ରି-ଆଡମିଶନ୍‌କୁ ବିରୋଧ କରି ଧାରଣାରେ ବସିଲେ ଅଭିଭାବକ ମହାସଂଘ

Published By : Prameya-News7 Bureau | June 09, 2020 IST

ଭୁବନେଶ୍ବର୯/୬: କରୋନା ମହାମାରୀ ସମୟରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ରି-ଆଡ଼ମିଶନ ରୋକିବାକୁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ରି-ଆଡ଼ମିଶନକୁ ବିରୋଧ କରି ଜନତା ମଇଦାନ ଗାନ୍ଧୀ ପାର୍କରେ ଥିବା ମହାତ୍ମାଗାନ୍ଧୀ ଷ୍ଟାଚ୍ୟୁ ସମ୍ନାରେ ଧାରଣାରେ ବସି ଥିଲା ସଂଘ। ସ୍କୁଲ୍ ଖୋଲିବାକୁ ଆହୁରି ସମୟ ଥିବାରୁ ଏବେଠୁ କାହିଁକି ରି-ଆଡ଼ମିଶନ କରାଯାଉଛି ବୋଲି ପ୍ରଶ୍ନ କରିଛି ସଂଘ। ଆଗୁଆ ରି- ଆଡ଼ମିଶନ କରିବା ପଛରେ ବେସରକାରୀ ସ୍କୁଲମାନଙ୍କର ସ୍ବାର୍ଥ ଅଛି ତେଣୁ ସରକାର ଜାଣିଶୁଣି କଣ ପାଇଁ ଚୁପ୍ ରହୁଛନ୍ତି ବୋଲି କହିଛିି ମହାସଂଘ। ଯେବେ ସ୍କୁଲ ଖୋଲିବା ସେବେ ଆଡ଼ମିଶନ ହେଉ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚେତାବନୀ ଦେଇଛି ଓଡିଶା ଅଭିଭାବକ ମହାସଂଘ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.