ଚାନ୍ଦବାଲିରେ ଚାଞ୍ଚଲ୍ୟ: ୨୨ କିଲୋ ମାଛ ଦାମ୍ ୧ ଲକ୍ଷ ୪୩ ହଜାର ଟଙ୍କା, ମାଛରେ ରହିଛି ଔଷଧୀୟ ଗୁଣ

Published By : Prameya-News7 Bureau | October 02, 2020 IST

ଚାନ୍ଦବାଲି୨/୧୦: ମାଛର ଓଜନ ୨୨ କିଲୋ, କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଏକ ଲକ୍ଷ ୪୩ ହଜାର ଟଙ୍କାରେ ଏହି ମାଛଟି ବିକ୍ରି ହୋଇଛି।ଯାହା ସ୍ଥାନୀୟ ଅଞ୍ଚଳରେ ହଇଚୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳରେ ମତ୍ସ୍ୟଜୀବିଙ୍କ ଜାଲରେ ଗୋଟିଏ ତେଲିଆ ମାଛ ପଡିଥିଲା।

{"id":337778,"sizeSlug":"large"}

ଯାହାର ଓଜନ ଥିଲା ୨୨ କିଲୋ।  କିଲୋ ପିଛା ସାଢ଼େ ୬ ହଜାର ଟଙ୍କାରେ ବିକ୍ରି ହୋଇଥିଲା, ସାଢ଼େ ୬ ହଜାର ଟଙ୍କା ମୂଲ୍ୟରେ ଏକ ଲକ୍ଷ ୪୩ ହଜାର ଟଙ୍କାରେ ବିକ୍ରି ହୋଇଥିଲା।ଏହି ମାଛଟିକୁ ଜଣେ କୋଲକାତର ଜଣେ ମାଛ ବ୍ୟବସାୟୀ କିଣିଥିଲେ।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ମାଛରେ ଔଷଧୀୟ ଗୁଣ ଥିବାରୁ ଇଣ୍ଡଷ୍ଟ୍ରିଆଲ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଇଥାଏ।

ମାଛ ବ୍ୟବସାୟୀଙ୍କ କହିବା ଅନୁସାରେ, ଏହା ପୂର୍ବରୁ  ଏହି ଜାତୀୟ ବଡ ବଡ଼ ମାଛ ଜାଲରେ ପଡିଛି। ହେଲେ ସାଧାରଣ ଦରରେ ବିକ୍ରି ହୋଇଥିଲା। ମାଛର ଔଷଧୀୟ ଗୁଣ ସଂପର୍କରେ ଜାଣିବା ପରେ ସେହି ଜାତୀୟ ମାଛ ସନ୍ଧାନରେ ସ୍ଥାନୀୟ ମାଛ ବ୍ୟବସାୟୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.