Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

୪ ଦୋଷୀଙ୍କୁ କେବେ ଦିଆଯିବ ଫାଶୀ? ପୁଣି ଅଦାଲତଙ୍କ କବାଟ ଠକ୍ ଠକ୍ କଲେ ନିର୍ଭୟାଙ୍କ ବାପା-ମାଆ

4/02/2020 at 5:53 PM

ନୂଆଦିଲ୍ଲୀ୪/୨: ନିର୍ଭୟା ଦୋଷୀଙ୍କୁ କେବେ ଦିଆଯିବ ଫାଶୀ? ପୁଣି ଅଦାଲତଙ୍କ ଦ୍ବାରସ୍ଥ ହେଲେ ନିର୍ଭୟାଙ୍କ ବାପା-ମାଆ। ନିର୍ଭୟାଙ୍କ ବାପା-ମାଆ ଦିଲ୍ଲୀ ହାଇକୋର୍ଟରେ ଗୁହାରି କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ପିଟିସନ୍ ଉପରେ ତୁରନ୍ତ ନିଷ୍ପତ୍ତି ଶୁଣାଣି କରି ଦୋଷୀଙ୍କୁ ଫାଶୀ ଦିଆଯାଉ। ଜଷ୍ଟିସ୍‌ ସୁରେଶ କୈତ ଏହି ମାମଲାର ଶୁଣାଣି ବେଳେ ନିର୍ଭୟାଙ୍କ ବାପା-ମାଆଙ୍କୁ ତାଙ୍କ ଓକିଲ ଆଶା, ଭରସା ଦେଇଛନ୍ତି। ଖୁବ୍‌ ଶୀଘ୍ର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି ନିର୍ଭୟାଙ୍କ ଓକିଲ କହିଛନ୍ତି। ସେପଟେ ରାଜ୍ୟସଭାରେ ଚାରି ଦୋଷୀଙ୍କ ଫାଶୀ ଦଣ୍ଡକୁ କାର୍ଯ୍ୟକାରି କରିବା ଲାଗି ଆସିଛି ସ୍ପଷ୍ଟ ମତ।

ନିର୍ଭୟା ଦୋଷୀଙ୍କ ଫାଶୀ ବିରୋଧରେ କେନ୍ଦ୍ର ସରକାରଙ୍କ ପିଟିସନ ଉପରେ ରବିବାର ହାଇକୋର୍ଟ ବିଶେଷ ଶୁଣାଣି କରିଥିଲେ। ଦୋଷୀଙ୍କୁ ତୁରନ୍ତ ଫାଶୀ ଦିଆଯାଉ ବୋଲି ସଲିସିଟର ଜେନେରାଲ ତୁଷାର ମେହତା ଅପିଲ୍ କରିଥିଲେ। କୋର୍ଟରେ ଦଲିଲ୍‌ ପେଶ୍‌ କରିବା ବେଳେ ମେହତା କହିଥିଲେ ଯେ ଦୋଷୀ ଦୁର୍ବଳ ଆଇନର  ଫାଇଦା ଉଠାଉଛନ୍ତି। ଯାହା ଦ୍ବାରା​‌ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ହେଉଛି। ସେ ଆହୁରି ମଧ୍ୟ କହିଥିଲେ ତେଲେଙ୍ଗାନାରେ ଡାକ୍ତରୀ ମହିଳାଙ୍କ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ୍‌ ଏନାକାଉଣ୍ଟର କରି ମାରି ଦେଲା। ପୁରା ଦେଶବାସୀ ପୋଲିସ୍ ପାଇଁ ଖୁସି ମନାଇବା ସହ ମିଠା ଖୁଆଇଲେ। କିନ୍ତୁ ନିର୍ଭୟା ମାମଲାରେ ନ୍ୟାୟପାଳିକାଙ୍କ ବିଶ୍ବାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମେହତା ନିଜ ଯୁକ୍ତିରେ କହିଥିଲେ।

ଅନ୍ୟପଟେ ଦୁଇ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ  ହାଇକୋର୍ଟ ଶୁଣାଣିକୁ ସ୍ଥଗିତ ରଖିଥିଲେ। ଫାଶୀରୁ ବଞ୍ଚିବା ପାଇଁ ଦୋଷୀ ଜାଣିଶୁଣି ଯାଚିକା ଦେବାରେ ବିଳମ୍ବ କରୁଛନ୍ତି। ତେଣୁ ଦୟା ଓ ସୁଧାରତ୍ମକ ଯାଚିକା ଦାୟର କରିବାରେ କାହିଁକି ବିଳମ୍ବ ହେଉଛି ବୋଲି ମେହତା କହିଥିଲେ।

   Related Posts