୭ ବର୍ଷୀୟ ଓଡିଆ କୁନି ଝିଅଙ୍କ କବିତା ଇଂଲଣ୍ଡରେ ପ୍ରକାଶିତ, ବ୍ରିଟିଶ୍ ଲାଇବ୍ରେରୀରେ ରହିବାକୁ ହେଲା ଯୋଗ୍ୟ ବିବେଚିତ

Published By : Prameya-News7 Bureau | August 19, 2020 IST

ଭୁବନେଶ୍ୱର ୧୯।୦୮:  ଶୁଣିବା ମାତ୍ରେ ମନରେ ଗର୍ବ ଆସୁଛି ଇଂଲଣ୍ଡର ନର୍ ଉଇଚ୍ ସହରରେ ଥିବା ଚାର୍ଲସ ଡ଼ାର୍‌ଉଇନ୍ ପ୍ରାଇମେରୀ ସ୍କୁଲରେ ପଢୁଥିବା ୭ ବର୍ଷର ଓଡ଼ିଆ କୁନି ଝିଅ ଅଲିଭିଆ ଭଦ୍ରଙ୍କ ବିଷୟରେ, ଯାହାଙ୍କ କବିତା “ଏଜିଜ୍ ଡ଼େସ୍‌କ୍ରିପ୍‌ସନ୍‌”ବର୍ତମାନ “ଫ୍ରେଣ୍ଡ୍‌ଲିମନ୍‌ଷ୍ଟର୍‌ସ” ପୁସ୍ତକରେ ପ୍ରକାଶ ପାଇଛି ଯାହାକୁ ସେଠାକାର ପ୍ରକାଶକ “ୟଙ୍ଗ୍ ରାଇଟର୍ସ”ପ୍ରକାଶିତ କରିଛନ୍ତି। । ଯେଉଁ ବହି ପସନ୍ଦ କ୍ରମେ ବ୍ରିଟିଶ୍ ଲାଇବ୍ରେରୀ ଲଣ୍ଡନରେ ରହିବାକୁ ଯୋଗ୍ୟ ବିବେଚିତ ହୋଇଅଛି।

ଅଲିଭିଆଙ୍କର ମୂଳଘର ବାରିପଦା, କିନ୍ତୁ ନିଜର ପିତାମାତାଙ୍କ ସହିତ ସେ ପିଲାଟି ଦିନରୁ ସୁଦୂର ଇଂଲଣ୍ଡରେ ରହି ପାଠ ପଢୁଛନ୍ତି । କୁନି ଝିଅଟିଏ ହୋଇ ମଧ୍ୟ ସେଠାକାର ପରିବେଶରେ ସେ ନିଜର ବିଚକ୍ଷଣତା ପ୍ରତିପାଦନ କରିପାରିଛନ୍ତି। ତେବେ ଅଲିଭିଆଙ୍କ ଲେଖାକୁ ଉତ୍କୃଷ୍ଟ ସ୍ୱୀକୃତି ମିଳିଥିବା ବେଳେ ୟଙ୍ଗ୍ ରାଇଟର୍ସ ପ୍ରକାଶନ ଅଲିଭିଆଙ୍କ ଉପରେ ଏକ ପ୍ରମାଣିକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଏହି ସମ୍ମାନସ୍ପଦ ପ୍ରକାଶନରେ ନିଜ ଲେଖା ସ୍ଥାନ ପାଇବା ପାଇଁ ସାରା ଇଂଲଣ୍ଡରୁ ହଜାର ହଜାର ଲେଖା ଆସିଥିଲେ ମଧ୍ୟ ଅଲିଭିଆଙ୍କର ସୃଜନାତ୍ମକ କବିତାଟି ଉଚ୍ଚ ପ୍ରଶଂସିତ ହୋଇଅଛି ।

