Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସରକାର ନିୟମ କଲେ, ପୋଲିସ୍ ହାତ ଯୋଡିଲେ, କିନ୍ତୁ ଲକଡାଉନ୍‌ ନିୟମ ଭୁଲିଗଲେ ରାୟଗଡାବାସୀ

5/04/2020 at 3:03 PM

ରାୟଗଡା୫/୪: ଲକଡାଉନ୍‌ ନିୟମ ଭୁଲିଗଲେ ରାୟଗଡାବାସୀ। କଟକରୁ ଆସିଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ୮ ଜଣ ଲୋକଙ୍କୁ ନେଇ ସନ୍ଦେହ ଉପୁଜିବାରେ ଲାଗିଛି।

ଏହାସହ ପଡୋଶୀ ଜିଲ୍ଲା କଳାହାଣ୍ଡିରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବାପରେ ରାୟଗଡାରେ କଟକଣା ଠିକ୍‌ ଭାବରେ ପାଳନ ହେଉନଥିବା ଅଭିଯୋଗ ହୋଇଛି। ଏହି ଦୃଶ୍ୟ ତାର ପ୍ରମାଣ।

ରାୟଗଡ଼ରେ କିଛି ଲୋକ ସରକାରଙ୍କ ଲକଡାଉନ ନିୟମକୁ ପାଳନ କରୁଥିବା ବେଳେ କିଛି ଲୋକ ନିୟମ ଫୁ କରି ରାସ୍ତାଘାଟରେ ବୁଲୁଛନ୍ତି। କେହି କାହାକୁ ଖାତିର ନକରିବା ଭଳି ସ୍ଥିତି ଉପୁଜିଛି। ତେଣୁ ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ବଜାରରେ ପ୍ରବଳ ଭିଡ ଲାଗି ରହିଛି।

ମହିଳା ଏବଂ ପୁରୁଷ ସମସ୍ତେ ବଜାରରେ ପ୍ରବଳ ଭିଡ ଜମାଇଛନ୍ତି। ମୁଖ୍ୟତଃ ଆମିଷ ଦୋକାନରେ ସର୍ବ।ଧିକ ଭିଡ ପରିଲିକ୍ଷିତ ହୋଇଛି। ଗୋଟିଏ ପଟେ  ପୁଲିସ୍ ହାତ ଯୋଡି  ଜନସାଧାରଣଙ୍କୁ ସତର୍କ କରୁଥିବା ବେଳେ ଅନ୍ୟପଟେ ରାୟଗଡା କିଛି ଅମାନିଆ ବ୍ୟକ୍ତି ମନଇଚ୍ଛା ବାହାରେ ବୁଲୁଛନ୍ତି।

   Related Posts