Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟବାସୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

30/05/2020 at 7:38 PM

ଭୁବନେଶ୍ବର୩୦/୫: ରାଜ୍ୟବାସୀ ଗାଇଲେ ବନ୍ଦେ ଉତ୍କଳ ଜନନୀ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଭଦ୍ରକ ବାସିନ୍ଦା ସନ୍ଧ୍ୟା ୫ ଟା ୩୦ ମିନିଟ୍‌ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଭଦ୍ରକ ଜିଲ୍ଲାର ବନ୍ତ ଛକ ନିକଟରେ ସ୍ବତପ୍ରବୃତ୍ତ ଭାବେ ଲୋକେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ଏଥି ପାଇଁ ସହରର ମହତାବ ଛକ ନିକଟରୁ ଚରମ୍ପା, ବାଇପାସ ଛକରୁ ଚନ୍ଦନ ବଜାର ଓ ଟାଉନହଲ ଛକରୁ ଭଦ୍ରକ କଲେଜ ପର୍ଯ୍ୟନ୍ତ ମାନବ ଶୃଙ୍ଖଳରେ ରହି ସଙ୍ଗୀତ ଗାନ କରିଛନ୍ତି ।

ଭଦ୍ରକ ସାଂସଦ, ବିଧାୟକଙ୍କ ସମେତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ଦେଖିବାକୁ ମିଳିଛି । ସେହିପରି ଜିଲ୍ଲା ବଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଓ ଅନ୍ୟ କର୍ମୀ ମାନେ ମଧ୍ୟ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । ଭଦ୍ରକ ପୋଲିସ ତରଫରୁ ବନ୍ତ ଛକ ନିକଟରେ ଗାନ କରାଯାଇଛି । ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ପୋଲିସ ବ୍ୟାଣ୍ଡ ବାଦ୍ୟଯନ୍ତ୍ରର ତାଳେ ତାଳେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି ।

ସେହିପରି କାନ୍ତକବିଙ୍କ ଗାଁ ଧାମନଗର ନିର୍ବାଚନମଣ୍ଡଳୀରେ ହୋଇଥିବାରୁ ଧାମନଗର ଠାରେ ମଧ୍ୟ ସମସ୍ତେ ରାସ୍ତା ଓ ନିଜ କର୍ମସ୍ଥଳୀ ରେ ଠିଆ ହୋଇ ଗାଁ କରିଥିବା ଦେଖିବାକୁ ମିଳିଛି। ଭଣ୍ଡାରିପୋଖରୀ ଓ ବନ୍ତ ବ୍ଲକରେ ମଧ୍ୟ ଅନୁରୂପ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । କାନ୍ତକବି ଙ୍କ ନିଜ ଗାଁ ତାଳପଦା ଠାରେ ମଧ୍ୟ ସମସ୍ତେ ବନ୍ଦେଉତ୍କଳ ଜନନୀ ଗାଁ କରିଛନ୍ତି । ବନ୍ତ ବ୍ଲକ ଓଡଙ୍ଗ କ୍ଵାରେଣ୍ଟାଇନ ସେଣ୍ଟରରେ ମଧ୍ୟ ପ୍ରବାସୀମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ସବୁସ୍ଥାନରେ କାରୋନା ପାଇଁ ସରକାରୀ ନିୟମକୁ ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମକୁ ଅବଲମ୍ବନ କରି ଗାନ କରିଥିବା ଦେଖିବାକୁ ମିଳିଛି ।

   Related Posts