{"id":317173,"sizeSlug":"large"}

ତିନି ବର୍ଷ ବୟସର ହୋଇଥିବା ବେଳେ ନର୍ ଉଇଚ୍ ସହରର ଚାର୍ଲସ ଡ଼ାର୍‌ଉଇନ୍‌ ପ୍ରାଇମେରୀ ସ୍କୁଲ୍ ରେ ପାଦ ଥାପିଥିଲେ ଅଲିଭିଆ । ସ୍ୱତନ୍ତ୍ର ଅଭ୍ୟାସ ଭାବେ ଚିତ୍ରାଙ୍କନ, କାରୁକଳା, ସନ୍ତରଣ ଏବଂ ବାହ୍ୟ ପରିବେଶରୁ ଶିକ୍ଷା ଗ୍ରହଣ ଇତ୍ୟାଦି ତାଙ୍କର ସୌଖିନ୍ ଥିବାବେଳେ ଦିନ ୯ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ସ୍କୁଲ୍‌ରେ ରହୁଥିବା ବେଳେ ଏକ ମୁହୂର୍ତରେ ଅଲିଭିଆଙ୍କ ସୃଜନୀ ଏଜିଜ୍ ଡ଼େସ୍‌କ୍ରିପ୍‌ସନ୍‌ନାମକ କବିତାଟିର ପରିପ୍ରକାଶ ଘଟିଥିଲା । ଖାଲି ସେତିକିନୁହେଁ ଏହାସାଙ୍ଗକୁ ସେ ଉନ୍ନତମାନର ୬ଟିରୁ ଅଧିକ ଇଂରାଜୀ କବିତା ମଧ୍ୟ ଲେଖିସାରିଛନ୍ତି ।

ପରିବେଶରୁ ପ୍ରତିଷ୍ଠା ଆସିଲାଭଳି ସେ ନିଜ ସ୍କୁଲ୍‌ରେ ମିଳୁଥିବା ସୁଯୋଗ ଏବଂ ପ୍ରୋତ୍ସାହନକୁ ହାତ ଛଡା କରିବାକୁ ଚାହାଁନ୍ତି ନାହିଁ । ତେଣୁ ସେ ସୁଯୋଗ ମିଳିବାମାତ୍ରେ ତାଙ୍କ ସ୍କୁଲ୍‌ର ନିୟମ ଅନୁସାରେ ସମସ୍ତ ଶିଶୁଙ୍କୁ ସୃଜନଶୀଳ ଲେଖା ଇତ୍ୟାଦି ଦେବା ଏବଂ ନିଜର ଜ୍ଞାନ ପରିସୀମା ବୃଦ୍ଧି କରିବାର ସୁଯୋଗ ମିଳୁଥିବାବେଳେ ଅଲିଭିଆ ଏ ସୁଯୋଗକୁ ସମ୍ପୂର୍ଣ୍ଣ ଉପଯୋଗ କରିଛନ୍ତି । ଏପରିକି ଘରେ ବସିଥିବାବେଳେ ମଧ୍ୟ ସେ ଘଣ୍ଟା ଘଣ୍ଟା ଧରି ଏକାଥରକେ ନିଜ ସୃଜନାତ୍ମକ ଲେଖାରେ ମନୋନିବେଶ କରିବ କହନ୍ତି ମା’ ନୈମିଷା । ଅଲିଭିଆଙ୍କ ପିତା ଦୀପକ ଭଦ୍ର ଜଣେ ଆଇଟି ପେଷାଦାର ଏବଂ ମାତା ନୈମିଷା ଭଦ୍ର ଏକ ବ୍ରିଟିଶ୍‌ କମ୍ପାନୀରେ କାର୍ଯ୍ୟରତା । ଏଇ କେତେଦିନ ହେବ ଅଲିଭିଆଙ୍କ ସପ୍ତମ ଜନ୍ମ ଦିବସ ପାଳିଛନ୍ତି ପିତାମାତା ।

