ଆଜି ଅପରାହ୍ନରେ ହେବ ରାଜ୍ୟ ଯୋଜନା ବୋର୍ଡର ବୈଠକ: ଉପସ୍ଥିତ ରହିବେ ୧୩ଟି ବିଭାଗର ସଚିବ
9/06/2020 at 12:38 PM

ଭୁବନେଶ୍ବର୯/୬: ରାଜ୍ୟ ଯୋଜନା ବୋର୍ଡ଼ର ଗୁରୁତ୍ବପୁର୍ଣ୍ଣ ବୈଠକ ମଙ୍ଗଳବାର ଲୋକସେବା ଭାବନ ଠାରେ ଅପରାହ୍ନ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ରାଜ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୧୩ଟି ବିଭାଗର ପ୍ରମୁଖ ଶାସନ ସଚିବମାନେ ଯୋଗଦେବେ। କୃଷି, ଗୃହ ଓ ନଗର ଉନ୍ନୟନ, ଶିଳ୍ପ ଓ ଶ୍ରମ,ଏମଏସଏମଇ, ପଞ୍ଚାୟତରାଜ, ଜଳସମ୍ପଦ, ମହିଳା ଓ ଶିଶୁକଲ୍ୟାଣ, ସମବାୟ, ମତ୍ସ୍ୟ ଓ ପଶୁପଳନ, ପର୍ଯ୍ୟଟନ ଏବଂ ଏସଟି ଏବଂ ଏସି ବିଭାଗର ସଚିବମାନେ ଏହି ବୈଠକରେ ସାମିଲ ହେବେ। କୋଭିଡ-୧୯ ମହାମାରୀ ଏବଂ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ କିଭଳି ଅଧିକ ସୁଦୃଢ କରାଯିବ ତାହା ଉପରେ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯିବ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021