ହାତଗଣ୍ଠି ବଦଳରେ ପଡିଲା ହାତକଡ଼ି: କାର୍‌ରୁ ବରକୁ ଉଠାଇ ନେଲେ ପୋଲିସ୍‌ ଟିମ୍‌

Published By : Prameya-News7 Bureau | March 12, 2020 IST

ଆଠଗଡ଼୧୨/୨: ଧୁମ୍‌ଧାମ୍‌ରେ ବାଜା ବଜାଇ, ରୋଷଣୀ କରି, ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାହା ହେବାକୁ ଯାଉଥିବା ବରକୁ ଅଧା ରାସ୍ତାରୁ ଉଠାଇନେଲା ପୋଲିସ। ଫିଲ୍ମ ଷ୍ଟାଇଲ୍‌ରେ ସବୁକିଛି ଘଟିଯାଇଥିବା ବେଳେ ପ୍ରଥମେ ପରିବାର ଲୋକେ କିଛି ବୁଝି ପାରିନଥିଲେ। ପରେ ପୁଅକୁ ମୁକୁଳାଇବା ପାଇଁ ଥାନାକୁ ଯିବା ପରେ ଜଣାପଡ଼ିଥିଲା ଅସଲ ଘଟଣା।

{"id":237273,"sizeSlug":"large"}

ତେବେ କେହି ଦୁର୍ବୃତ୍ତ ଅପହରଣ କରି ନେଇଥିବା ଅନୁମାନ କରୁଥିବା ପରିବାର ଲୋକେ ସାଦା ପୋଷାକରେ ପୋଲିସ ଆସି ପୁଅକୁ ଉଠାଇନେଇଛି ବୋଲି ବୁଝି ଯାଇଥିଲେ। ଘଟଣା ଥିଲା କିଛି ଏମିତି, ଢ଼େଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ପ୍ରକାଶ ସ୍ବାଇଁଙ୍କର ଆଠଗଡ଼ ଅଂଚଳର ଜଣେ ଯୁବତୀଙ୍କ ସହ ବାହାଘର ଫାଇନାଲ ହୋଇଥିଲା।

{"id":237274,"sizeSlug":"large"}

ସେଥିପାଇଁ ଗୁରୁବାରରେ ଧୁମ୍‌ ଧାମ୍‌ରେ ବାଜା, ରୋଷଣୀ କରି ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ବେଶରେ ଆଠଗଡ଼ ବାହାରିଥିଲେ ପ୍ରକାଶ । ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ସବୁ ଆୟୋଜନ ସରିଥିଲା । ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି।

{"id":237276,"sizeSlug":"large"}

ହେଲେ ତା’ ପୂର୍ବରୁ ସାପୁଆ ନଦୀ ପୋଲ ଉପରୁ ହାତକଡ଼ି ପକାଇ ଉଠାଇନେଲା ପୋଲିସ । ବୁଝୁ ବୁଝୁ ଜଣାପଡ଼ିଲା ୨୦୧୮ରେ ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ପ୍ରକାଶ । ଗଲା ୨ବର୍ଷ ଧରି ପୋଲିସକୁ ଚକ୍‌ମା ଦେଇ ପ୍ରକାଶ ଲୁଚି ବୁଲୁଥିବା ବେଳେ ଆଜି ସେ ବାହା ହେବାକୁ ଯାଉଥିବା ଖବର ପାଇ ମାଡ଼ି ବସିଥିଲା ପୋଲିସ ।

{"id":237275,"sizeSlug":"large"}

ସେପଟେ ବୀର କିଶୋରପୁର ଶିବ ମନ୍ଦିରରେ ବାହାଘର ପାଇଁ ଝିଅ ଘର ପକ୍ଷରୁ ସରିଥିଲା ସମସ୍ତ ପ୍ରସ୍ତୁତି । ଖୁବ୍‌ ଜୋରସୋର୍‌ରେ ଚାଲିଥିଲା ଭୋଜି ରୋଷେଇ । ହେଲେ ଅଧାରାସ୍ତାରୁ ବରକୁ ପୋଲିସ ଉଠାଇ ନେଇଥିବା ଜାଣିବା ପରେ ଝିଅ ଘର ଲୋକ ଏବେ ଚିନ୍ତାରେ ପଡ଼ିଛନ୍ତି ।  ଅନ୍ୟପଟେ ପୋଲିସ୍ ଅଧିକାରୀମାନେ କହିଛନ୍ତି ଯେ, ବାହାଘର ହେବା ପୂର୍ବରୁ ପୁଅ ସଂପର୍କରେ ଝିଅର ବାପା, ମାଆ ସବୁ ବୁଝିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.