କରୋନା ଭାଇରସ : ଜାଣନ୍ତୁ କ୍ବାରେଣ୍ଟାଇନର ଇତିହାସ, ଉତ୍ପତ୍ତି ଓ ବ୍ୟବହାର

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮/୦୩ : କରୋନା ଭାଇରସ ବିଶ୍ୱର ପ୍ରାୟ ୧୬୨ ଦେଶକୁ ପ୍ରଭାବିତ କରିଛି | ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି | ଭାଇରସ ସହ ଜଡିତ ଆଉ ଏକ ଶବ୍ଦ ଶୁଣିବାକୁ ମିଳିଛି, ତାହା ହେଲା କ୍ବାରେଣ୍ଟାଇନ | ଆସନ୍ତୁ ଜାଣିବା ଶବ୍ଦ କ୍ବାରେଣ୍ଟାଇନର ଇତିହାସ ସମ୍ପର୍କରେ | ଆସନ୍ତୁ ଜାଣିବା କ୍ବାରେଣ୍ଟାଇନର ଉତ୍ପତ୍ତି କେବେ ଏବଂ କେଉଁଠାରେ ହୋଇଥିଲା |

କ୍ବାରେଣ୍ଟାଇନର ଇତିହାସ : ସବୁଠାରୁ ପ୍ରଥମେ କ୍ବାରେଣ୍ଟାଇନର ବ୍ୟବହାର ଚତୁର୍ଦଶ ଶତାବ୍ଦୀରେ ହୋଇଥିଲା | କ୍ବାରେଣ୍ଟାଇନ ଲାଟିନ ଭାଷା କ୍ବାଡ୍ରାଜିଣ୍ଟା ଓ ଇଟାଲୀ ଭାଷା କ୍ବାରାଣ୍ଟାକୁ ମିଶାଇ କରାଯାଇଛି | ଏହି ଦୁଇଟି ଶବ୍ଦର ଅର୍ଥ ହେଲା ୪୦ | 

ଚତୁର୍ଦଶ ଶତାବ୍ଦୀରେ ୟୁରୋପରେ ଗିଲଟି ପ୍ଲେଗ ବ୍ୟାପି ପରେ ଆରମ୍ଭ ହୋଇଥିଲା | ଗିଲଟି ପ୍ଲେଗ ବ୍ଲାକ ଡେଥ ନାମରେ ପରିଚିତ | ୧୩୪୩ ମସିହାରେ ଏହି ରୋଗ ଏପରି ଭାବେ ବ୍ୟାପିଥିଲା ଯେ ୟୁରୋପର ଏକ ତୃତୀୟାଂଶ ଜନସଂଖ୍ୟା ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ | ୧୩୪୭-୫୦ ମଧ୍ୟରେ ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥିଲା | ରାଗୁସା (ଡବରୋବଣିକ, କ୍ରୋଏସିଆ) ଅଧିକାରୀ ଟ୍ରେଟିନୋ ଲାଗୁ କରିବା ପାଇଁ ନୂଆ ନିୟମ ପାସ କରିଥିଲେ | 

ନୂଆ ନିୟମ ଅନୁଯାୟୀ, ପ୍ରଭାବିତ ଜାଗାରୁ ଆସୁଥିବା ଜହାଜଗୁଡିକୁ ୩୦ ଦିନ ପାଇଁ ଆଇସୋଲେସନରେ ରଖାଯାଉଥିଲା | କୌଣସି ବ୍ୟକ୍ତିଙ୍କୁ ଜାହାଜ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଉନଥିଲା | ଏହାପରେ ଆସନ୍ତା ୮୦ ବର୍ଷ ପର୍ଯ୍ୟନ୍ତ ମାର୍ସିଲେ, ପିସା ଓ ଅନ୍ୟ ସହର ମଧ୍ୟ ଆଇ ଆଇନ ଆପଣେଇଥିଲେ |

ଚତୁର୍ଦଶ ଶତାବ୍ଦୀରେ ଆଇସୋଲେସନ ଅବଧି ୩୦ ଦିନରୁ ବୃଦ୍ଧି କରି ୪୦ ଦିନ କରାଯାଇଥିଲା | ଏହାପରେ ଟ୍ରେଟିନୋର ନାଁ ପରିବର୍ତ୍ତନ କରି କ୍ବାରେଣ୍ଟିନୋ ରଖାଯାଇଥିଲା | ୪୦ ଦିନ ଅବଧିକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା | ଲୋକଙ୍କ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଅନେକ ସାଂସ୍କୃତିକ ଅର୍ଥ ଖୋଜା ଯାଇଥିଲା | ବାଇବେଲରେ ଅନେକ ଘଟଣା ୪୦ ନମ୍ବର ଉପରେ ଲେଖାଯାଇଛି |

ଗିଲଟି ପ୍ଲେଗ ଅର୍ଥାତ ବ୍ଲାକ ଡେଥ ସମୟରେ କ୍ବାରେଣ୍ଟିନ ଶବ୍ଦର ପ୍ରଚଳନ ହୋଇଥିଲା କିନ୍ତୁ ଏହା ପୂର୍ବରୁ ମଧ୍ୟ ରୋଗୀଙ୍କୁ ଅସୁସ୍ଥତା ସମୟରେ ଅଲଗା ରଖାଯାଉଥିଲା | କୁଷ୍ଠ ରୋଗୀଙ୍କୁ ଅଲଗା ରଖିବା କଥା ମଧ୍ୟ ବାଇବେଲରେ କୁହାଯାଇଛି | ସେ ସମୟରେ ପ୍ଲେଗ ଓ କୁଷ୍ଠ ରୋଗୀଙ୍କ ପାଇଁ ଅଲଗା ହସ୍ପିଟାଲ ତିଆରି କରାଯାଉଥିଲା | ଏହି ହସ୍ପିଟାଲକୁ ଲାଜିରେଟି କୁହାଯାଉଥିଲା |

୧୮୭୮ ମସିହାରେ ୟେଲୋ ଫିବର ନାମକ ଏକ ସଂକ୍ରମଣ ରୋଗ ବ୍ୟାପିଥିଲା | ଏହି ରୋଗକୁ ଦୃଷ୍ଟିରେ ରଖି ଆମେରିକା କଂଗ୍ରେସ ନ୍ୟାସନାଲ କ୍ବାରେଣ୍ଟିନ ଆକ୍ଟ ପାସ କରିଥିଲେ | ଏଥିରେ ଫେଡେରେଲ ସରକାର ମଧ୍ୟ ସହମତ ଥିଲେ | ୧୮୯୨ ମସିହାରେ ହଇଜା ବ୍ୟାପିବା ପରେ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଫେଡେରେଲ ସରକାରଙ୍କୁ ଅଧିକାର ଦିଆଯାଇଥିଲା | ୧୯୨୧ ମସିହାରେ କ୍ବାରେଣ୍ଟିନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରୀୟକୃତ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.