{"id":317174,"sizeSlug":"large"}

କେବଳ କଳା ସାହିତ୍ୟ ନୁହେଁ; କୁନି ଝିଅ ଅଲିଭିଆ ମଧ୍ୟ ସ୍ପେସ୍ ଏବଂ ଗଭୀର ସାଗର ଭିତର ତଥ୍ୟ ସନ୍ଧାନରେ ଆଗ୍ରହୀ ଏବଂ ଏହାକୁ ନେଇ ପ୍ରୋଜେକ୍ଟ କାମ ମଧ୍ୟ କରିଥାନ୍ତି । ଏପରିକି ସେ ବର୍ଜ୍ୟବସ୍ତୁରୁ ମଧ୍ୟ ଆନନ୍ଦ ଉଠାଇବାକୁ ଯାଇ ପୁନଃ ଚକ୍ରଣ/ ପୁର୍ନବ୍ୟବହାର ଯୋଗ୍ୟ ବସ୍ତୁକୁ ନେଇ ବ୍ୟବହାର ଯୋଗ୍ୟ କରି କିଛି ପ୍ରସ୍ତୁତ କରିଛନ୍ତି, ଯାହା ଖୁବ୍ ଶିକ୍ଷଣୀୟ ଏବଂ ସୁନ୍ଦର ହୋଇପାରିଛି । ଚିତ୍ରକଳା ସାଙ୍ଗକୁ ପେଟି କାଗଜ,ଥର୍ମକୁଲ୍‌, ଟଏଲଟ୍ ରୋଲ୍‌/ ଗହମ/ ବିସ୍କୁଟ୍ ଇତ୍ୟାଦି ବ୍ୟବହାର କରି କିଛି କାରୁକଳା କରିଛନ୍ତି ଅଲିଭିଆ ।

ଅଲିଭିଆଙ୍କ ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପିତାମାତା ତାଙ୍କୁ ନର୍ ଉଇଚ୍‌କାଉନ୍‌ସିଲ୍ ଲାଇବ୍ରେରୀରେ ସଦସ୍ୟ କରାଇଛନ୍ତି, ଯେଉଁଠୁ ମାସକୁ ସେ ୧୫ ଗୋଟି ଗପ ବହି ଏବଂ ସିଡ଼ି ଇତ୍ୟାଦି ନେଇ ବିବିଧ କମ୍ପ୍ୟୁଟର୍ ଗେମ୍ ଇତ୍ୟାଦିକୁ ଦେଖିଥାନ୍ତି । ପ୍ରାୟ ପ୍ରତ୍ୟେକ ଦିନ କିଛି ଗପ ବହିକୁ ପଢିବା ଏବଂ ଭାରତୀୟ ପରମ୍ପରାରେ ବିବିଧ ପର୍ବ ଯେପରିକି ଗଣେଶ ପୂଜା, ସରସ୍ୱତୀ ପୂଜା, ଦୁର୍ଗାପୂଜା ଏବଂଜନ୍ମାଷ୍ଟମୀ ଇତ୍ୟାଦିର କାର୍ଡ଼ ମଧ୍ୟ ବନାନ୍ତି ଅଲିଭିଆ ।

ଜାଣିଲେ ଖୁସିଲାଗେ “ପୋଏଟ୍ରୀ ମନ୍‌ଷ୍ଟର୍ସ” ନାମକ ବହିର ମୁଖବନ୍ଧର ବର୍ଣ୍ଣନା ଅନୁସାରେ ଏହି ପୁସ୍ତକରେ ଥିବା କବିତା ଗୁଡ଼ିକୁ ଛାତ୍ରଛାତ୍ରୀ ମାନେ ପଢି ବହୁତ ଖୁସି ହେବା ସହିତ ବିବିଧ କଳ୍ପନା ରାଇଜର କଥାର ପ୍ରକୃତି ଚିତ୍ର ଏଥିରେ ଫୁଟି ଉଠିଛି । ଯେଉଁ ମାନଙ୍କର କଳ୍ପନା ଭାବନା ଇତ୍ୟାଦି ପୁସ୍ତକଟିରେ ସ୍ଥାନ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.