ଅପରାହ୍ନ ୨ଟାରେ ଅକ୍ସିଜେନ୍ ସଂପୂର୍ଣ୍ଣ ଶେଷ ଯାଇଛି, ଆଶାର କୌଣସି କିରଣ ନଜର ଆସୁନାହିଁ, କ'ଣ କରିବୁ ?

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ ୨୪।୦୪: କରୋନାର ଦ୍ଵିତୀୟ ଲହରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପଟେ  ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍ ଅଭାବ ସ୍ଥିତିକୁ ସଙ୍ଗୀନ କରି ଦେଇଛି। ରାଜଧାନୀ ଦିଲ୍ଲୀର ଅନେକ ହସ୍ପିଟାଲରେ ଅକ୍ସିଜେନ୍ ଅଭାବ କାରଣରୁ ଜରୁରକାଳୀନ ପରିସ୍ଥିତି ଜାରି ରହିଛି। ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ମଧ୍ୟ ଅକ୍ସିଜେନ୍‌ର ଅଭାବ ଘଟଣା ସାମ୍ନାକୁ ଆସିଛି। ଅକ୍ସିଜେନ୍ ଅଭାବ କାରଣରୁ ନୂତନ ରୋଗୀଙ୍କ ଭର୍ତ୍ତି ଉପରେ ରୋକ୍ ଲଗାଯାଇଛି। ଏମିତି ପରିସ୍ଥିତି ଅନେକ ହସ୍ପିଟାଲରେ ଦେଖିବାକୁ ମିଳିଛି। ଅନେକ ହସ୍ପିଟାଲରେ ଅକ୍ସିଜେନ୍ ସରିବାକୁ ବସିଛି।

ଦିଲ୍ଲୀର ସରୋଜ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ଅକ୍ସିଜେନ୍ ଶେଷ ହେବାକୁ ବସିଛି। ଏ ପର୍ଯ୍ୟନ୍ତ ସ୍ଥିତି ମୁକାବିଲା ପାଇଁ ଅକ୍ସିଜେନ୍ ମିଳିନାହିଁ। ହସ୍ପିଟାଲର କୋଭିଡ୍ ପ୍ରଭାରୀ କହିଛନ୍ତି ଯେ, ଆମ ପାଖରେ ୭୦ ରୋଗୀ ଅଛନ୍ତି, ଯାହାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେମାନଙ୍କୁ ଅକ୍ସିଜେନ୍‌ର ଘୋର ଆବଶ୍ୟକତା ରହିଛି। ଯଦି ଆମକୁ ଅକ୍ସିଜେନ୍ ନମିଳେ ତେବେ ଗମ୍ଭୀର ସ୍ଥିତି ଉତ୍ପନ ହୋଇପାରେ। ଆମେ ରୋଗୀଙ୍କୁ ଡିସଚାର୍ଜ କରିବା ଆରମ୍ଭ କରି ଦେଇଛୁ। ଅକ୍ସିଜେନ୍ ଅଭାବ କାରଣରୁ ନୂତନ ରୋଗୀଙ୍କ ଆଡମିଶନ ଉପରେ ରୋକ୍ ଲଗାଯାଇଛି। ବିନା ଅକ୍ସିଜେନ୍‌ରେ ଏହି ରୋଗୀଙ୍କ ଚିକିତ୍ସା କେମିତି କରିବୁ ବୋଲି ଡାକ୍ତର କହିଛନ୍ତି।

wp:html /wp:html

ସେପଟେ ବାତ୍ରା ହସ୍ପିଟାଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ସୁଧାଂଶୁ କହିଛନ୍ତି ଯେ, ଆମ ହସ୍ପିଟାଲରେ ଅପରାହ୍ନ ୨ଟାରେ ଅକ୍ସିଜେନ୍ ସଂପୂର୍ଣ୍ଣ ଶେଷ ହୋଇ ଯାଇଛି। ଆମକୁ ଆଶାର କୌଣସି କିରଣ ନଜର ଆସୁନାହିଁ। କାରଣ ପାଇପଲାଇନ୍‌ରେ ମଧ୍ୟ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହୋଇ ଯାଇଛି। ଏମିତି ମୁସ୍କିଲ ସମୟରେ ଆମେ ନିସଃହାୟ ହୋଇ ପଡିଛୁ। ଏବେ ଆମେ କଣ କରିବୁ ବୋଲି ବୋଲି ଡାକ୍ତର କହିଛନ୍ତି।

ଦିଲ୍ଲୀ ସରକାରଙ୍କ ଲୋକ ନାୟକ ଜୟପ୍ରକାଶ(ଏଲଏନଜେପି) ହସ୍ପିଟାଲର ନିର୍ଦ୍ଦେଶକ ଡ.ସୁରେଶ କୁମାର ଶନିବାର କହିଛନ୍ତି ଯେ,  ଆମ ହସ୍ପିଟାଲରେ ଗତ ୪/୫ ଦିନ ହେବ ସମସ୍ତ ଆଇସିୟୁ ବେଡ୍‌ ଭର୍ତ୍ତି। କିଛି ଗୁରୁତର ରୋଗୀଙ୍କ ଅକ୍ସିଜେନ୍ ସ୍ତର ଜାରି ରଖିବା ପାଇଁ ପ୍ରତି ମିନିଟ୍‌ ୪୦-୫୦ ଲିଟର ଅକ୍ସିଜେନ୍‌ର ଆବଶ୍ୟକତା ରହିଛି। ଅକ୍ସିଜେନ୍ ଅଭାବରୁ ସ୍ଥିତି ବିଗିଡିବାକୁ  ଯାଉଥିବା ସେ କହିଛନ୍ତି। ଉଲ୍ଲେଖନୀୟ ଦିଲ୍ଲୀର ପ୍ରାୟ ଅଧିକାଂଶ ହସ୍ପିଟାଲର ସ୍ଥିତି ଏମିତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.