ଅକଳ୍ପନୀୟ : ଝିଅର ୩ଟି ସନ୍ତାନ ପରେ, ୪୪ବର୍ଷ ବୟସ୍କା ମହିଳା ଜନ୍ମ ଦେଲେ ନିଜର ୨୨ତମ କନ୍ୟା ସନ୍ତାନକୁ
9/04/2020 at 3:19 PM

ଲଣ୍ଡନ ୯/୪: ବ୍ରିଟେନର ସବୁଠୁ ବଡ଼ ପରିବାରରେ କୁନି ଅତିଥି ଆସିଛି। ୪୪ବର୍ଷ ବୟସ୍କା ସୁ ରେଡଫୋର୍ଡ଼ ନିକଟରେ ୨୨ତମ ଶିଶୁକୁ ଜନ୍ମ ଦେଇଛନ୍ତି। ବର୍ଷେ ପୂର୍ବରୁ ସେ ନିଜର ୨୧ତମ ଶିଶୁ ଜନ୍ମ ଦେଇଥିଲେ। ସେତେବେଳେ ସୁ କହିଥିଲେ ଯେ ଏହା ତାଙ୍କ ଶେଷ ଶିଶୁ। ନିକଟରେ ଜନ୍ମିତ ଶିଶୁର ଫଟୋ ସୁଙ୍କ ୪୮ବର୍ଷ ବୟସ୍କ ସ୍ବାମୀ ନୋୟଲ୍ ରେଡଫୋର୍ଡ଼ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି।
କରୋନା ଆତଙ୍କ ମଧ୍ୟରେ ମା ଏବଂ ଝିଅ ଦୁହେଁ ସୁସ୍ଥ ଅଛନ୍ତି। ଶିଶୁର ଓଜନ ୩କିଲୋ। ବ୍ରିଟେନରେ ଜନ୍ମର ୪୨ଦିନ ମଧ୍ୟରେ ମାଆବାପାଙ୍କୁ ଶିଶୁର ରେଜିଷ୍ଟେସନ କରାଇବା ଅନିବାର୍ଯ୍ୟ। କିନ୍ତୁ ଏବେ କରୋନା ଯୋଗୁଁ ରେଜିଷ୍ଟେସନକୁ ରଦ୍ଦ କରାଯାଇଛି।

ସୁ ଏବଂ ନୋଏଲଙ୍କ ସବୁଠୁ ବଡ଼ ସନ୍ତାନ କ୍ରିସ୍। ତାଙ୍କୁ ୩୦ବର୍ଷ। ତାଙ୍କ ଭଉଣୀ ସୋଫିଆଙ୍କ ବୟସ ୨୫ବର୍ଷ। ଏହା ପରେକୋହଲେ(୨୩),ଜ୍ୟାକ୍(୨୩),ଡ୍ୟାନିୟେଲ(୨୦),ଲ୍ୟୁକ୍(୧୮),ମିଲି(୧୭),କେଟି(୧୬),ଜେମ୍ସ(୧୫),ଏଲି(୧୪),ଏମି(୧୩),ଜାଶ(୧୨),ମ୍ୟାକ୍ସ(୧୧),ଟିଲି(୯),ଓସ୍କାର(୭),କ୍ୟାସ୍ପର(୬),ହ୍ୟାଲି(୪),ଫୋବି(୩),ଆର୍ଚି(୧୮ମାସ) ଏବଂ ବୋନି(୮ମାସ)। ସୁ ଏବଂ ନୋଏଲଙ୍କ ସପ୍ତଦଶ ସନ୍ତାନ ଏଦୁନିଆରେ ନାହାନ୍ତି। ପୁଅ କ୍ରିସ୍ ଏବଂ ଝିଅ ସୋଫିଆ ଏବେ ତାଙ୍କ ଘରକୁ ଶିଫ୍ଟ ହୋଇଯାଇଛନ୍ତି। ସୋଫିଆ ନିଜେ ୩ପିଲାଙ୍କ ମାଆ ହୋଇଯାଇଛନ୍ତି।

୨୦୦୪ମସିହା ପୂର୍ବ ଯାଏଁ ଏହି ପରିବାର ୧୭୦ପାଉଣ୍ଡ (୧୫୦୦୦) ର ଭଡ଼ାଘରେ ରହୁଥିଲେ। ବାପା ନୋଏଲଙ୍କ ବେକରି ବ୍ୟବସାୟ ଏବଂ ପରିବାର ୧୦ଟି ବେଡରୁମରେ ଘରେ ରୁହନ୍ତି। ଏହି ପରିବାର ପ୍ରତି ସପ୍ତାହରେ କେବଳ ଖାଇବାରେ ହିଁ ୩୨ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିଥାଏ। ପରିବାରରେ ପ୍ରତିଦିନ ୧୮କିଲୋ ଲୁଗା ସଫା ହୋଇଥାଏ ।

ନବମ ସନ୍ତାନ ପରେ ନୋଏଲ୍ ବନ୍ଧ୍ୟାକରଣ କରାଇଥିଲେ କିନ୍ତୁ ପୁଣି ଥରେ ବାପା ହେବା ଆଶାରେ ସର୍ଜରୀ କରାଇଥିଲେ।
