Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଏ କ’ଣ ଖାକୀର ଔଦ୍ଧତ୍ୟ ? ଅଭିଯୋଗକାରୀକୁ ଥାନା ଭିତରେ ଗଡ଼େଇ ତଡ଼େଇ ପିଟିଲେ ପାଟଣା ଥାନା IIC, ଭିଡିଓରେ ଜିଲ୍ଲାର ବେଷ୍ଟ ପୋଲିସ୍ ଅଫିସ‌ରଙ୍କ କାରନାମା

18/05/2020 at 7:34 PM

ପାଟଣା୧୮/୫: କେନ୍ଦୁଝରରେ ସତେ ଯେପରି ଏସ୍‌ ପି ନାମକୁ ମାତ୍ର । ତାଙ୍କ ଅଧିନସ୍ତ କର୍ମଚାରୀ ମାନେ ବାରମ୍ବାର ଭୁଲ କରି ନିଲମ୍ବନ ହେବା ପରେ ବି ସୁଧୁରୁ ନାହାନ୍ତି ଏ ମାନେ । ସତେ ଯେପରି ଏମାନେ ଏସପିଙ୍କୁ ଚାଲେଞ୍ଜ କରୁଛନ୍ତି । ପ୍ରଥମେ ଟାଉନ ଥାନାରେ ଜଣେ କ୍ୟାମେରା ମ୍ୟାନଙ୍କୁ ଦୁର୍ବ୍ୟବହାର କରି ଜଣେ ଏସଆଇଙ୍କ ବଦଳି ହେବା ଏବଂ ତା ପରେ ରାମଚନ୍ଦ୍ରପୁର ଥାନାର ଏସଆଇ ଜଣେ ଲୋକଙ୍କୁ ଉଲଗ୍ନ କରି ମାଡ଼ ମାରି ନିଲମ୍ବନ ହେବା ଘଟଣା ପରେ ପୁଣି ଟାଉନ ଥାନାରେ ଜଣେ ରିପୋର୍ଟରଙ୍କୁ ମାଡ଼ ମାରି ଥିଲେ।

ଏବେ ଜନୈକ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏବେ ଏମାନଙ୍କ ଔଦ୍ଧତ୍ୟ ବଢିଯାଇଛି। ଲକଡାଉନ୍ ସମୟରେ ସାଧାରଣ ଲୋକଙ୍କୁ ଯାହା ପିଟିଲେ ପିଟିଲେ, ଏବେ କିନ୍ତୁ ଅନ୍ୟ କାରଣରୁ ଥାନାକୁ ଡାକି ପାଟଣା ଥାନା ଅଧିକାରିଣୀ ଜଣେ ଯୁବକକୁ ବାଡ଼ିରେ ପ୍ରହାର ସାଙ୍ଗକୁ ଗୋଇଠା ମାଡ଼ ମାରୁଛନ୍ତି। ତାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି । ଏତେ ରାଗ ଯେ, ବାଡିରେ ପିଟିପିଟି ସନ୍ତୁଷ୍ଟ ହେଲେ ନାହିଁ ଯେ ପୁଣି ଗୋଇଠା ମାରିବାକୁ ପଛାଇଲେ ନାହିଁ । ଏ ମହିଳା ଜଣଙ୍କ ହେଉଛନ୍ତି ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା।

କିଛି ଦିନ ତଳେ ସେ ଜିଲ୍ଲାର ବେଷ୍ଟ ପୋଲିସ ଅଫିସର ପଦକ ମଧ୍ୟ ପାଇଥିଲେ । ତେବେ ମାଡ଼ ଖାଇଥିବା ଯୁବକ ଜଣଙ୍କ ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଏକ ଜମିବାଡ଼ି ବିବାଦକୁ ନେଇ ଥାନାକୁ ଆସିଥିଲେ ଏହାକୁ ବିଚାର କରିବା ବଦଳରେ ଥାନା ରେ ତାଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା। ତେବେ ଏହି ଘଟଣା ଗତ ୨୫ ତାରିଖରେ ଘଟିଥିବା ବେଳେ ଜମି ବାଡ଼ି ବିବାଦକୁ ନେଇ  ଉକ୍ତ ଯୁବକକୁ ଥାନାକୁ ଅଣାଯାଇଥିବା ପାଟଣା ଥାନା ଅଧିକାରୀଣୀ ସନ୍ଧ୍ୟରାଣୀ ଜେନା କହିଛନ୍ତି। ମାଡ଼ ମାରିବା ଘଟଣାରେ ପାଟଣା ଥାନା ଅଧିକାରୀଣୀ ମୁହଁ ଖୋଲୁ ନଥିବା ବେଳେ ଏସ,ପି ଙ୍କ ନିର୍ଦ୍ଧେଶ କ୍ରମେ ଘଟଗାଁ ଏସ,ଡି,ପି,ଓ ରବିନ୍ଦ୍ର ମଲ୍ଲିକ ଘଟଣାର  ତଦନ୍ତ କରୁଛନ୍ତି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ,ଡି ପି,ଓ ରବିନ୍ଦ୍ର ମଲ୍ଲିକ।

   Related Posts