୨୪ କୋଟି ଟଙ୍କା ପାଇଁ ନିଜକୁ ଅକ୍ଷମ କରିଦେଲେ ବ୍ୟକ୍ତି, ହେଲେ ମିଳିଲାନି କ୍ଷତିପୂରଣ ବୀମା ଟଙ୍କା...

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଳୀ ୧୧।୧୧ : ମଣିଷ ତା ଭବିଷ୍ୟତକୁ ଆଖି ଆଗରେ ରଖି ନିଜ ଜୀବନ ସୁରକ୍ଷିତ ରଖିବା ପାଇଁ ଜୀବନ ବୀମା କରିଥାଏ । ଏଥିପାଇଁ ଲୋକମାନେ ଜୀବିତ ଥିବାବେଳେ କିଛି ପରିମାଣ ଟଙ୍କା ଦେଇ ବୀମା କମ୍ପାନୀରେ ନିଜ ନାଁରେ ଏକ ବୀମା ଖୋଲି ଥାନ୍ତି । ଜୀବନକୁ ନେଇକି ଅନେକ ପ୍ରକାରର ବୀମା ରହିଛି । ଏଥିରେ ସ୍ୱାସ୍ଥ୍ୟକୁ ନେଇ ଜୀବନ ବୀମା ମଧ୍ୟ ଅନ୍ତର୍ଭୁକ୍ତ । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ବୀମାର ଲାଭ ଉଠାଇବା ପାଇଁ ଭୁଲ ପଦକ୍ଷେପ ମଧ୍ୟ ଗ୍ରହଣ କରନ୍ତି । ଠିକ୍‌ ଏଭଳି ୨୦୧୪ ରେ ହଙ୍ଗେରୀରେ ଏକ ମାମଲା ଘଟିଥିଲା, ଯାହା ବର୍ତ୍ତମାନ ଖୁଲାସା ହୋଇଛି ।

ତେବେ ୨୦୧୪ରେ ହଙ୍ଗେରୀର ଏକ ଗାଁରେ ରହୁଥିଲେ ସାଣ୍ଡୋର ସି ନାମକ ଜଣେ ବ୍ୟକ୍ତି ରହୁଥିଲେ । ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ହାତ ଓ ଗୋଡକୁ ହରାଇଥିଲେ। । ଏହା ପରେ ସେ ଏକ ହ୍ୱିଲ୍ ଚେୟାରରେ ଚଳପ୍ରଚଳ କରୁଥିଲେ। ଏଥିପାଇଁ ତାଙ୍କୁ ନକଲି ହାତ ଓ ପାଦ ଦିଆଯାଇଥିଲା । ଏହି ଦୁର୍ଘଟଣା ପରେ ବ୍ୟକ୍ତି ଜଣକ ତାଙ୍କ ବୀମା କମ୍ପାନୀରୁ ଟଙ୍କା ମାଗିଥିଲେ। ଯେତେବେଳେ ବୀମା କମ୍ପାନୀ ଟଙ୍କା ଦେବା ପୂର୍ବରୁ ଅନୁସନ୍ଧାନ କଲା, ସେତେବେଳେ ଏପରି ଘଟଣା ସାମ୍ନାକୁ ଆସିଲା, ଯାହା ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।

ଯେତେବେଳେ କୋର୍ଟ ଏହି ରାୟକୁ ନେଇ ଘୋଷଣା କଲେ ଯେ ବୀମା ଟଙ୍କା ପାଇବା ପାଇଁ ବ୍ୟକ୍ତି ଜଣଙ୍କ ଜାଣିଶୁଣି ତାଙ୍କ ଏଭଳି ଦୁର୍ଘଟଣା କରିଛନ୍ତି। ସାଣ୍ଡୋର ଦୁର୍ଘଟଣା ପରେ ହିଁ ତାଙ୍କ ପତ୍ନୀ ବୀମା କମ୍ପାନୀରୁ ଟଙ୍କା ମାଗିଥିଲେ। କିନ୍ତୁ କମ୍ପାନୀମାନେ ପ୍ରଥମେ ଏହାର ଅନୁସନ୍ଧାନ କରିଥିଲେ। ପରେ ସାଣ୍ଡୋରଙ୍କୁ ଏ-ବିଷୟରେ ପଚରା ଯିବାରୁ ସେ ଏହାକୁ ଅସ୍ୱୀକାର କରି ଚାଲିଥିଲେ । ବର୍ଷ ବର୍ଷ ଧରି ଏହି ମାମଲା କୋର୍ଟରେ ଏହି ମାମଲାରେ ଚାଲିଥିଲା । ପରେ ସେ କୋର୍ଟ ଆଗରେ ନିଜେ ସ୍ବୀକାର କରି କହିଥିଲେ। ଏନେଇ ବୀମା କମ୍ପାନୀ ଜାଣିବାକୁ ପାଇଲା ଯେ ସାଣ୍ଡୋର ନିଜେ ଚଳନ୍ତା ଟ୍ରେନ୍ ଆଗରେ ଡେଇଁ ପଡିଥିଲେ । ଏହି କାରଣରୁ ସାଣ୍ଡୋରଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ କୋର୍ଟଙ୍କୁ ପ୍ରତାରଣା କରିଥିବାରୁ ତାଙ୍କ ଉପରେ ୪ ଲକ୍ଷ ୭୧ ହଜାର ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.