Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର ସଂଖ୍ୟା ପହଞ୍ଚିଲା ୫ କୋଟିରେ, ଟପ-୨୦ରେ ମୋଦି ଏକାକୀ ଭାରତୀୟ, ୧୦.୮ କୋଟି ସହ ଓବାମା ଶିର୍ଷରେ

9/09/2019 at 8:00 PM

ନୂଆଦିଲ୍ଲୀ : ସୋସାଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରୀୟତା କିପରି ତାହା ତାଙ୍କ ଟ୍ୱିଟର ଆକାଉଣ୍ଟ ଫଲୋଅରଙ୍କ ସଂଖ୍ୟାରୁ ଜଣାପଡିଯାଏ। ଏବେ ମୋଦିଙ୍କ ମୋଟ ଫଲୋଅର ସଂଖ୍ୟା ୫ କୋଟିରେ ପହଞ୍ଚିଛି।  ବିଶ୍ୱର ସର୍ବାଧିକ ଫଲୋର ଥିବା ଟପ-୨୦ ଆକାଉଣ୍ଟଙ୍କ ମଧ୍ୟରେ ମୋଦି ଏକାକୀ ଭାରତୀୟ ଥିବା ବେଳେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ୧୦.୮ କୋଟି ଫଲୋଅରଙ୍କ ସହ ଶୀର୍ଷରେ ରହିଛନ୍ତି।

ସେହିପରି ସୋସାଲ ମିଡିଆ ଆକାଉଣ୍ଟରେ ବିଶ୍ୱର ବଡ ନେତାଙ୍କ ମଧ୍ୟରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଠାରୁ ମୋଦି ମାତ୍ର ୧.୪ କୋଟି ଫଲୋଅରଙ୍କ ପଛରେ ରହିଛନ୍ତି। ସେପଟେ ମୋଦିଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଟ୍ୱିଟର ଆକାଉଣ୍ଟ ଫଲୋଅର ସଂଖ୍ୟା ଏବେ ୩ କୋଟିରେ ପହଞ୍ଚିଛି। ନରେନ୍ଦ୍ର ମୋଦି ଗତ ଜାନୁୟାରୀ ୨୦୦୯ ମସିହାରେ ଟ୍ୱିଟରରେ ଯୋଗଦେଇଥିଲେ। ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରଠାରୁ ଟ୍ୱିଟରରେ ତାଙ୍କର ଲୋକପ୍ରୀୟତା  ବଢିବାରେ ଲାଗିଛି।

ତେବେ ମୋଦିଙ୍କ ବାଦେ ଭାରତୀୟ ନେତାଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ତାଙ୍କ ସୋସାଲ ଆକାଉଣ୍ଟରେ ସର୍ବାଧିକ। ୧ କୋଟି ୧୪ ଲକ୍ଷରୁ ଅଧିକ ଲୋକେ ଫଲୋ କରୁଛନ୍ତି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ତୃତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ଫଲୋଅରଙ୍କ ସଂଖ୍ୟା ୧କୋଟି ୫୨ ଲକ୍ଷ ଥିବା ବେଳେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ୧କୋଟି ୪୧ ଲକ୍ଷ ଫଲୋଅରଙ୍କ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ସୋସାଲ ମିଡିଆ ମାମଲାରେ ଦେଶରେ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ଫଲୋଅରଙ୍କ ସଂଖ୍ୟା ଏବେ ୧କୋଟି ୬ଲକ୍ଷରେ ଥିବା ଜଣାପଡିଛି।

   Related Posts