Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଅଭିନେତା ଅନୁପମ ଖେରଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ: କହିଲେ,’ଏହା ମୋ ହୃଦୟକୁ ଛୁଇଁଗଲା’

27/02/2021 at 5:29 PM

ନୂଆଦିଲ୍ଲୀ ୨୭/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲିଉଡ୍ ଅଭିନେତା ଅନୁପମ ଖେରଙ୍କୁ ଏକ ଖାସ୍ ଚିଠି ଲେଖିଛନ୍ତି । ଏହି ଚିଠି ପାଇ ଅନୁପମ ଖେର ଗର୍ବ ଅନୁଭବ କରିବା ସହିତ ବେଶ ଖୁସି ମଧ୍ୟ ହୋଇଛନ୍ତି ।  ତାଙ୍କର ଲିଖିତ ବହି ‘ୟୋର ବେଷ୍ଟ ଡେ ଇଜ୍ ଟୁଡେ’ ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଚିଠି ଲେଖିଛନ୍ତି । ଅନୁପମ ଇନଷ୍ଟାଗ୍ରାମ୍ ରେ ଏକ ପୋଷ୍ଟ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ୟେଶରେ କିଛି ଲେଖିଛନ୍ତି ।

ଅନୁପମ ଏହି ପୋଷ୍ଟରେ ଲେଖିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ! ମୋର ବହି ୟୋର ବେଷ୍ଟ ଡେ ଇଜ୍ ଟୁଡେ ପାଇଁ ଏକ ସୁନ୍ଦର ଚିଠି ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ । ମୁଁ ନିଜକୁ ଗର୍ବିତ ଏବଂ ସମ୍ମାନୀତ ଅନୁଭବ କରୁଛି । ଆପଣ ଜଣେ ପ୍ରରଣାଦାୟକ ନେତା । ଆପଣ ଏହି ପରି ବର୍ଷ ବର୍ଷ ଧରି ଆମର ନେତୃତ୍ୱ କରିବେ ବୋଲି ମୁଁ ଆଶା କରୁଛି ।  ମୋର ମା ଆପଣଙ୍କ ଲାଗି ଆଶୀର୍ବାଦ ପଠାଇଛନ୍ତି । ଆପଣଙ୍କ ପତ୍ର ମୋ ପାଇଁ ଅମୂଲ୍ୟ ରତ୍ନ ।“

Anupam Kher With PM Modi

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଚିଠିକୁ ଅନୁପମ ଖେର ଫ୍ୟାନ୍ସ ମାନଙ୍କ ସହିତ ମଧ୍ୟ ସେୟାର କରିଛନ୍ତି । ତାଙ୍କ ଲିଖିତ ବହି ପଢି ସାରିବା ପରେ ଏହି ଚିଠି ପିଏମ୍ ତାଙ୍କୁ ପଠାଇଥିଲେ । ଚିଠିରେ ଲେଖାହୋଇଛି, ‘ଅନୁପମ ଖେର ଜୀ ମୋତେ ଆପଣଙ୍କ ବହି ୟୋର ବେଷ୍ଟ ଡେ ଇଜ୍ ଟୁଡେ ପ୍ରାପ୍ତ କରି ଖୁସି ଲାଗିଲା । ଏହା ଏକ ସାମୟିକ ବହି, ଯାହା ପୂର୍ବ ବର୍ଷ ସାମ୍ପ୍ରତିକ ବିକାଶକୁ ଦୃଷ୍ଟିରେ ରଖି ଲେଖା ହୋଇଛି ।’

मां दुलारी के साथ अनुपम खेर और पीएम नरेंद्र मोदी

ପିଏମ୍ ଲେଖିଛନ୍ତି, ‘ବହିର ଆରମ୍ଭରୁ ଆପଣ ଲେଖିଛନ୍ତି, ଦିଆ ଯାଇଥିବା ଟାଇଟେଲ୍ ପ୍ରକୃତରେ ଆପଣଙ୍କ ମା ଙ୍କର ସେହି ଶିକ୍ଷା ଯାହା ଆପଣଙ୍କୁ ପିଲାବେଳୁ ମିଳିଥିଲା । ଏହା ତୁମ ମା ଦୁଲାରୀଙ୍କ ସକାରାତ୍ମକତା ଯେ ଆଜି ବି ତୁମେ ସଫଳତାର ଶୀର୍ଷରେ ପହଞ୍ଚିଛ । ମୁଁ ଅନୁଭବ କରୁଛି ଯେ ସେହି ଶକ୍ତି ହେତୁ ତୁମେ ଏବଂ ତୁମର ପୁରା ପରିବାର କଷ୍ଟ ସମୟରେ ଭାଙ୍ଗି ନ ଯାଇ ଦୃଢ ଭାବରେ ଠିଆ ହୋଇଛ ।’ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘କରୋନା ମହାମାରୀ ସମୟରେ ଆପଣଙ୍କ ବିଚାର ଏବଂ ଅନୁଭବର ଏହି ସଂକଳନ ପାଇଁ ହାର୍ଦ୍ଧିକ ଶୁଭେତ୍ସା । ଆପଣଙ୍କର ବହିର ସଫଳତା କାମନା କରୁଛି । ମୋର ମା ଶ୍ରୀମତୀ ଦୁଲାରୀ ଜୀଙ୍କୁ ନମସ୍କାର ଏବଂ ସମ୍ମାନ ଜଣାଇବେ ।‘

   Related Posts