Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା, ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା

5/10/2021 at 9:13 PM

ଭୁବନେଶ୍ଵର ୦୫।୧୦: ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା । ୨୬ରେ ପ୍ରକାଶ ପାଇବ  ଚୁଡାନ୍ତ ସଂରକ୍ଷଣ ତାଲିକା।  ୨୯ରେ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବେ ସରକାର । ସରକାରଙ୍କଠୁ ଚୁଡାନ୍ତ ତାଲିକା ପାଇବା ପରେ କମିଶନ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ। ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ନିର୍ଦ୍ଦେଶକ ।

ସଂରକ୍ଷଣ ନେଇ ସରକାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ  ୮ରେ ସରପଞ୍ଚ ଓ ପଞ୍ଚାୟତ ସମତି ଓ ଜିଲ୍ଲା ପରିଷଦ  ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଉଲ୍ଲେଖ ହୋଇଛି । ୧୬ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ   ଚିଠା ତାଲିକା ଆସିବ। ଏଥିପାଇଁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନେଇ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୨ ସୁଦ୍ଧା ଜିଲ୍ଲାପାଳ ମାନେ  ଅଭିଯୋଗ ଶୁଣାଣି କରି କେସ ଫଇସଲା ସହ  ସରକାରଙ୍କୁ ନିଜ ଜିଲ୍ଲାର ସଂରକ୍ଷଣ ତାଲିକା ଦେବେ । ସରକାରଙ୍କ ଅନୁମୋଦନ ପରେ ୨୬ରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ୨୯ ତାରିଖରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବେ ସରକାର ।

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । କୋର୍ଟଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ସରକାର ପଞ୍ଚାୟତ  ନିର୍ବାଚନ ଆଇନରେ ସଂଶୋଧନ କରିଛନ୍ତି । ତେବେ ନୂଆ ଆଇନ ଆସିବା ପରେ ଏତେ କମ ସମୟରେ କିପରି ସଂରକ୍ଷଣ ତାଲିକା ହେବ ତାହା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ସେପଟେ ବିରୋଧୀ ସରକାରଙ୍କ ସଂରକ୍ଷଣ ଉପରେ ନଜର ରଖିଥିବା ବେଳେ  ବିଜେଡି କହିଛି  ଆଇନ ଅନୁସାରେ ସରକାର ସଂରକ୍ଷଣ ବ୍ୟବସ୍ଥା କରିବେ।

ମାର୍ଚ୍ଚ ୫ରେ ସରିବ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକାଳ । ଆଉ ତା ପୂର୍ବରୁ ଯଦି ଠିକ ସମୟରେ ସରକାର ସଂରକ୍ଷଣ ତାଲିକା ପ୍ରସ୍ତୁତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଅନ୍ତି ତାହାଲେ ଠିକ ସମୟରେ ପଞ୍ଚାୟତ ଭୋଟ ହେବା ନେଇ ଆଶା ରହିଛି ।

   Related Posts