ଗୋଟିଏ ନୁହେଁ ୫ଟି ବଙ୍ଗଳା ରହିଛି ନରେନ୍ଦ୍ର ମୋଦିଙ୍କର : ଜାଣନ୍ତୁ କେଉଁ ବଙ୍ଗଳାର ରହିଛି କ’ଣ ମାହାତ୍ମ୍ୟ

Published By : Prameya-News7 Bureau | July 18, 2019 IST

ନୂଆଦିଲ୍ଲୀ ୧୮/୭: ନରେନ୍ଦ୍ର ମୋଦି ଲଗାତାର ଭାବେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏମିତିରେ ୭ଜଣ ଲୋକ କଲ୍ୟାଣ ମାର୍ଗ ଅର୍ଥାତ୍ ପ୍ରଧାନମନ୍ତ୍ରୀ ଆବାସରେ ରହିବେ। ତେବେ ଏହି ଆବାସରେ ଗୋଟିଏ ନୁହେଁ ବରଂ ୫ଟି ବଙ୍ଗଳା ରହିଛି। ଆପଣ କେବଳ ଗୋଟିଏ ବଙ୍ଗଳା ବିଷୟରେ ହିଁ ଶୁଣିଥିବେ। କିନ୍ତୁ ଏଠାରେ ୫ଟି ବଙ୍ଗଳା ରହିଛି ଆସନ୍ତୁ ଜାଣିବା ଏହା ବିଷୟରେ।

{"id":135078}

ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀ ଆବାସ ୧୨ ଏକର ଜମିରେ ତିଆରି ହୋଇଛି। ମୁଖ୍ୟ କଥା ହେଲା କି, ଏଠାରେ ଗୋଟିଏ ନୁହେଁ ବରଂ ୫ଟି ବଙ୍ଗଳା ରହିଛି। ଏହି ୫ଟି ବଙ୍ଗଳାର ସଂଖ୍ୟା ହେଉଛି ୧,୩, ୫, ୭ ଏବଂ ୯। ଏଥିମଧ୍ୟରୁ ନରେନ୍ଦ୍ର ମୋଦି ୭ନମ୍ବର ବଙ୍ଗଳାରେ ରହୁଛନ୍ତି।

{"id":135079}

୯ନମ୍ବର ବଙ୍ଗଳାରେ ଏସପି ରୁହନ୍ତି। ଯିଏ କି ମୋଦିଙ୍କ ସୁରକ୍ଷା ଦାୟିତ୍ବ ସମ୍ଭାଳି ଥାନ୍ତି। ୩ ନମ୍ବର ବଙ୍ଗଳାଟି ମୋଦିଙ୍କ ଅତିଥିମାନଙ୍କ ପାଇଁ ଗେଷ୍ଟ ହାଉସ୍ ହୋଇଛି। ୧ ନମ୍ବର ବଙ୍ଗଳାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଲିପ୍ୟାଡ୍ ତିଆରି ହୋଇଛି। ଏହି ବଙ୍ଗଳାଠାରୁ ୧-୨ କିମି ଲମ୍ବା ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ମଧ୍ୟ ହୋଇଛି।  ମୋଦିଙ୍କ ଏହି ଆବାସକୁ ୭ଲୋକ କଲ୍ୟାଣ ମାର୍ଗ ଆବାସ ବୋଲି କୁହାଯାଇଥାଏ।

{"id":135082}

ମୋଦିଙ୍କ ଆବାସର ନକ୍ସା ରୋବର୍ଟ ଟର୍ ରୁସେଲ ତିଆରି କରିଛନ୍ତି। ରସେଲ ୧୯୨୦ ଏବଂ ୧୯୩୦ ଦଶକରୁ ଦିଳ୍ଲୀର ନକ୍ସା ତିଆରି କରୁଥିଲେ। ତେବେ କେହି ଯଦି ମୋଦିଙ୍କ ଆବାସକୁ ଯାଏ ସର୍ବପ୍ରଥମେ ୯ ଲୋକ କଲ୍ୟାଣ ମାର୍ଗରୁ ପ୍ରବେଶ ଦିଆଯାଇଥାଏ। ଏହା ପରେ ପାର୍କିଂ କରିବା ପରେ ତାଙ୍କୁ ଓ୍ବେଲକମ୍ ଗୃହକୁ ନିଆଯାଇଥାଏ। ଏଠାରେ ସିକ୍ୟୁରିଟି ବ୍ୟବସ୍ଥାକୁ ପୁରା କଡ଼ାକଡ଼ି ଭାବେ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.