ଇମ୍ରାନଙ୍କ ଅଫିସ୍‌ର ଇଲେକ୍ଟ୍ରି ବିଲ୍ ଦେବାଲାଗି ଟଙ୍କା ନାହିଁ, ପାକିସ୍ତାନରେ ଅଟା କିଲୋ ୪୭.୫୦ ଟଙ୍କା, ଜାଣନ୍ତୁ ପୂରା ଖବର

Published By : Prameya-News7 Bureau | September 01, 2019 IST

କରାଚି୧|୯: ଭାରତକୁ ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନରେ ରୋଷେଇ ସାମଗ୍ରୀର ଘୋର ଅଭାବ ଦେଖାଦେଇଛି। ଏପରିକି ପାକିସ୍ତାନ ଶେୟାର ମାର୍କେଟ ସ୍ଥିତି ମଧ୍ୟ ମାନ୍ଦା ଅବସ୍ଥାରେ ଚାଲିଛି। ଅନ୍ୟପଟେ ନିତ୍ୟ ସାମଗ୍ରୀର ଦର ପାକିସ୍ତାନରେ ହୁହୁ ହେଇ ବଢ଼ି ଚାଲିଛି। ପାକିସ୍ତାନରେ ଗହମ ଦର ମଧ୍ୟ ଆକାଶ ଛୁଆଁ। ଏବେ ସୁଦ୍ଧା ପାକିସ୍ତାନର ଅଟା କିଲୋ ୪୭.୫୦ ଟଙ୍କାରେ ପହଞ୍ଚିଲାଣି। ସେହିପରି ଏକ ପ୍ୟାକେଟ ପାଓ୍ବାରୁଟିର ଦାମ ୪୦ରୁ ୮୦ ଟଙ୍କାରେ ପହଞ୍ଚିଛି। ସେହିପରି ଚାଉଳ କିଲୋ ୧୩୦.୪୭ ଟଙ୍କାରେ ପହଞ୍ଚିଛି। ପାକିସ୍ତାନ ବଜାରରେ ଥିବା ଖାଦ୍ୟ ସାମଗ୍ରୀ ଦର ବର୍ତ୍ତମାନ ଆକାଶ ଛୁଆଁ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ ମାସରେ ପାକିସ୍ତାନରେ ଅଟା କିଲୋ ପ୍ରତି ୧୧ ଟଙ୍କାରେ ବିକ୍ରି ହେଉଥିଲା। ଖାଦ୍ୟ ସାମଗ୍ରୀ ଉପରେ ଦର ନିୟନ୍ତ୍ରଣ ଲାଗି ଖାଦ୍ୟ ଯୋଗାଣ ମନ୍ତ୍ରାଳୟକୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ମାସଠାରୁ ଅଟା ଦର ହୁ ହୁ ହୋଇ ବଢ଼ି ଚାଲିଛି।  ୧୦ କିଲୋ ଅଟା ପାଇଁ ୪୫୦ ଟଙ୍କା ପାକିସ୍ତାନ ଖାଉଟିଙ୍କୁ ଦେବାକୁ ପଡୁଛି। ସେହିପରି ଗହମ କ୍ବିଣ୍ଟାଲ ପିଛା ୪ ହଜାର ଟଙ୍କାରେ ପହଞ୍ଚିଛି। ଭାରତରୁ ସପ୍ଲାଏ ହୋଇଥିବା ଖାଦ୍ୟ ସାମଗ୍ରୀ ଉପରେ ରୋକ୍‌ ଲଗିବା ପରେ ପାକିସ୍ତାନ ଖାଉଟିଙ୍କୁ ହନ୍ତସନ୍ତ ହେବାକୁ ପଡୁଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଇଲେକ୍ଟ୍ରି ବିଲ ଦେବା ପାଇଁ ଟଙ୍କା ନାହିଁ ବୋଲି ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି। ନିକଟରେ ଏକ ମିସାଇଲ ପରୀକ୍ଷଣ ଯୋଗୁ ପାକିସ୍ତାନର ଆର୍ଥିକ ଅବସ୍ଥା ସଂକଟ ଆଡ଼କୁ ଗତି କରୁଛି ବୋଲି ପାକିସ୍ତାନ ରାଜନୈତିକ ଦଳ ମଧ୍ୟରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.