ ୯ ବର୍ଷଧରି ଦୁଷ୍କର୍ମରେ ଶିକାର ହେଉଥିଲେ ପୀଡ଼ିତା, ଇନ୍ସପେକ୍ଟର କହିଲେ ବିଷ ଖାଇ ଦେ !

Published By : Prameya-News7 Bureau | October 03, 2019 IST

ଶାହଜାହନପୁର୩|୧୦ : ଉତ୍ତରପ୍ରଦେଶର ଶାହଜାନପୁର ଜିଲ୍ଲାରେ ଯୌନ ଶୋଷଣ ଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୂରନପୁର ଅଞ୍ଚଳର ଏକ ଯୁବକ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ୯ ବର୍ଷଧରି ପୀଡ଼ିତା ଯୁବତୀଙ୍କ ସହ ସଂପର୍କ ରଖୁଥିଲା। ପୀଡିତାଙ୍କ ପରିବାର ଲୋକ ବିବାହ ପ୍ରସ୍ତାବ ନେଇ ଯୁବକର ଘରକୁ ଯାଇଥିଲେ।  ହେଲେ ଯୁବକ ଓ ତାଙ୍କ ପରିବାର ଲୋକ ବିବାହ ବାବଦକୁ ମୋଟା ଅଙ୍କର ଯୌତୁକ ଦାବି କରିଥିଲେ।

ଯୌତୁକ ବାବଦକୁ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ପୀଡିତାଙ୍କ ପରିବାର ଲୋକ କହିଥିଲେ। ଶେଷରେ ଯୁବତୀଙ୍କୁ ବିବାହ କରିବ ନାହିଁ ବୋଲି ଅଭିଯୁକ୍ତ ଯୁବକ ମନା କରିଥିଲା। ଏହାପରେ ପୀଡିତା ପ୍ରେମିକା ପ୍ରେମିକ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏପରିକି ନ୍ୟାୟ ପାଇବା ଆଶାରେ ପୀଡ଼ିତା ଯୁବତୀ ଥାନା ବାବୁଙ୍କ ଗୋଡ଼ ହାତ ଧରିଥିଲେ।

ପୀଡ଼ିତା ଯୁବତୀଙ୍କ କହିବା ଅନୁସାରେ ତାଙ୍କ ଭଉଣୀଙ୍କ ଦିଅର ତାଙ୍କୁ ପ୍ରେମ ଜାଲରେ ଫଶାଇ ଦେଇଥିଲା। ଏପରିକି ବିବାହ କରିବ କହି ୯ ବର୍ଷଧରି ପୀଡ଼ିତାଙ୍କ ସହ ସଂପର୍କ ରଖୁ୍‌ଥିଲା। ଯୁବତୀ ବିବାହ କଥା କହିଲେ ଅଭିଯୁକ୍ତ ପ୍ରେମିକ କିଛି ନା କିଛି ବାହାନ ଦେଇ ଖସି ଯାଉଥିଲା। ସେତେବେ​‌ଳେ ବିବାହ କରିବା ପାଇଁ ଯୁବତୀ ଜିଦ୍‌ କଲେ ସେତେବେଳେ ଯୁବକ ମୋଟା ଅଙ୍କର ଯୌତୁକ ଦାବି କରିଥିଲା।

ସୂଚନାଯୋଗ୍ୟ ଯେ ପିଲିଭିତ ଜିଲ୍ଲାର ପୂରନପୁର ଅଞ୍ଚଳରେ ଅଭିଯୁକ୍ତ ପ୍ରେମିକ ରହେ। ନ୍ୟାୟ ପାଇବା ଆଶାରେ ପୀଡ଼ିତା ବାରମ୍ବାର ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ନ୍ୟାୟ ଦେବା ବଦଳରେ ଯୁବତୀଙ୍କ ଭୁଲ କହି ପୋଲିସ ତାଙ୍କୁ ଫେରାଇ ଦେଇଛି। ସଦର ଥାନାର ଇନ୍ସପେକ୍ଟର ପୀଡ଼ିତାଙ୍କୁ ବିଷ ଖାଇବା ଲାଗି ପରାମର୍ଶ ଦେଇଥିଲେ।

ଏପରିକି କଟୁ ଭାଷାରେ ପୀଡ଼ିତା ଯୁବତୀଙ୍କୁ ଇନ୍ସପେକ୍ଟର ବାବୁ ଗାଳି ଗୁଲଜ କରିଥିଲେ। ଏହପରେ ଥାନା ଅଧିକାରୀ କୁଲଦିପ ସିଂହ କହିଛନ୍ତି ଅଭିଯୋଗ ଆଧାରରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ତଦନ୍ତ ଚାଲିଥିବା କଥା ଥାନା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.