Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କୋଭିଡ ଚିକିତ୍ସାରେ ICU ନର୍ସ ଥିବା ଜେନି ମ୍ୟକାଗିଙ୍କ ଇସ୍ତଫା, ଜାଣନ୍ତୁ କାରଣ

20/05/2021 at 4:14 PM

ଲଣ୍ଡନ ୨୦।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଗତବର୍ଷ କରୋନା ସଂକ୍ରମିତ ହୋଇଥିବା ବେଳେ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଥିବା ନର୍ସ ଜେନି ମ୍ୟାକଗି ଚାକିରୀରୁ ଇସ୍ତଫା ଦେଇଛନ୍ତି। ଜେନି ତାଙ୍କ ଇସ୍ତଫା ନିମନ୍ତେ ଯେଉଁ କାରଣ ଦର୍ଶାଇଛନ୍ତି ଏଥିରେ ସରକାରଙ୍କ କୋଭିଡ ମୁକାବିଲା ନୀତିକୁ ଦାୟି କରିଛନ୍ତି। ଏହା ଛଡା ଜଣେ ନର୍ସ ଭାବେ ତାଙ୍କୁ ଯେଉଁ ସମ୍ମାନ ଓ ଦରମା ମିଳିବା କଥା ତାହା ବି ମିଳୁନି। ଏଣୁ ସେ ଚାକିରୀରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି।

ଜେନି ତାଙ୍କ ଇସ୍ତଫା ପତ୍ରରେ ଏହି ମହାମାରୀ ଯୋଗୁ ବ୍ରିଟେନରେ ଏପର୍ଯ୍ୟନ୍ତ ୧ଲକ୍ଷ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ତାଙ୍କ କ୍ୟାରିୟରର ଏହା ସବୁଠୁ ଜଟିଳତମ ସମୟ ବୋଲି ଉଲ୍ଲେଖ କରିଛନ୍ତି। ଦି ଇୟର ବ୍ରିଟେନ୍‌ ଷ୍ଟପଡ ଶୀର୍ଷକ ଏକ ଡକ୍ୟୁମେଣ୍ଟ୍ରିରେ ଜେନି ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ କରୋନା ମୁକାବିଲା ଲାଗି ଆମେ ଆମ ଜୀବନକୁ ବାଜି ଲଗେଇ ଦେଲୁ ଅଧିକ ପରିଶ୍ରମ ମଧ୍ୟ କଲୁ, ଆମ କାମର ଉଚ୍ଚ ପ୍ରଶଂସା ମଧ୍ୟ ହେଲା ହେଲେ ଯେଉଁ ଅନୁପାତରେ ଆମେ ଜୀବନକୁ ବାଜିରେ ଲଗାଉଛୁ ସେହି ଅନୁପାତରେ ଆମର ଦରମା ବଢୁ ନାହିଁ କି କେହି ଆମକୁ ସମ୍ମାନ ମଧ୍ୟ କରୁ ନାହାନ୍ତି।

ଜେନି କହିଛନ୍ତି ଯେ କରୋନା ଭାଇରସ ମହାମାରୀ ଲାଗି ସରକାର ସେପରି ପ୍ରଭାବଶାଳୀ ପଦକ୍ଷେପ ନେବା କଥା ସେପରି ପଦକ୍ଷେପ ନେଇ ନାହାନ୍ତି। ଏଣୁ ଅନିଶ୍ଚିତତା ଲାଗି ରହିଛି। ସେପଟେ ହସ୍ପିଟାଲ ଉପରେ ରୋଗୀଙ୍କ ଚାପ ବଢି ବଢି ଚାଲିଛି। ହେଲେ ସରକାର ଏପର୍ଯ୍ୟନ୍ତ ବେତନ ସୁଧାର ମଧ୍ୟ କରୁ ନାହାନ୍ତି। ଶୁଣାଯାଉଛି ସରକାର ଏନଏଚଏସ କର୍ମୀଙ୍କ ଲାଗି ୧ ପ୍ରତିଶତ ବେତନ ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ହେଲେ ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇନି ।

ବ୍ରିଟେନରେ କରୋନା ବ୍ୟାପିବା ଯୋଗୁ ଏପର୍ଯ୍ୟନ୍ତ ୪,୪୬୮୩୬୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୨୭, ୯୫୬ଜଣଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ମାର୍ଚ୍ଚମାସରେ  ବ୍ରିଟେନ ପ୍ରଧାନମନ୍ତ୍ରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ହସ୍ପିଟାଲରେ ତାଙ୍କର ଯତ୍ନ ନେଉଥିବା ୨ ନର୍ସ ଜେନି ମ୍ୟାକଗି ଓ ଲୁଇସ୍ ପିଟର୍ମାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

   Related Posts