Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

୪୯ ସାମ୍ବାଦିକ ବିରୋଧରେ ମାମଲା ରୁଜୁ କଲା ପାକିସ୍ତାନ ସରକାର, ସଂଗଠନ କହିଲା- ଦେଶବ୍ୟାପୀ ହେବ ବିରୋଧ ପ୍ରଦର୍ଶନ

25/09/2020 at 4:14 PM

ନୂଆଦିଲ୍ଲୀ ୨୫।୦୯: ଜଣେ ପ୍ରମୁଖ ପାକିସ୍ତାନୀ ସାମ୍ବାଦିକ ଖୁଲାସା କରିଛନ୍ତି ଯେ ଦେଶର ସଙ୍ଘୀୟ ଯାଞ୍ଚ ଏଜେନ୍ସି(ଏଫଆଇଏ) ବୈଦ୍ୟୁତିକ ଗଣମାଧ୍ୟମ ଅପରାଧ ଅଧିନିୟମ(PECA) ଆଧାରରେ ୪୯ ଜଣ ସାମ୍ବାଦିକ ଓ ସାମାଜିକ ମିଡିଆ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପାକିସ୍ତାନରେ ସାମ୍ବାଦିକ ଓ ସୋସିଆଲ ମିଡିଆ କର୍ମକର୍ତ୍ତାଙ୍କ ବିରୋଧରେ ଏହା ସବୁଠୁ ବଡ କାର୍ଯ୍ୟାନୁଷ୍ଠାନ। ଏଫଆଇଏ ପିଇସିଏ ଆଧାରରେ @UmarCheema1 @AzazSyed @murtazasolang @ammarmasood3 @AsadAToor @bilalfqi ଆଦିଙ୍କ ବିରୋଧରେ ମାମଲା ରୁଜୁ କରିଛି। ସାମ୍ବାଦିକ ମୁବାଶିର ଜୈଦ ଗୁରୁବାର ରାତିରେ ଏହା ଟ୍ଵିଟ୍ କରିଛନ୍ତି। ଲୋକପ୍ରିୟ ଟକ୍‌ ସୋ ‘ଜରା ହଟ୍‌ କେ’ର ଉପସ୍ଥାପକ ଜୈଦି ଏହି  ବିଷୟରେ ଅଧିକ ତଥ୍ୟ ଦେଇ ନାହାନ୍ତି।

ସାମ୍ବାଦିକ ସଂଗଠନ ସରକାରଙ୍କ ଏହି ପଦକ୍ଷେପକୁ ଦୃଢ ଭାବେ ନିନ୍ଦା କରିଛନ୍ତି। ଏହା ସହିତ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।  ସାମ୍ବାଦିକମାନେ ଯଦି ମାମଲା ପ୍ରତ୍ୟାହାର ନହୁଏ ତେବେ ପାକିସ୍ତାନ ସଙ୍ଘୀୟ ସଂଘ ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିଜର ବୟାନରେ ଏଫଆଇଏ କହିଛି ଏଜେନ୍ସି କିଛି ଅଭିଯୋଗକାରୀଙ୍କଠୁ ୪୯ ସୋସିଆଲ ମିଡିଆ କର୍ମକର୍ତ୍ତାଙ୍କ ବିରୋଧରେ ପ୍ରମାଣ ସହିତ ଅଭିଯୋଗ ମିଳିଛି। ଏହି ସବୁ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହା ସହିତ ଏଫଆଇଏ ଖୁବ୍ ଶୀଘ୍ର ଏହି ସବୁ ଲୋକଙ୍କ ବିରୋଧରେ ନୋଟିସ୍ ଜାରି କରିବ।

ଏଫଆଇଏ କହିଛି ରାଜ୍ୟ ଅନୁଷ୍ଠାନ ବିଶେଷ କରି ଦେଶର ସୁରକ୍ଷାବଳଙ୍କ ପାଇଁ ହାନୀକାରକ ଖବର ଆଧାରରେ ଏହି ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଏଫଆଇଏର ଏହି ଘୋଷଣା ପରେ ମାମଲା ରୁଜୁ ହୋଇଥିବା ସାମ୍ଵାଦିକଙ୍କ ମଧ୍ୟରୁ ଜଣେ  ମୁର୍ତଜା ସୋଲଙ୍ଗି ଏକ ଟ୍ଵିଟ୍‌ରେ ଅଭିଯୋଗ କରିଛନ୍ତି ଯେ,  ସାମ୍ବାଧାନିକ ଦାୟିତ୍ଵ ସୁନିଶ୍ଚିତ କରିବା ପାଇଁ ସେ ସଂଗ୍ରାମ ଜାରି ରଖିବେ। ଆମେ ଫାଶୀବାଦୀ ଠକଙ୍କ ସାମ୍ନାରେ ମୁଣ୍ଡ ନୁଆଁଇବୁ ନାହିଁ। ଆମେ ନିଜର ମୌଳିକ ଅଧିକାର ଛାଡି ପାରିବୁ ନାହିଁ ବୋଲି କହିଛନ୍ତି।

ପାକିସ୍ତାନର ମାନବ ଅଧିକାର ଆୟୋଗ ଏଫଆଇଏର ଏହି ପଦକ୍ଷେପକୁ ନିନ୍ଦା କରି କହିଛି, ସେ ଏହାକୁ ନେଇ ଚିନ୍ତିତ ଯେ ଏଫଆଇଏ ୪୯ ସାମ୍ବାଦିକ ଓ ସୋସିଆଲ ମିଡିଆ କର୍ମକର୍ତ୍ତାଙ୍କ ବିରୋଧରେ ପିଇସିଏ ନିୟମ ଆଧାରରେ ମାମଲା ରୁଜୁ କରିଛି। ସରକାର ଏହି ପରି କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ ଆମେ ଦାବି କରୁଛୁ ଏବଂ ରାଜନୈତିକ ଅସନ୍ତୋଷ ଉପରେ ଅଙ୍କୁଶ ଲଗାଇବା ପାଇଁ ଏଫଆଇଏର ଦୁରୁପଯୋଗ କରାଯିବା ବନ୍ଦ କରାଯାଉ।

   Related Posts