Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଭୁବନେଶ୍ବରରେ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନା…

27/07/2020 at 10:17 PM

ଭୁବନେଶ୍ବର୨୭/୭: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଏବେ ଭୁବନେଶ୍ବରରେ ଉପଲବ୍ଧ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡରସ ଆତ୍ମନିର୍ଭର ନିଧି ଯୋଜନା। ସ୍ବତନ୍ତ୍ର ଭାବେ ଏହା ଷ୍ଟ୍ରିଟ୍ଟ ଭେଣ୍ଡର ମାନଙ୍କ ପାଇଁ ଲାଗୁ ହେବ । ମାଇକ୍ରୋ କ୍ରେଡ଼ଟି୍ ସ୍କିମ୍ ବା କ୍ଷୁଦ୍ର ଋଣ ଯୋଜନା ଜରିଆରେ ଋଣ ଦିଆଯିବ। ଗତ ଜୁନ୍ ୧ ତାରିଖରୁ ସରକାରଙ୍କ ଦ୍ବାରା ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ରାଜ୍ୟ ସ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦଶେ କ୍ରମେ ସହରାଞ୍ଚଳ ସ୍ବାୟତ ସଂସ୍ଥାରେ ଏହାର ରୂପାୟନ କରାଯାଉଅଛି। ଆଜି ପୂର୍ବ।ହ୍ନରେ ଭୁବନେଶ୍ବର ମହାନଗର ନିଗମ ରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି । ଭୁବନେଶ୍ବରରେ ୨୪ ମାର୍ଚ୍ଚ-୨୦୨୦ ପୂର୍ବରୁ ଥିବା ସମସ୍ତ ଷ୍ଟ୍ରିଟ ଭେଣ୍ଡର ଏହି ଯୋଜନାରେ ସାମିଲ ହେବେ ।

୭ ପ୍ରତିଶତ ସୁଧ ହାରରେ ବିନା ଅମାନତରେ ଷ୍ଟ୍ରିଟ ଭେଣ୍ଡର ମାନଙ୍କୁ ଋଣ ଯୋଗାଇ ଦିଆଯିବ । ବିନା ବନ୍ଧକରେ ୧୦ ହଜ଼ାର ଟଙ୍କା ଯାଏ ସର୍ବାଧିକ ଋଣ ଦିଆଯିବ । ଭୁବନେଶ୍ୱର ରେ ୨୧୪୮୩ ଜଣ ଭେଣ୍ଡର ଏହି ଯୋଜନାରେ ଲାଭବାନ ହେବେ । ଋଣ ପାଇଁ ଅନ ଲାଇନରେ ଆବେଦନ କରିବେ । ଯେଉ ବୁଲାବିକାଳି ପୌରସଂସ୍ଥା ଠାରୁ ପ୍ରମାଣପତ୍ର ପାଇଥିବେ, ସର୍ଭରେ ଚିହ୍ନଟ ହୋଇଥିବେ, ୪ ମାର୍ଚ୍ଚ-୨୦୨୦ ପର୍ଯ୍ୟନ୍ତ ବେପାର କରୁଥିବାର ପ୍ରମାଣ ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ ଏବଂ ଆଖପାଖର ବୁଲାବିକାଳି ଦୈନିକ ଆସି ସହର ମଧ୍ୟରେ ବେପାର କରୁଥିବାର ସୁପାରିଶ ପତ୍ର ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ।

ସେମାନେ ଏହି ସ୍କିମ୍ ର ହିତାଧତ୍କାରୀ ହୋଇପାରିବେ । ବିଏମସି ଡ଼।ଇରେକ୍ଟର ସୁଡ଼। ସାରଦା ପ୍ରସନ୍ନ ପଣ୍ଡା ଏବଂ ଆଡ଼ଶିନାଲ୍ କମିଶନର ବି.ଏମ୍.ସି ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ପ୍ରାୟ ୨୫ ଗୋଟି ବ୍ୟାଙ୍କ୍ ର କର୍ମକର୍ତ।ଙ୍କୁ ଏହି ଯୋଜନା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା

   Related Posts