ଭୟରେ ଆତଙ୍କିତ ଭଦ୍ରକବାସୀ: ଗୋଟେ ପରେ ଗୋଟେ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି ଚାଲିଛି ଜିଲ୍ଲା ପ୍ରଶାସନ

Published By : Prameya-News7 Bureau | April 28, 2020 IST

ଭଦ୍ରକ୨୮/୪: କରୋନା ଟାର୍ଗେଟରେ ଭଦ୍ରକ, ବାଲେଶ୍ବର ଏବଂ ଯାଜପୁର। ଗୋଟେ ପରେ ଗୋଟେ କରୋନା ସଂକ୍ରମିତ ଏହି ତିନୋଟି ଜିଲ୍ଲାରେ ଚିହ୍ନଟ ହେଉଛନ୍ତି। ତେବେ ଭଦ୍ରକର ୩୨ ଟି ପଞ୍ଚାୟତକୁ ଇଣ୍ଟେନ୍‌ସିଭ ସର୍ଭିଲାନ୍ସ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସେହିପରି ୩୨ ଟି ପଞ୍ଚାୟତରେ ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା।  ପ୍ରତି ପଞ୍ଚାୟତରୁ ୧୦ ରୁ ଅଧିକ  ପଶ୍ଚିମବଙ୍ଗ ଫେରନ୍ତା ଥିବା ସୂଚନା ମିଳିଛି। ଜିଲ୍ଲାରେ ୮ ଟି କ୍ୟାମ୍ପରୁ ୧୩୦୦ରୁ ଅଧିକ ସ୍ବାବ ସଂଗ୍ରହ କରାଯାଇଛି। ନୂଆ ୩ ଆକ୍ରାନ୍ତ ଚିହ୍ନଟ ପରେ ୨ ବ୍ଲକର ୪ ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଦିଆଯାଇଛି। ବାସୁଦେବପୁର ବ୍ଲକର ଚୁଡାମଣି ପଞ୍ଚାୟତ ଓ କିସ୍ମତ କୃଷ୍ଣପୁର ପଞ୍ଚାୟତ, ବନ୍ତ ବ୍ଲକର ଆଗରପଡା ଅନ୍ତର୍ଗତ ୪ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.