ସୂର୍ଯ୍ୟଙ୍କୁ ଜଳ ପ୍ରଦାନ କରୁଥିବା ବ୍ୟକ୍ତି ଲୋଟାରେ ମିଶାନ୍ତୁ ମାତ୍ର ଏହି ଗୋଟିଏ ଜିନିଷ : ସମସ୍ତ ମନସ୍କାମନା ହେବ ପୂରଣ

Published By : Prameya-News7 Bureau | November 10, 2019 IST

ସୂର୍ଯ୍ୟକୁ ବେଦରେ ଜଗତର ଆତ୍ମା କୁହାଯାଇଥାଏ। ସମସ୍ତ ଚରାଚର ଜଗତର ଆତ୍ମା ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କ ଯୋଗୁଁ ପୃଥିବୀରେ ଜୀବନ ସମ୍ଭବ ହୋଇପାରିଛି। ବୈଦିକ କାଳରେ ଆର୍ଯ୍ୟମାନେ ସୂର୍ଯ୍ୟଙ୍କୁ ସମସ୍ତ ଜଗତର କର୍ତ୍ତା ଧର୍ତ୍ତା ମାନୁଥିଲେ।

ଆମ ଧର୍ମଶାସ୍ତ୍ରରେ ବର୍ଣ୍ଣିତ ସମସ୍ତ ଦେବୀ ଦେବତାଙ୍କ ମଧ୍ୟରେ ସୂର୍ଯ୍ୟ ଦେବତାଙ୍କୁ ସବୁଠୁ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଦିଆଯାଇଛି, କାରଣ ସୂର୍ଯ୍ୟ ଦେବତା ହିଁ ଏକମାତ୍ର ଏପରି ଦେବତା ଯିଏ ପୃଥିବୀପୃଷ୍ଠରେ ଏକମାତ୍ର ଦେଖାଯାଆନ୍ତି। ଆମ ଜୀବନ ପାଇଁ ସେ ଅତ୍ୟନ୍ତ ଆବଶ୍ୟକ। ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ମଜବୁତ ସ୍ଥିତିରେ ଆସିଯାଆନ୍ତି ତେବେ ସେହି ବ୍ୟକ୍ତିଙ୍କୁ ରାଜଭାର ପ୍ରାପ୍ତି ହୋଇପାରେ ଏବଂ ସେମାନଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳିଥାଏ।

ସୂର୍ଯ୍ୟଙ୍କୁ ଗ୍ରହର ରାଜା କୁହାଯାଇଥାଏ। ସୂର୍ଯ୍ୟଙ୍କୁ ଆରାଧନା କରିବା ଦ୍ବାରା ସମସ୍ତ ଗ୍ରହ ଦୋଷ ଶାନ୍ତ  ହୋଇଯାଇଥାଏ। କୁହାଯାଇଥାଏ ଯେ ଯେଉଁ ବ୍ୟକ୍ତି ନିଜ ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରି ଆରମ୍ଭ କରିଥାଏ, ତାଙ୍କୁ କୌଣସି କାମରେ ବିଫଳତା ମିଳିନଥାଏ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବାର ମହିମା ଏବଂ ଲାଭ ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବା ଦ୍ବାରା ଚାକିରୀ​‌ରେ ସମସ୍ତ ପ୍ରକାର ବାଧା ବିଘ୍ନ ଦୂର ହୋଇଥାଏ। ଏହା ଦ୍ବାରା ଯମରାଜ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ଏବଂ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

ଆପଣଙ୍କ ମଧ୍ୟରୁ ଅଧିକାଂଶ ଲୋକେ ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଜଳ ପ୍ରଦାନ କରୁଥିବେ,କିନ୍ତୁ ଯଦି ଆପଣ ଉପଯୁକ୍ତ ଭାବେ ଜଳ ଅର୍ପଣ କରୁ ନାହାନ୍ତି ତେବେ ଆପଣଙ୍କୁ ଏହାର ଫଳ ମିଳିବ ନାହିଁ। ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢ଼ାଇବା ସମୟରେ ସର୍ବପ୍ରଥମେ ଆପଣ ଏକ ଦୀପ ଜଳାନ୍ତୁ ଏବଂ ସୂର୍ଯ୍ୟ ଦେବତାଙ୍କୁ ନିଜର ସମସ୍ତ ମନସ୍କାମନା ବିଷୟରେ କୁହନ୍ତୁ। ଏବେ ଆପଣ ଜଳ ପ୍ରଦାନ କରୁଥିବା ଲୋଟାରେ ୩ବୁନ୍ଦା ଯମୁନା ଜଳ ମିଶାନ୍ତୁ  ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ। ଆପଣଙ୍କ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.