ମୁମ୍ବାଇ ୨୮। ୩: ଅଶୀ ଦଶକର ଲୋକପ୍ରିୟ ଟେଲିସିରିୟଲ ରାମାୟଣ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେଉଛି। ରାମାୟଣ ଦ୍ୱାରା ଘରେ ଘରେ ରାମ ଏବଂ ସୀତାଙ୍କ ନାଁରେ ପରିଚିତ ହେଉଥିବା ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲାଇ ଆଜି ବି ସେହି ରୂପରେ ଲୋକଙ୍କ ମନରେ ବସିଛନ୍ତି। ଫରକ କେବଳ ଏତିକି ଏବେ ଉଭୟଙ୍କ ବୟସ ହୋଇଯାଇଛି। ଏବେ ଯେତେବେଳେ ରାମାୟଣର ପ୍ରସାରଣ ପୁଣି ଥରେ ଆରମ୍ଭ ହୋଇଛି ତେବେ ଆସନ୍ତୁ ଜାଣିବା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲାଇଙ୍କ ବିଷୟରେ।
{"id":245458,"sizeSlug":"large"}ନିକଟରେ ଦୀପିକା ଚିଖଲାଇ କମେଡ଼ି ଶୋ କପିଲ ଶର୍ମାରେ ଆସିଥିଲେ। ଶୋ ରେ ରାମାୟଣର ୩ଜଣ ମୁଖପାତ୍ର ଅରୁଣ ଗୋଭିଲ,ଦୀପିକା ଚିଖଲାଇ ଏବଂ ସୁନୀଲ ଲାହିରୀ ପହଞ୍ଚିଥିଲେ। ଏଠାକୁ ଆସିଥିବାବେଳେ ସେମାନେ ତାଙ୍କର ଲୋକପ୍ରିୟତାର ଏକ ଘଟଣା ଶୁଣାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦିଲ୍ଲୀକୁ ଡାକି ସେମାନଙ୍କୁ ସମ୍ମାନିତ କରିବାରୁ ସେମାନେ ତାଙ୍କ ଲୋକପ୍ରିୟତା ବିଷୟରେ ଜାଣି ପାରିଥିଲେ।
{"id":245459,"sizeSlug":"large"}ରାମାନନ୍ଦ ସାଗରଙ୍କ ଏହି ଧାରାବାହିକ ରାମାୟଣ ୧୯୮୭ମସିହା ଜାନୁୟାରୀ ମାସରୁ ୧୯୮୮ମସିହା ଜୁଲାଇ ଯାଏଁ ଚାଲିଥିଲା ଏବଂ ବହୁତ ହିଟ୍ ମଧ୍ୟ ହୋଇଥିଲା। ପରେ କେତେକ ପ୍ରଡକ୍ସନ୍ ହାଉସ୍ ରାମାୟଣ ଉପରେ ଆଧାରିତ ଧାରାବାହିକ ନିର୍ମାଣ କଲେ କିନ୍ତୁ ରାମାନନ୍ଦ ସାଗରଙ୍କ ଶୋ ଭଳି ଏତେ ହିଟ୍ ହୋଇପାରିନଥିଲା।
{"id":245460,"sizeSlug":"large"}ଦୀପିକା କିଛି ସିରିୟଲ୍ ଏବଂ ଫିଲ୍ମରେ କାମ କରିବା ପରେ ବିବାହ କରିଥିଲେ। ବିବାହ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅଲବିଦା କହି ଦେଇଥିଲେ। ପାଖାପାଖି ୨୩ବର୍ଷ ପରେ ୨୦୧୮ମସିହାରେ ସେ ଗାଲିବ ଫିଲ୍ମରେ କମବ୍ୟାକ୍ କରିଥିଲେ।
{"id":245461,"sizeSlug":"large"}ଏହି ଫିଲ୍ମରେ ସେ ଆତଙ୍କବାଦୀ ଅଫଜଲ ଗୁରୁଙ୍କ ମାଆଙ୍କ ଭୂମିକାରେ ଅଭିନୟ କରିଥିଲେ। ରାମାୟଣ ବ୍ୟତୀତ ଦୀପିକା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଘର କା ଚିରାଗ(୧୯୮୯) ଏବଂ ରାଜେଶ ଖାନ୍ନାଙ୍କ ସହ ରୁପୟେ ଦସ କରୋଡ଼(୧୯୯୧)ରେ ଦୀପିକା ଅଭିନୟ କରିଛନ୍ତି।
{"id":245462,"sizeSlug":"large"}୨୧ଦିନର ଲକଡାଉନ୍ ମଧ୍ୟରେ ଭାରତ ସରକାର ରାମାୟଣକୁ ପୁଣି ଥରେ ପ୍ରସାରଣ କରିବାକୁ ଘୋଷଣା କରିଛନ୍ତି ଏବଂ ଏବେ ୮୦ଦଶକର ଏହି ଲୋକପ୍ରିୟ ଶୋ ରାମାୟଣକୁ ପୁଣି ଥରେ ଦେଖିବାକୁ ମିଳିଛି।