ପଙ୍ଗପାଳ ଦଳଙ୍କ ମୁଣ୍ଡରେ ପାକିସ୍ତାନୀ ମାଇଣ୍ଡ୍: ଛତିଶଗଡରେ ପହଞ୍ଚିଲେଣି, ଓଡ଼ିଶା ଆସିପାରନ୍ତି, ଚିନ୍ତାରେ ଚାଷୀ

Published By : Prameya-News7 Bureau | June 01, 2020 IST

ଛତିଶଗଡ଼୧/୬: ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ। ସୀମାରେ ଚାଷୀଙ୍କ ଭିତିରେ ଆତଙ୍କ। କେତେବେଳେ ବି ପଙ୍ଗପାଳ ଓଡିଶାରେ ପହଞ୍ଚିପାରନ୍ତି। ପଙ୍ଗପାଳଙ୍କୁ ମୁକାବିଲା କରିବା ପାଇଁ ସରକାର ଏସଓପି ଜାରି କରିଥିବା ବେଳେ ନୋଡାଲ ଅଫିସରମାନଙ୍କୁ ତାଲିମ ଦେଇଛନ୍ତି। ଏପଟେ ପଙ୍ଗପାଳଙ୍କ ଗତିବିଧି ଉପରେ ନଜର ରଖିବା ସହ ମୁକାବିଲା ପାଇଁ ପସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି।

ଛତିଶଗଡରେ ପହଞ୍ଚିଲେଣି, ଓଡ଼ିଶା ଆସିପାରନ୍ତି। ପଙ୍ଗପାଳଙ୍କୁ ରାଜ୍ୟର ଚାଷୀଙ୍କ ଟେନସନ୍ ବଢ଼ିଲାଣି। ମୁକାବିଲା ନେଇ ସରକାର ଜାରି କଲେ ଏସଓପି।  ଛତିଶଗଡର କୋରିଆ ଜିଲ୍ଲା ଭରତପୁର ଇଲାକାରେ ପଙ୍ଗପାଳ ଦଳ ପହଞ୍ଚିଛନ୍ତି। ବାଜାବାଣ ଧରି ଲୋକେ ପଙ୍ଗପାଳ ଘଉଡ଼ାଉଛନ୍ତି। ଆଫ୍ରିକାରୁ ପାକିସ୍ତାନ ଦେଇ ଆସିଥିବା ଆସିଥିବା ଏହି ପଙ୍ଗପାଳ ଦଳଙ୍କ ମୁଣ୍ଡରେ ପାକିସ୍ତାନୀ ମାଇଣ୍ଡ। ଯେଉଁଠି ବସୁଛନ୍ତି ଚରିଯାଉଛନ୍ତି । ଏନେଇ ଛତିଶଗଡ କୃଷି ବିଭାଗ ଆଲର୍ଟ ଜାରି କରିଛି। ଭରତପୁର ଇଲାକାରେ ସ୍ଥାନୀୟ ପ୍ରଶାସନ ଏବଂ କୃଷି ବିଭାଗ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଏଣେ ପଙ୍ଗପାଳ ଭୟରେ ସୀମାବର୍ତ୍ତି ଜିଲ୍ଲାର ଚାଷୀ ଭୟଭୀତ ହେଲେଣି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ସମ୍ବଲପୁର, ନବରଙ୍ଗପୁର, ନୂଆପଡ଼ାରେ ଚାଷୀମାନଙ୍କ ଭିତରେ ସଚେତନା ପାଇଁ କୃଷି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କୃଷି ବିଭାଗ ପକ୍ଷରୁ ପଙ୍ଗପାଳ ମୁକାବିଲା ନେଇ ଏସଓପି ଜାରି କରାଯାଇଛି। ସର୍ଭେ ପାଇଁ ଟିମ ଗଠନ କରାଯାଇଛି । ଏହି ଟିମରେ ଜଣେ କୀଟତତ୍ତ୍ବବିତ ଅଛନ୍ତି। ଏମାନେ କେଉଁ ଅଂଚଳରେ ପଙ୍ଗପାଳ ରହିଛନ୍ତି ମ୍ୟାପିଂ କରି ସରାକରଙ୍କୁ ରିପୋର୍ଟ ଦେବେ । ସେଥିପାଇଁ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେବେ । କୀଟନାଶକ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ପଙ୍ଗପାଳଙ୍କ ମୁକାବିଲା ନେଇ ନୋଡାଲ ଅଫିସରଙ୍କୁ ତାଲିମ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.