ସଙ୍କଟରେ ରାଜସ୍ଥାନ ସରକାର: କ’ଣ ମଧ୍ୟପ୍ରଦେଶ କାହାଣୀ ରାଜସ୍ଥାନରେ ରିପିଟ୍ ହେବ ?
12/07/2020 at 8:37 PM

ରାଜସ୍ଥାନ୧୨/୭: ସଙ୍କଟରେ ରାଜସ୍ଥାନ ସରକାର । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ-ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମନାନ୍ତର ଏବେ ଏତେ ବଢିଯାଇଛି ଯେ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ପୁଣି ରାଜସ୍ଥାନରେ ଦେଖିବାକୁ ମିଳିଛି ରେସୋର୍ଟ ପଲିଟିକ୍ସ । ସଚିନଙ୍କ ପ୍ରାୟ ୨୫ ଜଣ ସମର୍ଥକ ଦିଲ୍ଲୀ ସ୍ଥିତ ଗୁରଗ୍ରାମରେ ଡେରା ପାକାଇଛନ୍ତି। ସଚିନ୍ ପାଇଲଟ୍ ବିଜେପି ସହିତ ଆଲୋଚନା ଚଳାଇଥିବା ଚର୍ଚ୍ଚା ହେଉଛି। ଏପଟେ ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଥିବା ଅଶୋକ ଗେହଲଟ ଆଜି ରାତି ୮ଟାରେ କଂଗ୍ରେସ ବିଧାୟକ ଦଳର ବୈଠକ ଡାକିଛନ୍ତି।
କଣ ମଧ୍ୟପ୍ରଦେଶ କାହାଣୀ ରାଜସ୍ଥାନରେ ରିପିଟ୍ ହେବ। କଣ ରାଜସ୍ଥାନରୁ କଂଗ୍ରେସ ସରକାରକୁ ଝାମ୍ପି ନେବ ବିଜେପି। ଏବେ ଏମିତି ହିଁ କଳ୍ପନାଜଳ୍ପନା ହେଉଛି। ରାଜସ୍ଥାନ କଂଗ୍ରେସ ହାତରୁ ଖସିବା ସ୍ଥିତି ସୃଷ୍ଟି ହୋଇଛି। ତିନି ମାସ ପୂର୍ବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ମଧ୍ୟପ୍ରଦେଶ ଉଭୟଙ୍କୁ ହରାଇଥିଲା କଂଗ୍ରେସ । ଏବେ ରାଜସ୍ଥାନରେ କ ସମାନ ସ୍ଥିତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ମନାନ୍ତର ଏତେ ବଢିଯାଇଛି ଯେ ଏହା ଏବେ ସରକାର ପାଇଁ ସଙ୍କଟ ସୃଷ୍ଟି କରିଛି। ସଚିନ୍ ପାଇଲଟ୍ ବିଜେପି ସହିତ ଆଲୋଚନା ଚଳାଇଥିବା ଚର୍ଚ୍ଚା ହେଉଛି। ଏପରିକି ସେ ୩ ସ୍ବାଧୀନ ବିଧାୟକ ସହ ମୋଟ ୨୩ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି। ଗୁରୁଗ୍ରାମରେ ଏକ ରୋସୋର୍ଟରେ ସଚିନଙ୍କ ସମର୍ଥକ ଡେରା ପକାଇଛନ୍ତି। ଗେହଲଟ ଅଭିଯୋଗ କରିଛନ୍ତି ସରକାର ଭାଙ୍ଗିବାକୁ ବେଜିପି ଚେଷ୍ଟା କରୁଛି।
ସରକାର ବଞ୍ଚାଇବା ପାଇଁ ଫୁଲ୍ ଦମରେ ଲାଗିପଡିଛନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ। ତାଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ଡାକିଛନ୍ତି। ଦଳର ହାଇକମାଣ୍ଡ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସମଗ୍ର ମାମଲା ବିଷୟରେ ଜଣାଇ ଦିଆଯାଇଛି। ଏଣେ ଆଜି ମୁହଁ ଖୋଲିଛନ୍ତି କପିଲ ସିବ୍ବଲ। ଲେଡିଗୁଡ କହୁଣିକୁ ବୋହିଗଲା ପରେ ଆମେ ଚେତିବୁ କି ବୋଲି କପିଲ ଟ୍ବିଟ୍ କରିଛନ୍ତି। କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଯେମିତି ନାଟକୀୟ ଢଙ୍ଗରେ କଂଗ୍ରସ ହାତରୁ ଖସିଲା ଏବେ ସମାନ ପରିସ୍ଥିତି ରାଜସ୍ଥାନରେ ଦେଖାଦେଇଛି।