ପେନ୍ ମ୍ୟାନ: ପେଶା ବ୍ୟବସାୟ ହେଲେ ନିଶା ପେନ୍ ସଂଗ୍ରହ କରିବା

Published By : Prameya-News7 Bureau | August 10, 2019 IST

କେନ୍ଦୁଝର ୧୦|୮: କେନ୍ଦୁଝର ଜିଲ୍ଲାର ସତ୍ୟବ୍ରତ ଜଣେ ନିଆରା ମଣିଷ। ସେ ଦୀର୍ଘ ୧୯ ବର୍ଷଧରି ବିଭିନ୍ନ ପ୍ରକାର ପେନ ସଂଗ୍ରହ କରି ଚାଲିଛନ୍ତି। ୨୦୦୦ ମସିହାରୁ ପେନ୍ ସଂଗ୍ରହ କରିବା ଅଭିଯାନ ସେ ଆରମ୍ଭ କରିଥିଲେ।୧୦ ହଜାରରୁ ଉର୍ଦ୍ଧ୍ବ ପେନ୍ ସେ ସଂଗ୍ରହ କରିସାରିଲେଣି। ହେଲେ ସତ୍ୟବ୍ରତ ପେନ୍ ସଂଗ୍ରହ କରୁ କରୁ ବର୍ତ୍ତମାନ ବନି ଯାଇଛନ୍ତି ପେନ୍ ମ୍ୟାନ।  

{"id":142931}

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ଗୋପିନାଥପୁର ଶାସନ ଗାଁର ସତ୍ୟବ୍ରତ ମହାପାତ୍ର ଛୋଟ  ସମୟରୁ ପେନ୍ ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଲା। ୨୦୦୦ ମସିହାରୁ ସେ ପେନ ସଂଗ୍ରହ କରିବା ଅଭିଯାନ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯନ୍ତ ପେନ୍ ସଂଗ୍ରହ କରିବା ନିଶା ତାଙ୍କ ମୁଣ୍ଡରୁ ଯାଇ ନାହିଁ। ଏହି ୧୯ ବର୍ଷ ଭିତରେ ସେ ୧୦ ହଜାରୁ ଉର୍ଦ୍ଧ୍ବ ପେନ ସଂଗ୍ରହ କରିଛନ୍ତି। ରାସ୍ତାରେ ପଡ଼ିଥିବା ପେନ ହେଉ କିମ୍ବା ଦୋକାନରେ ବିକ୍ରି ହେଉଥିବା ପେନ ଏହିସବୁକୁ ଆଣି ସତ୍ୟବ୍ରତ ଅତି ଶ୍ରଦ୍ଧାର ସହ ଯତ୍ନ କରି ରଖିଥାନ୍ତି।

{"id":142933}

ଏଥିସହ ଗରିବ ପିଲାମାନଙ୍କୁ ମଧ୍ୟ ସେ ପେନ ବାଣ୍ଟି ଥାନ୍ତି। ଏଲକସ୍ , ଲିଙ୍କ , ଫ୍ଲେୟାର , ରୋନାଡ୍ସ ରୋରିଟୋ ଆଦି ବିଭିନ୍ନ କମ୍ପାନୀର ପେନ ସେ ସଂଗ୍ରହ କରିଛନ୍ତି। । ଆହୁରି ମଧ୍ୟ ପୂର୍ବ କାଳରେ ବ୍ୟବହାର ହେଉଥିବା ଲୁହାର ଏକାଧିକ ଲେଖନି ମଧ୍ୟ ସେ ସାଇତି ରଖିଛ। ଏହି ସମୟ ଭିତରେ ସତ୍ୟବ୍ରତରୁ ସେ ବନି ଯାଇଛନ୍ତି ପେନ ମ୍ୟାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.