ଭାରତରେ ୭୨ ଦିନରେ ସଂକ୍ରମଣ ସଂଖ୍ୟା ୬ ହଜାର ଟପିଲା: ଚୀନ କିନ୍ତୁ ମାତ୍ର ୯ ଦିନରେ ବଢ଼ିଯାଇଥିଲେ ଆକ୍ରାନ୍ତ

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ୧୦/୦୪ : କରୋନା ସଂକ୍ରମଣ ଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି | ଏ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ୬୪୧୨ ହେଲାଣି | ଗତ ୭୨ ଦିନରେ ଭାରତ ୬ ହଜାର ପାରି କରିଛି | ଦେଶରେ ବର୍ତ୍ତମାନ ମୋଟ ୬୪୧୨ ଜଣ କରୋନା ପୀଡିତ ଅଛନ୍ତି | ଏମାନଙ୍କ ମଧ୍ୟରୁ ଆକ୍ଟିଭ ରୋଗୀ ଅଛନ୍ତି ୫୭୦୯ ଜଣ ଥିବା ବେଳେ ୧୯୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୫୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

ଭାରତରେ ଲଗାତାର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ୬୭୮ ନୂଆ ମାମଲା ସାମ୍ନାକୁ ଆସିଛି | ୨୪ ଘଣ୍ଟା ମଧ୍ୟରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି | ଦେଶରେ ୭୨ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରେ ପହଞ୍ଚିଛି | ଚୀନରେ ମାତ୍ର ୯ ଦିନରେ ୬ ହଜାର ଆକ୍ରାନ୍ତ ହୋଇଥିଲେ |

ଭାରତରେ ୪୨ ଦିନରେ ୧୦୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା | ୫୮ ଦିନ ପରେ ସଂକ୍ରମିତଙ୍କ ସଂଖ୍ୟା ହଜାରେରେ ପହଞ୍ଚିଥିଲା | ୬୩ ଦିନ ପରେ ୨ ହଜାର ଓ ୬୬ ଦିନରେ ୪ ହଜାର ପହଞ୍ଚିଥିଲା | କିନ୍ତୁ ୬୨ ଦିନ ପରେ ସଂକ୍ରମଣ ବଢି ୬ ହଜାର ପାର କରିଛି | ଦେଶରେ ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ | ସେଥିପାଇଁ ଏପ୍ରିଲ ୧୪ ତାରିଖରେ ଶେଷ ହେଉଥିବା ଲକଡାଉନ ଅବଧି ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି | ଦେଶର ପ୍ରଥମ ରାଜ୍ୟ ଭାବେ ଓଡିଶା ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି | ଓଡିଶାରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.