କରୋନା ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଦର ଧାର୍ଯ୍ୟ... ଏତିକି ଟଙ୍କାରେ ହେବ ପରୀକ୍ଷା

Published By : Prameya-News7 Bureau | July 15, 2020 IST

ଭୁବନେଶ୍ୱର୧୫/୭: ରାଜ୍ୟରେ ପ୍ରାଇଭେଟ୍‌ ହସ୍‌ପିଟାଲ୍‌ମାନଙ୍କରେ କରୋନା ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ସରକାର ଦର ଧାର୍ଯ୍ୟ କରିଛନ୍ତି। ଏବେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ୪୫୦ ଟଙ୍କା ସହ ଜିଏସ୍‌ଟି ଧାର୍ଯ୍ୟ କରାଯାଇଛି । ବେସରକାରୀ ହସ୍‌ପିଟାଲ୍‌ ଓ ଲ୍ୟାବ୍‌ରେ ଆଣ୍ଟିଜେନ୍‌ ଟେଷ୍ଟ ପାଇଁ ଏହି ଦର ଧାର୍ଯ୍ୟ କରାଯାଇଛି ।  ଦର ନିର୍ଦ୍ଧାରଣ ନେଇ ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଏହା ସହ ରାଜ୍ୟରେ ପ୍ଲାଜାମା ବ୍ୟାଙ୍କର ଉଦ୍‌ଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ କରୋନା ଚିକିତ୍ସା ପାଇଁ ପ୍ରଥମ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହୋଇଛି ।   ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉପସ୍ଥିତି ଥିଲେ । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଉପରେ ପ୍ଲାଜମା ଥେରାପି ପ୍ରୟୋଗ କରାଯିବ । ପରୀକ୍ଷାମୂଳକ ଭାବେ ଏହି ଥେରାପିର ସଫଳତା ହାର ବେଶ୍‌ ଭଲ ରହିଛି । ଏଥିପାଇଁ ଦେଶର କେତେକ ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ଏବେ ପ୍ଲାଜମା ଥେରାପି ଦିଆଯାଉଛି । ବିଭିନ୍ନ ରାଜ୍ୟରେ ଏବେ ପ୍ଲାଜମା ବ୍ୟାଙ୍କ ଖୋଲିଥିବା ବେଳ ଓଡିଶାକେ ପ୍ଲାଜମା ବ୍ୟାଙ୍କକୁ ଉଦ୍‌ଘାଟିତ କରାଯାଇଛି ।

ରକ୍ତ ରେ ଶ୍ୱେତ ରକ୍ତ କଣିକା ଲାଲ୍‌ ରକ୍ତ କଣିକା ଏବଂ ପ୍ଲେଟଲେଟସ ଥାଏ । ଶିରା ପ୍ରଶିରା ଭିତରେ ଏହି କଣିକା ଗୁଡି଼କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଂଚାଇବା କାମ କରେ ପ୍ଲାଜମା ।ପ୍ଲାଜମା ର ରଙ୍ଗ ହେଉଛି ଇସତ ହଳଦିଆ । ପାଣି, ଲୁଣ ଏବଂ ଏନଜାଇମକୁ ନେଇ ଏହି ପ୍ଲାଜମା ତିଆରି ହୋଇଥାଏ । ଶରୀରର ଗୋଟିଏ ସ୍ଥାନରୁ ହର୍ମନ, ପ୍ରୋଟିନ ଏବଂ ନିଉଟ୍ରିଆନ୍ସ ନେଇ ଅନ୍ୟସ୍ଥାନରେ ପହଂଚାଇଥାଏ । ଏହାକୁ ଗିଫ୍ଟ ଅଫ ଲାଇଫ ବୋଲି କହନ୍ତି । ଏବି ରକ୍ତ ର ପ୍ଲାଜମା ସବୁଠାରୁ ଗୁରୁତ୍ୱ ସହ ସମସ୍ତଙ୍କ ଦେହରେ ଏହା ଲାଗି ପାରିବ.. ଜଣେ ବ୍ୟକ୍ତି ୨୮ ଦିନରେ ଥରେ ଓ ବର୍ଷ କୁ ୧୩ ଥର ପ୍ଲାଜମା ଦେଇପାରିବେ ।

ଯେଉଁ ରୋଗୀଙ୍କର ନିଶ୍ୱାସ ନେବାରୁ ସମସ୍ୟା ସୃଷ୍ଟି କରେ.. ସେମାନଙ୍କୁ ଏହି ପ୍ଲାଜମା ଥେରାପି ଦ୍ୱାରା ସମସ୍ୟା ସମାଧାନ କରିହୁଏ. ଯାହାକୁ ଡାକ୍ତରରୀ ଭାଷାରେ ଆକ୍ୟୁଟ ରେସ୍ପିଓଟରୀ ଡିସଟ୍ରେସ ସିନଡ୍ରମ କୁହାଯାଏ. ଏହା ହେଲେ ରୋଗୀ ଦେହରେ ଅମ୍ଳଜାନ ଚଳପ୍ରଚଳ କମ ହୁଏ. ତେଣୁ ପ୍ଲାଜମା ଥେରାପି ଦ୍ୱାରା ଏକ୍ଯୁଟ ରେସିଓଟାରି ଡିସଟ୍ରେସ ସିନଡ୍ରମ କୁ ନିୟନ୍ତ୍ରଣ କରି ହୁଏ. ପ୍ଲାଜମା ଥେରାପି ବିଶେଷତଃ ଜଳାପୋଡା, ଟ୍ରାଉମା ରୋଗ କ୍ଷତ୍ରରେ ବ୍ୟବହାର କରାଯାଏ.. କିନ୍ତୁ ଏବେ ଡାକ୍ତର ମାନେ ମଧ୍ୟ ଏହି ପ୍ଲାଜମା ଥେରାପିକୁ କୋଭିଡ କ୍ଷତ୍ରରେ ବ୍ୟବହାର କରିବାକୁ କହିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ପ୍ଲାଜମା ଦେବାପାଇଁ ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.