ଆସୁଛି ବାତ୍ୟା , ପ୍ରସ୍ତୁତି ଜୋରଦାର : ସ୍ଥାନାନ୍ତରିତ ହେବ କ୍ୱାରେଣ୍ଟାଇନ୍‌ ସେଣ୍ଟର

Published By : Prameya-News7 Bureau | May 16, 2020 IST


ଭଦ୍ରକ ୧୬।୦୫: ଆସୁଛି ବାତ୍ୟା । ଏବେ ପ୍ରସ୍ତୁତି ଜୋରଦାର । ଭଦ୍ରକ ଜିଲ୍ଲା ବୁଲବୁଲ ଓ ଫନି ଭଳି ବାତ୍ୟାରେ ଦୁଇ ଦୁଇ ଥର ପ୍ରଭାବିତ ହୋଇଛି । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଥର ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭଦ୍ରକ ଜିଲ୍ଲା ର ଉପକୂଳବର୍ତ୍ତୀ ଅଞ୍ଚଳ ଧାମରା , ଚାନ୍ଦବାଲି ଓ ବାସୁଦେବପୁର ଉପରେ ସ୍ଵତନ୍ତ୍ର ଦୃଷ୍ଠି ଦିଆଯାଉଛି । ତିନି ଜଣ ଅଫିସର ଏହି ତିନି ଗୋଟି ଅଞ୍ଚଳ ପାଇଁ ନିଯୁକ୍ତ ହୋଇଛନ୍ତି । ମାଛଧରା ଯେଟି ରୁ ସମସ୍ତ ଟ୍ରଲର ଓ ଭୁଟୁଭୁଟିକୁ ବନ୍ଦ କରାଯାଇଛି । ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳି ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି । ଉପକୂଳର ୩ କିଲୋମିଟର ମଧ୍ୟରେ ସମସ୍ତ ଗାଁକୁ ଆଲର୍ଟରେ ରଖାଯାଇଛି । ଅନ୍ୟ ଚାରି ବ୍ଲକ ପାଇଁ ମଧ୍ୟ ସ୍ଵତନ୍ତ୍ର ଅଫିସର ନିଯୁକ୍ତ ହୋଇଛନ୍ତି । କାରୋନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିଲା । ଏବେ ସେହି କରେଣ୍ଟାଇନ ସେଣ୍ଟର ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.