Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଯାସୁସି ଆପ୍‌ ପେଗାସସ୍‌ ସ୍କାନରରେ ରାହୁଲ ଗାନ୍ଧି, ପ୍ରଶାନ୍ତ କିଶୋରଙ୍କ ସମେତ ଦେଶର ୩୦୦ ବିଶିଷ୍ଟ ବ୍ୟକ୍ତି ତଥା ସାମ୍ବାଦିକଙ୍କ ଫୋନ, IT ମନ୍ତ୍ରୀ କହିଲେ,’ଖବରରେ ଦମ ନାହିଁ’

19/07/2021 at 9:45 PM

ନୂଆଦିଲ୍ଲୀ ୧୯/ ୦୭ : ଫୋନ ଟ୍ୟାପିଂରେ ଫଶିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କକ ସମେତ ରାଜନୈତିକ ପରାମର୍ଶଦାତା ତଥା ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସମେତ ଦେଶର ବହୁ ବିଶିଷ୍ଟ ସାମ୍ବାଦିକ, ବ୍ୟବସାୟୀ ଏବଂ ବିଶିଷ୍ଟ ବ୍ୟକ୍ତିତ୍ବ ! ଯାସୁସି ଆପ୍ ପେଗାସସ୍‌ ୩୦୦ ରୁ ଉର୍ଦ୍ଧ୍ବ ଭାରତୀୟଙ୍କ ଫୋନ ଟ୍ୟାପିଂ କରିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାହୁଲ ଗାନ୍ଧି ବ୍ୟବାହର କରୁଥିବା ଦୁଇଟି ମୋବାଇଲ୍‌ ପେଗାସସ୍‌ ସ୍କାନରରେ ରହିଛି। କେବଳ ରାହୁଲ ନୁହଁନ୍ତି ରାଜନୈତିକ ରଣନୀତ ପ୍ରସ୍ତୁତ କର୍ତ୍ତା ପ୍ରସାନ୍ତ କିଶୋର ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମୋବାଇଲକୁ ବି ଯାସୁସି କରୁଛି ପେଗାସସ୍‌। ଏକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ରିପୋର୍ଟରେ କୁହାଯାଇଛି ଯେ ରାହୁଲଙ୍କ ସମେତ ତାଙ୍କର ବନ୍ଧୁ ଓ ଅନ୍ୟ ୫ ପରିଚିତଙ୍କର ମୋବାଇଲ୍ ନମ୍ବର ମଧ୍ୟ ପେଗାସସ୍‌ ସ୍କାନରେ ରହିଛି। ତେବେ ଏହି ୫ ଜଣଙ୍କର ମଧ୍ୟରୁ କାହାର ରାଜନୀତି କିମ୍ବା ଜନସ୍ୱାର୍ଥ ଘଟଣା ସହିତ ସମ୍ପୃକ୍ତ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ଏହି ତଥ୍ୟ ଜଣାଇପଡ଼ିବା ପରେ ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନୀବାସ ବିଭି କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନ ଠାରୁ ରାହୁଲ ପେଗାସସ୍‌ ସ୍କାନରେ ରହିଛନ୍ତି।

ସେହିପରି ପେଗାସସ୍‌ ଟାର୍ଗେଟ୍‌ରେ ଥିବା ଅନ୍ୟମାନେ ହେଲେ ପ୍ରଶାନ୍ତ କିଶୋର ଓ ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କ ସମେତ ଏମାନଙ୍କର କିଛି ନିକଟ ସମ୍ପର୍କୀୟଙ୍କ ମୋବାଇଲ୍‌ ମଧ୍ୟ ପେଗାସସ୍‌ ନଜରେ ରହିଛି। ଏହା ବାଦ୍‌ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜଳଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ, ବସୁନ୍ଧରା ରାଜେ ସିନ୍ଧିଆ(ମୁଖ୍ୟମନ୍ତ୍ରୀ ଥିବା ବେଳେ)ଙ୍କ ବ୍ୟକ୍ତିଗତ ସଚିବ, ସ୍ମୃତି ଇରାନୀ(ପ୍ରଥମେ ମନ୍ତ୍ରୀ ହୋଇଥିବା ବେଳେ)ଙ୍କ ଓଏସ୍‌ଡି ମୋବାଇଲ ମଧ୍ୟ ପେଗାସସ୍‌ ସ୍କାନରେ ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ସେହିପରି ୨୦୧୯ରେ ପୂର୍ବତନ ନିର୍ବାଚନ କମିଶନର ଅଶୋକ ଲାଭାସ ଓ ବିଶ୍ବ ହିନ୍ଦୁ ପରିଷଦର ନେତା ପ୍ରବୀଣ ତୋଗାଡ଼ିଆଙ୍କ ମୋବାଇଲ୍ ମଧ୍ୟ ଯାସୁସିରେ ଥିଲା। ପେଗାସସ୍‌ ଟାର୍ଗେଟ୍‌ରେ ଥିବା ୩୦୦ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ମୋବାଇଲ୍‌ ମଧ୍ୟରେ ଏମାନେ ସାମିଲ ଅଛନ୍ତି।

