କମିଛି ତୈଳ ଚାହିଦା, କିନ୍ତୁ ଟ୍ୟାଙ୍କର୍ ବିଜନେସ୍ ରହିଛି ଲାଭରେ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ, ୨୪|୦୪:  କରୋନା ଭାଇରସ ପାଇଁ ସାରା ବିଶ୍ୱରେ ତୈଳ ଚାହିଦା କମ ରହିଛି ।  କିନ୍ତୁ ତୈଳ ଭଣ୍ଡାରର ଦାମ ବୃଦ୍ଧି ପାଇଛି । ଅର୍ଥାତ ଏହାକୁ ରଖାଯିବା ନେଇ ସ୍ଥାନାଭାବ ଦେଖାଯାଇଛି । ଯଦି ତୈଳ ରଖିବା ପାଇଁ ଏକ ଅସ୍ଥାୟୀ ଘର ଉପଲବ୍ଧ କରିପାରିବେ ତେବେ ଆପଣ ଲାଭରେ ରହିବେ ।

ଏବେ ସମୁଦ୍ରରେ ଅଧିକରୁ ଅଧିକ ତୈଳ ଟ୍ୟାଙ୍କରକୁ ଅଶୋଧିତ ତୈଳ ରଖିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ପ୍ରତି ଜାହାଜରେ ୨ ମିଲିୟନ ବ୍ୟାରେଲର ତୈଳ ରହୁଛି । ଅନ୍ୟ କିଛି ଟ୍ୟାଙ୍କର ଏବେ  ଚୀନ ଦଖଲକୁ ଚାଲିଯାଇଛି । ଚୀନ ଏବେ ଏହାର ଲାଭ ଉଠାଉଛି । ଫେବ୍ରୁଆରୀ ମାସରୁ ଟ୍ୟାଙ୍କରର ଚାହିଦା ବୃଦ୍ଧି ପାଇଛି । ଗୋଟିଏ ଦିନରେ ଏହାର ଦାମ ୨୦୦,୦୦୦ ଡଲାରରୁ ଅଧିକ ଥିବା ବେଳେ ବେଳେବେଳେ ଏହା ୩୦୦,୦୦୦ଡଲାର ମଧ୍ୟ ଛୁଇଁଯାଏ ।

{"id":259587,"width":755,"height":503,"sizeSlug":"large"}

ବେଲଜିୟମର ୟୁରୋନବ୍ ନାମକ ଏକ ଟ୍ୟାଙ୍କର କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହ୍ୟୁଗୋ ଡି ଷ୍ଟୁପ୍ କହିଛନ୍ତି ଯେ, ଏବେ ଏହି ଶିଳ୍ପ ଲାଭରେ ରହିଛି । ଜାହାଜ ପାଇଁ ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଅସାମାନ୍ୟ ରହିଛି ।  ହିପିଂ ହେଉଛି ଏକ ବ୍ୟବସାୟ ଯାହା ଜାହାଜ ଚାଳକଙ୍କ ଦ୍ୱାରା ପରିଚାଳିତ । ଏବେ କମ୍ପାନୀର ମାଲିକମାନେ ଏହି ସମୟରେ ଲାଭ ଉଠାଉଛନ୍ତି । କିନ୍ତୁ ତୈଳ କମ୍ପାନୀମାନେ ଦେବାଳିଆ ହେବା ସହ ଛଟେଇ ଆରମ୍ଭ କରିଦେଇଛନ୍ତି ।

ତେଲର ଦାମ୍ ଓ ଚାହିଦା ହ୍ରାସ ପାଇଛି । କାରଣ ବିମାନ ଏବେ ରନଓ୍ୱେରେ ପାର୍କ ହୋଇଥିବା ବେଳେ କାର, ବାଇକ ଆଦି ଚଳାଚଳ ବନ୍ଦ ରହିଛି । କିନ୍ତୁ ସାଉଦି ଆରବ ଆଦି ଦେଶ ତୈଳ ଉତ୍ପାଦନ ପୂର୍ବଭଳି ଜାରି ରଖିଛନ୍ତି । ବିଶ୍ଲେଷକଙ୍କ କହିବାନୁସାରେ, ଗତ ୧୦ ବର୍ଷ ମଧ୍ୟରେ ଟ୍ୟାଙ୍କର ବ୍ୟବସାୟ ସବୁଠାରୁ ଭଲ ହୋଇଛି । ୟୁରୋନବ୍ ଭଳି କମ୍ପାନୀର ଜାହାଜ ପୂର୍ବ ତୁଳନାରେ ଅଧିକ ଭଡା ନେଉଛନ୍ତି ।

ଏବେ ଟ୍ୟାଙ୍କର ବ୍ୟବସାୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭଲ ଚାଲିଛି । ବ୍ୟବସାୟୀମାନେ ଆସନ୍ତା ମାସରେ ମଧ୍ୟ ତୈଳ ଚାହିଦା କମ ରହିବ ବୋଲି ଆଶା କରୁଛନ୍ତି । ସେମାନେ ଜାହାଜରେ ଥିବା ତୈଳ ବିକ୍ରି କରି ଲାଭ ପାଇବେ ବୋଲି ଆଶା କରୁଛନ୍ତି । ଖାଡିରେ ଏବେବି ତୈଳ ବ୍ୟବସାୟ ଭଲ ରହିଛି । ତୈଳ ଭଣ୍ଡାର ତୁଳନାରେ ସିପିଂ ଅଧିକ ଲାଭଦାୟକ । ଦିନକୁ ଏଥିରୁ ପ୍ରାୟ ୮୦ ହଜାର ଡଲାର ଲାଭ ମିଳୁଛି ବୋଲି ଡି ଷ୍ଟୁପ୍ କହିଛନ୍ତି । ପ୍ରାୟ ୧୫୦୦ରୁ ଛୋଟ ଜାହାଜକୁ ମଧ୍ୟ ଭବିଷ୍ୟତରେ ବ୍ୟବହାର ନେଇ ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.