Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶେଷ ହେଲା ରଥଯାତ୍ରା, ନିଳକନ୍ଦରକୁ ବାହୁଡ଼ିଗଲେ ମହାପ୍ରଭୁ, ନୀତିକାନ୍ତି ସରିବା ପରେ ଖୋଲାଗଲା ରଥ

24/07/2021 at 9:04 PM

ପୁରୀ, ୨୪/୦୭: ନିଳାଦ୍ରୀବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ମହାପ୍ରଭୁ ଏବେ ରତ୍ନବେଦୀରେ ଆସିନ ହୋଇଥିବା ବେଳେ ଶ୍ରୀମନ୍ଦିରରେ ଦୈନନ୍ଦିନ ନୀତିକାନ୍ତି ପୁଣି ଥରେ ଆରମ୍ଭ ହୋଇଛି। ଆଜି ଆଷାଢ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରୁ ବାହାରିଛି ନୀଳାଚଳ ଅବଢା । ଏପଟେ ଘୋଷଯାତ୍ରା ସରିଥିବାରୁ ରଥ ଫିଟାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ଭୋଇ ସେବାୟତ।

ସ୍ନାନପୂର୍ଣିମାରେ ତିନିଠାକୁର ରତ୍ନବେଦୀ ଛାଡିବା ପରଠୁ ଅପେକ୍ଷା ଥିଲା ଭକ୍ତଙ୍କର । ଅପେକ୍ଷା ଥିଲା, କେବେ ପୁଣି ଶ୍ରୀଜିଉମାନେ ରତ୍ନ ସିଂହାସନରେ ବିରାଜିବେ, ଆଉ ମିଳିବ ମହାପ୍ରସାଦ । ଶେଷ ହୋଇଛି ଅପେକ୍ଷା । ଗତକାଲି ଗୋଟି ପହଣ୍ଡିରେ ଝୁଲି ଝୁଲି ଭାଇ ଭଉଣୀଙ୍କୁ ଧରି ନୀଳକନ୍ଦରକୁ ଫେରିଛନ୍ତି କାଳିଆ ଠାକୁର । ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଲୀଳାଖେଳା। ଗତକାଲି ବିଳମ୍ବିତ ରାତିରେ ରତ୍ନ ସିଂହାସନରେ ରୁନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ଭୋରରୁ କୋଠସୁଆଁସିଆମାନେ ଚାରମାଳ ଖୋଲିବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ, ଗୋପାଳବଲ୍ଲଭ ଭୋଗକରିଥିଲେ । ଏହାପରେ ବାହାରିଥିଲା ନୀଳାଚଳ ଅବଢା। କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଛି । ତେଣୁ ଭକ୍ତମାନେ ମହାପ୍ରସାଦ ସୁବିଧାରେ ପାଇବା ପାଇଁ ଉତ୍ତର ଦ୍ବାରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାକୁ ପାଇ ଭକ୍ତ ଓ ସେବାୟତ ପ୍ରସନ୍ନ ହୋଇଛନ୍ତି ।  

ଘୋଷଯାତ୍ରାରେ ଶ୍ରୀଜିଉଙ୍କୁ ନେଇ ଯାଉଥିବା ରଥ ମଧ୍ୟ ପାଲଟି ଯାଇଥିଲା ପବିତ୍ର । ତାକୁ ଟିକିଏ ଛୁଇଁବା ପାଇଁ ବି ଭକ୍ତ ମନ ଆତୁର ଥିଲା । ତେବେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଶେଷ ପରେ ଆଜି ଠାରୁ ରଥ ଫିଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଭୋଇ ସେବାୟତମାନେ ରଥରେ ଥିବା ପାର୍ଶ୍ବ ଦେବାଦେବୀ, ଘୋଡା, ସାରଥି, ହସଂପଟ୍ଟା ଗୁଡିକୁ ଖୋଲିଛନ୍ତି । ରଥର ଏହି ଅଂଶ ଗୁଡିକ ପ୍ରତ୍ୟକ ବର୍ଷ ନିର୍ମାଣ ହେଉ ନଥିବାରୁ ଏଗୁଡିକୁ ସୁରକ୍ଷିତ ଭାବେ ଗୁଣ୍ଡିଚା ଘର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଏ। ରଥର ଅନ୍ୟ ମୁଖ୍ୟ ଅଂଶ ଗୁଡିକ ପ୍ରଶାସନର ନିର୍ଦ୍ଦେଶ ଆସିବା ପରେ ଖୋଲାଯିବ। 

ତେବେ ପୁଣିଥରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଲୀଲାଖେଳା । ତେବେ କୋଭିଡ୍ କଟକଣା କାରଣରୁ ଜଗା ଦର୍ଶନ ବନ୍ଦ ରହିଛି ।

   Related Posts