ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁଠି ରହନ୍ତି ମାତ୍ର ୩୩ ଜଣ, ସୁରକ୍ଷାକର୍ମୀଙ୍କ ବିନା ବୁଲନ୍ତି ରାଷ୍ଟ୍ରପତି...

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ଦେଶର ନେତା ଓ ମନ୍ତ୍ରୀମାନେ ବିନା ସୁରକ୍ଷାରେ କୁଆଡ଼େ ଗସ୍ତ କରନ୍ତି ନାହିଁ। ଏପରିକି ସବୁଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୁରକ୍ଷା କର୍ମୀଙ୍କ ବଳୟ ଭିତରେ ସବୁଆଡ଼କୁ ଗସ୍ତ କରଥାନ୍ତି। କିନ୍ତୁ ଏମିତି ଏକ ଦେଶ ଅଛି। ଯେଉଁଠି ତାଙ୍କ ରାଷ୍ଟ୍ରପତି ସୁରକ୍ଷାକର୍ମୀଙ୍କ ବିନା ବାହାରେ ବୁଲିଥାନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଦେଶର ଲୋକ ସଂଖ୍ୟା ମାତ୍ର ୩୩ ଜଣ।

ଏହି ଦେଶର ରାଷ୍ଟ୍ରପତି ଓ ଲୋକମାନେ କୌଣସି ସୁରକ୍ଷାକର୍ମୀଙ୍କ ବିନା ବାହାରେ ବୁଲିଥାନ୍ତି। ଆମେରିକାର ନେଓ୍ବାଡରେ ପ୍ରାନ୍ତରେ ଏହି ଦେଶ ରହିଛି । ଏହି ଦେଶର ନାଁ ହେଉଛି ମୋଲୋସିଆ ।ମୋଲୋସିଆର ମଧ୍ୟ ସ୍ବତନ୍ତ୍ର ଭାବେ ମୁଦ୍ରା(କରେନ୍ସି) ରହିଛି। ଯାହାକି ସେହି ଦେଶରେ ପ୍ରଚଳିତ ହୋଇଥାଏ। ଯଦି ଆଇନ କାନୁନ୍ କଥା କହିବା ତେବେ ମୋଲୋସିଆରେ ଦେଶରେ ଅଲଗା ଆଇନ୍‌ କାନୁନ୍ ରହିଛି। କେବଳ ଏହି ଦେଶରେ ତାହା ଲାଗୁ କରାଯାଇଥାଏ।

ସୂଚନାମୁତାବକ,  କେଭିନ୍ ବାଘ୍ ତାଙ୍କର ବନ୍ଧୁ ୧୯୭୭ ମସିହାରେ ଏକ ଅଲଗା ଦେଶ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ମୋଲୋସିଆ ନାମକ ଦେଶ କେଭିନ୍‌ ବାଘ୍ ସ୍ଥାପନ କରିଥିଲେ। ସେବେଠାରୁ କେଭିନ୍ ବାଘ୍ ଏହି ଦେଶର ରାଷ୍ଟ୍ରପତି ପଦବୀରେ ରହିଛନ୍ତି। କେଭିନ୍‌ ନିଜକୁ ସେଠାକାର ଏକଛତ୍ରବାଦୀ ଶାସକ ଭାବେ ଘୋଷିତ କରିସାରିଛନ୍ତି। ମୋଲୋସିଆରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ମଧ୍ୟ ଅଧିକାଂଶ ଲୋକ କେଭିନଙ୍କ ସଂପର୍କୀୟ ହେବେ।

ମୋଲୋସିଆକୁ ଦେଶର ମାନ୍ୟତା କୌଣସି ସରକାର ଦେଇନାହାନ୍ତି। ଏହି ଛୋଟ ଦେଶରେ ସବୁପ୍ରକାର ସୁବିଧା ରହିଛି । ବିଭିନ୍ନ ଦେଶରୁ ଲୋକେ ଛୁଟି କାଟିବା ପାଇଁ ଏଠାକୁ ଆସିଥାନ୍ତି। ହେଲେ ଦେଶ ଭିତରକୁ ପ୍ରବେଶ କରିବା ପାଇଁ ପାସପୋର୍ଟରେ ସେଠାର ଷ୍ଟାମ୍ପ ଲଗାଇବାକୁ ପଡିଥାଏ। ଏଠାକୁ ଆସୁଥିବା ଯାତ୍ରୀଙ୍କୁ ନିଜେ କେଭିନ୍‌ ବୁଲାଇ ସବୁ ସ୍ଥାନ ଦେଖାଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.