Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନରେ କରୋନାର ପାଟର୍ଣ୍ଣ ପୃଥକ, ଏଠାରେ ଅଧିକ ସଂକ୍ରମିତ ହେଉଛନ୍ତି ଯୁବ ବର୍ଗ

ଇସ୍ଲାମାବାଦ :  କରୋନା ଏବେ ପାକିସ୍ତାନରେ ବ୍ୟାପିବାରେ ଲାଗିଛି। ଉପୁଜିଥିବା ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ପରାମର୍ଶଦାତା ଡା.ଜଫର ମିର୍ଜା ଗୁରୁବାର ଗଣମାଧ୍ୟମକୁ ଭେଟିଥିବା ବେଳେ ପାକିସ୍ତାନରେ କରୋନା ସଂକ୍ରମଣ ନେଇ ଅଭୂତପୂର୍ବ ସୂଚନା ଦେଇଛନ୍ତି। ଏଥିରେ ଦେଶରେ ଯୁବବର୍ଗଙ୍କଠାରେ କରୋନା ସଂକ୍ରମଣର ଅଭିଯୋଗ ଅଧିକ ମିଳୁଥିବାର କହିଛନ୍ତି।

ପାକିସ୍ତାନରେ ୨୧ରୁ ୩୦ ବର୍ଷ ବୟସ୍କଙ୍କ ମଧ୍ୟରେ କରୋନା ବ୍ୟାପୁଥିବାର ଡା. ଜଫର ମିର୍ଜା କହିଛନ୍ତି। ତେବେ କରୋନା ସବୁ ଆୟୁବର୍ଗର ଲୋକଙ୍କୁ ସଂକ୍ରମିତ କରୁଛି। ହେଲେ ଏଥିରେ ବୟସ୍କ ଲୋକେ ଅଧିକ ସଂକ୍ରମିତ ହେଉଥିବାର  ଚୀନ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ଦେଖାଯାଇଛି। ଡା. ମିର୍ଜାଙ୍କ ଅନୁସାରେ ପାକିସ୍ତାନରେ ହେଉଥିବା କରୋନା ସଂକ୍ରମଣରେ ୨୪ ପ୍ରତିଶତ ଯୁବ ବର୍ଗର ବୋଲି କହିଛନ୍ତି।

କେବଳ ପାକିସ୍ତାନ ନୁହେଁ ଆମେରିକା ଓ ୟୁରୋପରେ ବି ୟୁବ ବର୍ଗରେ କରୋନା ବ୍ୟାପୁଥିବାର ଜଣାପଡିଲାଣି। ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକାରେ ପ୍ରଥମେ ସଂକ୍ରମିତ ହୋଇଥିବା ୨୫ ହଜାର ଲୋକଙ୍କ ମଧ୍ୟରେ ୭୫୦ ଜଣଙ୍କ ବୟସ ୨୫ରୁ ୪୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି।

ତେବେ ମିର୍ଜାଙ୍କ ସୂଚନା ଅନୁସାରେ ପାକିସ୍ତାନରେ ମିଳିଥିବା କରୋନା ଅଭିଯୋଗର ୯୩ ପ୍ରତିଶତ ବିଦେଶରୁ ଆସିଥିବା ଲୋକେ ବୋଲି ଜଣାପଡିଛି। ଏଣୁ ଏଥିରେ ସ୍ଥାନୀୟ ସଂକ୍ରମଣ ନେଇ ଡା. ମିର୍ଜା କୌଣସି ସୂଚନା ଦେଇନଥିବା ବେଳେ ଅନ୍ୟ ଆୟୁ ବର୍ଗର ସଂକ୍ରମଣ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦେଇନାହାନ୍ତି।

   Related Posts