ଦୀର୍ଘ ଏକ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଁଞ୍ଚିଲେ ଗର୍ଭବତୀ ମହିଳା: ଅଧାବାଟରେ ଶିଶୁପୁତ୍ରକୁ ଜନ୍ମ ଦେଲେ

Published By : Prameya-News7 Bureau | October 05, 2020 IST

ନବରଙ୍ଗପୁର୫/୧୦: ରାସ୍ତା ଖରାପ ଯୋଗୁଁ ଦୀର୍ଘ ଏକ କିଲୋ ମିଟର ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଁଞ୍ଚିଲେ ଗର୍ଭବତୀ ମହିଳା।  ବର୍ଷା ହେବା ମାତ୍ରେ ନବରଙ୍ଗପୁର ଗ୍ରାମାଞ୍ଚଳରେ ରହୁଥିବା ଜନନୀଙ୍କ ଯନ୍ତ୍ରଣା ବଢିଯାଏ।  ଝରିଗାଁ ବ୍ଲକ ଚିତାବେଡ଼ସି ପଞ୍ଚାୟତରେ ସିଉନାଗୁଡ଼ା ଗ୍ରାମରେ ପୁଣି ଏକ ହୃଦୟା ବିଦାରକ ଘଟଣା ଘଟିଛି। ଚନ୍ଦ୍ରାଭତ୍ରାଙ୍କ ପ୍ରସବ ଯନ୍ତ୍ରଣା ହେବା ଯୋଗୁଁ ଆଶା ଦିଦିଙ୍କ ମାଧ୍ୟମରେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ।  ଗାଁ ଭିତରର ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଆସି ପାରି ନଥିଲେ। ପ୍ରାୟ ଏକ ଲୋମିଟର ପାଖାପାଖି ଗର୍ଭବତୀ ଚାଲି ଚାଲି ଆମ୍ବୁଲାନ୍ସ ପାଖରେ ପହଞ୍ଚି ଥିଲେ। ହେଲେ ଆମ୍ବୁଲାନ୍ସରେ ମାତ୍ର ଦୁଇ କିଲୋମିଟର ଯାଇଛି, ଅସହ୍ୟ ଗର୍ଭ ବେଦନା ସହି ନ ପାରି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

ମା ଓ ଛୁଆଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ଉଭୟେ ମା ଓ ଶିଶୁ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲାରେ ବାରମ୍ବାର ଏହି ପରି ଘଟଣା ଘଟୁଛି। ଅପହଞ୍ଚ ଅଞ୍ଚଳକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥିବା ଯୋଗୁଁ କେତେବଳେ ଗର୍ଭବତୀ ଖଟିଆ ଓ ଷ୍ଟେର୍ଚର ବୁହା ହେଉଛନ୍ତି ତ ଆଉ କେତେ ବେଳେ ଚାଲି ଚାଲି ଆମ୍ବୁଲାନ୍ସ ପାଖକୁ ଯିବାକୁ ପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.