Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କିରୋସିନ୍ ଡିବିରୁ ଅଗ୍ନିକାଣ୍ଡ: ନିଆଁରେ ଜିଅନ୍ତା ଜଳି ଗଲେ ବୃଦ୍ଧା

1/06/2020 at 4:06 PM

ଆଠମଲ୍ଲିକ୧/୬: ନିଆଁରେ ଜଳିଗଲେ ବୃଦ୍ଧା। ଆଠମଲ୍ଲିକ ଆମ୍ବପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ମୃତା ପୁଞ୍ଜି ପ୍ରଧାନ ଏକ କିରୋସିନ୍‌ ଡିବି ଧରି ଘର ଭିତରେ କିଛି ଗୋଟେ ସାମଗ୍ରୀ ଖୋଜିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା। ସେହି ସ୍ଥାନରେ ସେ ଅଚେତ ଅବସ୍ଥାରେ ପଡି ଯାଇଥିଲେ। ନିଆଁ ଧୀରେ ଧୀରେ ଘରର ଚାରିଆଡ଼େ ବ୍ୟାପି ଯାଇଥିଲା। ସେହି ନିଆଁରେ ଜଳି ପୁଞ୍ଜି ପ୍ରଧାନ ପ୍ରାଣ ହରାଇଛନ୍ତି।

ନିଆଁ ଧୀରେ ଧୀରେ ଚାରିଆଡ଼େ ଖେଳିଯିବା ଯୋଗୁଁ ଧୂଆଁମୟ ହୋଇଯାଇଥିଲା ସେ ପର୍ଯ୍ୟନ୍ତ ବି ବୃଦ୍ଧା ସେହି ସ୍ଥାନରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହା ପରେ ଘର ଭିତରୁ ମୃତା ବୃଦ୍ଧାଙ୍କ ମୃତଦେହ ପଡିଥିବା ପରିବାର ଲୋକେ ଦେଖିଥିଲେ। 

   Related Posts