ବ୍ରିଟେନରୁ ଆସିଲା ବଡ ଖବର: କରୋନା ପଜିଟିଭ୍ ଚିହ୍ନଟ ହେଲେ ପ୍ରିନ୍ସ ଚାର୍ଲ୍ସ, ନିଜକୁ ସେଲ୍ଫ ଆଇସୋଲେସନରେ ରଖିଲେ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୦୩: ମହାମାରୀର ରୂପ ନେଇ ସାରିଥିବା କରୋନା କାରଣରୁ ସମଗ୍ର ବିଶ୍ଵରେ ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ସଂକ୍ରମିତ ଅଛନ୍ତି। ସଂକ୍ରମଣଙ୍କ ମଧ୍ୟରେ ଅନେକ ଦେଶର ବଡ ବଡ ରାଜନେତାଠୁ ନେଇ ସେଲିବ୍ରିଟି ମଧ୍ୟ ସାମିଲ। ଏହା ମଧ୍ୟରେ ବ୍ରିଟେନ ରାଜପରିବାରର ସଦସ୍ୟ ପ୍ରିନ୍ସ ଚାର୍ଲ୍ସଙ୍କ ଠାରେ ଭାଇରସ କୋଭିଡ୍-୧୯ ପଜିଟିଭ୍ ମିଳିଛି । ବୁଧବାର ବ୍ରିଟିଶ୍ ଗଣମାଧ୍ୟମରୁ ଏହି ବଡ ଖବର ଆସିଛି ।ଏହି ଖବର ପ୍ରସାରଣ ପରେ ୟୁନାଇଟେଡ୍ କିଙ୍ଗଡମରେ ଚାଞ୍ଚଲ୍ୟ ଖେଳି ଯାଇଛି। ରିପୋର୍ଟରେ ପଜିଟିଭ ଆସିବା ପରେ ପ୍ରିନ୍ସ ଚାର୍ଲ୍ସ ଘରେ ରହି କାମ କରୁଛନ୍ତି।

କ୍ଲେରେନ୍ସ ହାଉସର ମୁଖପାତ୍ର କହିଛନ୍ତି ଯେ, କିଛି ଦିନ ହେବ ଚାର୍ଲ୍ସଙ୍କଠାରେ ହାଲୁକା ଲକ୍ଷଣ ଦେଖିବାକୁ ମିଳିଥିଲା। ତଥାପି ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ଗତ କିଛି ଦିନ ସବୁ ଦିନ ପରି ଘରେ କାମ କରୁଛନ୍ତି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସ ଓ ୭୨ ବର୍ଷୀୟ ଡଚେସ୍ ସଂପ୍ରତି ସ୍କଟଲାଣ୍ଡରେ ନିଜ ଘରେ ସେଲ୍‌ଫ ଆଇସୋଲେସନରେ ଅଛନ୍ତି।

ମୁଖପାତ୍ର କହିଛନ୍ତି ଯେ, ଡଚେସ୍‌ଙ୍କ ମଧ୍ୟ ରକ୍ତ ନମୂନା ଓ ସ୍ଵାବର ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ସେ ସେଲ୍‌ଫ ଆଇସୋଲେସନରେ ଥିବା ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ ସମଗ୍ର ବିଶ୍ଵରେ ସମଗ୍ର ବିଶ୍ୱରେ କରୋନା ଭାଇରସରେ ୧୮୮୧୦ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ସଂକ୍ରାମକଙ୍କ ସଂଖ୍ୟା ୨, ୯୪, ୧୧୯ରେ ପହଂଚିଛି । କରୋନା ଭାଇରସ ୧୯୭ ଦେଶକୁ ନିଜ କବଳକୁ ନେଇ ସାରିଛି । ଅଦ୍ୟାବଧି କରୋନା ଭାଇରସରେ ୧୩,୨୬୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ୧ ଲକ୍ଷ ୮ ହଜାର ୩୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.