ଏପଟେ ପେଗାସସ୍ ଆପ୍‌ରେ ଫୋନ୍ ଟ୍ୟାପିଂ ଓ ମେସେଜ୍ ହ୍ୟାକିଂ ନେଇ ଉଠୁଥିବା ପ୍ରଶ୍ନରେ ଆଜି ସଂସଦରେ ଉତ୍ତର ରଖିଛନ୍ତି ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ସେ କହିଛନ୍ତି ଯେ ଆମ ଦେଶର ଆଇନ୍‌ ବ୍ୟବସ୍ଥା ଓ ସଂସ୍ଥାନଗୁଡ଼ିକର ଯାଞ୍ଚ ଓ ସନ୍ତୁଳନ ଯୋଗୁ କୌଣସି ପ୍ରକାର ବେଆଇନ୍ ନଜର ରଖିବା ସମ୍ଭବ ନୁହେଁ। ଭାରତରେ ଭଲଭାବରେ ପ୍ରତିଷ୍ଠିତ ଏକ ପ୍ରକ୍ରିୟା ରହିଛି। ଯାହା ମାଧ୍ୟମରେ ରାଷ୍ଟ୍ରୀୟ ସୁରକ୍ଷା ଉଦ୍ଦେଶ୍ୟରେ ଇଲେକ୍ଟ୍ରୋନିକ୍‌ ସଂଚାରକୁ ଆଇନଗତ ଉପାୟର ବ୍ୟବହାର କରାଯାଇଥାଏ। ତେବେ ତର୍କ ସଂଗତ ଦୃଷ୍ଟିରୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ଯେଉଁ ଚାଞ୍ଚଲ୍ୟକର କଥା କୁହାଯାଉଛି ଏଥିରେ କୌଣସି ଦମ୍ ନାହିଁ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।

ସୂଚନା ଅନୁସାରେ ରବିବାର କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲେ ଯେ ଇସ୍ରାଏଲ୍‌ କମ୍ପାନୀ ଏନ୍‌ଏସ୍‌ଓ ଦ୍ୱାରା ବିକଶିତ କରାଯାଇଥିବା ପେଗାସସ୍‌ ସଫ୍ଟୱୟାର ବ୍ୟବହାର କରି ଭାରତର ୩୦୦ରୁ ଅଧିକ ଫୋନ୍‌ ନମ୍ବର ହ୍ୟାକ କରାଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ, ତିନି ବିପକ୍ଷ ନେତା, ୪୦ରୁ ଅଧିକ ସାମ୍ବାଦିକ, ଜଣେ ବିଚାପତି ଓ ସୁରକ୍ଷା ଏଜେନ୍ସିର ପୂର୍ବ ତଥା ବର୍ତ୍ତମାନର ମୁଖ୍ୟଙ୍କ ସମେତ ଦେଶର ଅନେକ ବ୍ୟବସାୟୀଙ୍କ ନମ୍ବର ମଧ୍ୟ ରହିଛି।

ଆଜି ସଂସଦରେ ଏସମ୍ପର୍କିତ ପ୍ରଶ୍ନ ଉତ୍ତର ରଖି ଆଇଟି ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପେଗାସସ୍‌ର ବ୍ୟବହାରକୁ ନେଇ ଏମିତି ଦାବି କରାଯାଇଥିଲା। ସେହି ରିପୋର୍ଟଗୁଡ଼ିକରେ କୌଣସି ତଥ୍ୟାତ୍ମକ ଆଧାର ନଥିଲା। ତେଣୁ ସୁପ୍ରିମକୋର୍ଟଙ୍କ ସମେତ ସମସ୍ତ ପକ୍ଷ ଏହି ରିପୋର୍ଟକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ। ତେଣୁ ୧୮ ଜୁଲାଇ ୨୦୨୨ରେ ଏ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଭାରତୀୟ ଲୋକତନ୍ତ୍ର ଓ ଆମ ସସ୍ଥାମାନଙ୍କର ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ବୋଲି ଆଇଟି ମନ୍ତ୍ରୀ କହିଛନ୍ତି।

୨୦୧୯ର ମଧ୍ୟ ଏପରି ତଥ୍ୟ ପ୍ରକାଶ ପାଇଥିଲା। ହ୍ୱାଟ୍ସଆପ୍‌ରେ ଥିବା ଏକ ତ୍ରୁଟି ଯୋଗୁ ୨୦ ବିଶିଷ୍ଟ ବ୍ୟକ୍ତିଙ୍କର ଫୋନ୍‌ରେ ମାଲୱାୟର ଭର୍ତ୍ତି କରାଯାଇଥିବା ଦାବି କରାଯାଥିଲା। ହେଲେ ପରେ ସମସ୍ତେ ଏହି ଦାବିକୁ ଖାରଜ କରିଥିଲେ।

ଅନ୍ୟପଟେ ଇସ୍ରାଏଲ୍ କମ୍ପାନୀ ଏନ୍‌ଏସ୍ଓ ଏହି ଯାଞ୍ଚ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛି। ଏମ୍‌ନେଷ୍ଟି ଇଣ୍ଟର୍‌ନ୍ୟାସ୍‌ନାଲ ଓ ଫରବିଡେନ୍ ଷ୍ଟୋରିଜ୍ କା ଡାଟା ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହି ନମ୍ବରଗୁଡ଼ିକ ସେମାନଙ୍କର ହୋଇନଥିବା ଯେଉଁମାନେ ସରକାରଙ୍କର ନଜରରେ ରହିଛନ୍ତି। ଏଥିସହିତ କମ୍ପାନୀ ନିଜ ଗ୍ରହଙ୍କର ଗୁଇନ୍ଦା ନଜର ବିଷୟରେ ଅବଗତ ନାହିଁ ବୋଲି କମ୍ପାନୀ କହିଛି। 

   Related Posts