Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ: ଦୋଷୀ ଖସି ଗଲେ, ନିର୍ଦ୍ଦୋଶୀ ବନ୍ଧା ହେଲେ

20/07/2020 at 8:16 PM

ନୀଳଗିରି୨୦/୭: ଚୋରା ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ। ଅବକାରୀ ବିଭାଗ ପାଖରେ ବହୁଦିନ ହେବ ଖବର ଥିବା ସ​‌ତ୍ତ୍ବେ କାହିଁକି ଚଢ଼ାଉ କରୁ ନଥିଲେ। ଯଦି ବା ଚଢ଼ାଉ କଲେ, ତେବେ ଭାଟିରେ କାମ କରୁଥିବା ଶ୍ରମିକଙ୍କୁ ଗିରଫ କଲେ, ଅନ୍ୟ କାହାକୁ କାହିଁକି ଗିରଫ କଲେ ନାହିଁ ବୋଲି ପ୍ରଶ୍ନ ଉଠୁଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧିପାଉଛି।

ସେହି ଅଞ୍ଚଳର କିଛି ଗ୍ରାମବାସୀ ଚୋରା ଭାଟିରେ ଅସହ୍ୟ ହୋଇ ଭିଡିଓ ଫୁଟେଜ ପଠାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଥିଲେ। ହେଲେ ଗତ ୬ ତାରିଖରେ ଖବର ପ୍ରଶାରଣ ପରେ ନୀଳଗିରି ଅବକାରୀ ଓଆଇସି ଲକ୍ଷ ସାଧବ ପ୍ରଧାନ କର୍ମଚାରି ପଠାଇ ତଦନ୍ତ କରି ଚଢ଼ାଉ କରିବେ ବୋଲି କହିଥିଲେ।ହେଲେ ୫ ଦିନ ପରେ ନୀଳଗିରି ଅବକାରୀ ବିଭାଗର ଏକ ଟିମ ସକାଳୁ ଚଢ଼ାଉ କରି ସେଉଳ  ଛାଡି କେରାଣ୍ଡୀ ଧରି ଫେରିଛି। ସିଆଡିମାଳ,ବୁଗାଳିବନ୍ଧ ଅଞ୍ଚଳରେ ଥିବା ଚୋରା ମଦ ଭାଟି ଉପରେ ଚଢ଼ାଉ କରି ୨୦୫୦ କେଜି ପୋଚ ଓ ୩୦ ଲିଟର ଦେଶୀମଦ ,ବ୍ୟାପକ ମଦ ରନ୍ଧା ସାମଗ୍ରୀ ଜବତ କରିଛି।

ଘଟଣା ସ୍ଥଳରୁ କାହାରି କୁ ଗିରଫ କରାଯାଇନାହିଁ।ସେହିପରି ତେଣ୍ଡା ଅଂଚଳରେ ଚଢ଼ାଉ କରି ବାଂଠିଆପଡା ଗ୍ରାମର ବୁଦ୍ଧିଆ ସିଂ(୫୦) ଯିଏ ମଦ ଭାଟିରେ କାମ କରୁଥିଲା ତାଙ୍କୁ ଗିରଫ କରିବା ସହ  ୧୮ ଲିଟର ଦେଶୀ ମଦ ଜବତ କରାଯାଇଛି। ତେବେ ସିଆଡିମାଳ ଓ ବୁଗାଳିବନ୍ଧ ଅଞ୍ଚଳରେ ଚୋରା ମଦଭାଟି ଉପରେ ବହୁ ବିଳମ୍ବରେ ଚଢ଼ାଉ ନେଇ ଅବକାରୀ ବିଭାଗର ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଏବେ ଆଙ୍ଗୁଳି ଉଠିଛି।କଣ ପାଇଁ ସୂଚନା ପାଇ ୫ ଦିନ ପରେ ଅବକାରୀ ବିଭାଗ ଚଢ଼ାଉ କଲେ ? ବୁଗାଳିବନ୍ଧରେ ହଜାର ହଜାର କେଜି ପୋଚ ହାଣ୍ଡିରେ ଥିବା ବେଳେ ଆଜି ମାତ୍ର ୮୦୦ କେଜି ପୋଚ ମିଳିଲା ବାକି ତକ ଗଲା କୁଆଡେ ? ମଦ ମାଫିଆ ଅନ୍ୟତ୍ର ସ୍ଥାନାନ୍ତର କରି ନେଇଯାଇ ନାହାନ୍ତି ତ? ଚଢ଼ାଉରେ ବିଳମ୍ବ କଣ ପାଇଁ ହୋଇଥିଲା ? ଏଭଳି ଅନେକ ପ୍ରଶ୍ନ ଅଞ୍ଚଳବାସୀ ଉଠାଇଛନ୍ତି।

ଘଟଣାକୁ ଗୁରୁତର ସହ ଜିଲ୍ଲାପାଳ ନେଇ ଘଟଣାର ଖୋଳତାଡ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।ତେବେ ଘଟଣାକୁ ନେଇ ନୀଳଗିରି ଅବକାରୀ ଓଆଇସି ଲକ୍ଷ ସାଧବ ପ୍ରଧାନଙ୍କ ମତାମତ ନେବା ପରେ ସେ ଗାଡି ନଥିବାରୁ ଚଢ଼ାଉକୁ ଯାଇପାରିନଥିବା କହିଛନ୍ତି।

   Related Posts