୪ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ, ଠିକ୍ ସମୟରେ ଆମ୍ବୁଲାନ୍ସ ଆସିଲା କିନ୍ତୁ ଅଧା ବାଟରେ ରହିଗଲା

Published By : Prameya-News7 Bureau | July 26, 2020 IST

ନୟାଗଡ଼୨୬/୭: ଖଟିଆରେ ୪ କିଲୋମିଟର ବୁହା ହେଲେ ରୋଗୀ । ନୟାଗଡ ଜିଲ୍ଲା ବାଣିଗୋଛା ଥାନା ବୁରୁପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ବୁରୁପାଲି ଗଁ।ର ୫୦ ବର୍ଷୀୟ ହଜାରି ନାୟକ ପୂର୍ବରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ରବିବାର ସକାଳେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା। ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଠିକ୍ ସମୟରେ ଆସିଥିଲା ହେଲେ ରାସ୍ତା ଖରାପ ଥିବାରୁ ଗଁ।ଠାରୁ ୪ କିଲୋମିଟର୍ ଦୂରରେ ଅଟକି ଯାଇଥିଲା । ଆମ୍ବୁଲାନ୍ସ କର୍ମଚାରୀ ୪ କିମି ରାସ୍ତା ଚାଲିଚାଲି ଆସି ଗଁ।ରେ ଖବର ଦେବା ପରେ ପରିବାର ଲୋକ ଏବଂ ଆମ୍ବୁଲାନ୍ସ କର୍ମଚାରୀ ଏକ ଖଟିଆରେ ହଜାରୀଙ୍କୁ ଭାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ ।

ଏହା ଭିତରେ ହଜାରୀ ଚେତାଶୂନ୍ୟ ହୋଇଯାଇଥିଲେ । ପ୍ରାୟ ୪ ଘଣ୍ଟା ବିଳମ୍ବରେ ହଜାରୀଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ପହଞ୍ଚାଇଥିଲା ଆମ୍ବୁଲାନ୍ସ । ସେଠାରେ ଚିକିତ୍ସା ପରେ ତାଙ୍କର ଅବସ୍ଥା ସାମନ୍ୟ ସୁଧୁରିବା ପରେ ପରିବାର ଲୋକେ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳକୁ  ରାସ୍ତା ଖରାପ ଥିବାରୁ ରୋଗୀମାନେ ସବୁ ସମୟରେ ଏହିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈ।ଣସି ସୁଫଳ ମିଳୁନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.