ରାଜ୍ୟରେ କୋଭିଡ୍-୧୯ ପଜିଟିଭ୍‌ଙ୍କ ସଂଖ୍ୟା ୬୦ ଛୁଇଁଲା, ଶେଷ ୫ ଙ୍କ ମଧ୍ୟରୁ ଜଣେ ଯାଜପୁରର ଏବଂ ୪ ଭୁବନେଶ୍ବରର

Published By : Prameya-News7 Bureau | April 14, 2020 IST

ଭୁବନେଶ୍ବର୧୪/୪: ରାଜ୍ୟରେ ଆଉ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଯାଜପୁରରେ ଜଣେ ଏବଂ ଭୁବନେଶ୍ବରରେ ୪ଜଣ। ଏହି ୫ କୋଭିଡ-୧୯ ପଜିଟିଭଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬୦ ରେ ପହଞ୍ଚିଛି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଗତକାଲି ୫୬୪ ଜଣଙ୍କର ନମୁନା ପରୀକ୍ଷଣ କରାଯାଇଥିବା ବେଳେ ସେଥିରୁ ୫ଜଣଙ୍କର ପଜିଟିଭ ଆସିଛି।

{"id":254144,"sizeSlug":"large"}

ଯାଜପୁର ଜାଫରପୁର ଅଞ୍ଚଳର ଜଣେ ୬୧ ବର୍ଷୀୟ ବ୍ୟକ୍ତି କୋଭିଡ-୧୯ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଭୁବନେଶ୍ବରରେ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଝାରପଡା ଅଞ୍ଚଳର ଜଣେ ଏବଂ ବମିଖାଲର ୩ ଜଣ । ଯାଜପୁର ସଂକ୍ରମିତଙ୍କ ଟ୍ରାଭେଲ ଲିଷ୍ଟ ଜାରି ହୋଇଛି।

{"id":254147,"sizeSlug":"large"}

ସେ କୋଲକାତାରୁ ଫେରିଥିଲେ। ସେପଟେ ଝାରପଡାର ସଂକ୍ରମିତ ବ୍ୟକ୍ତି ଜଣଙ୍କ ଜଣେ ପୁରୁଷ ଓ ତାଙ୍କର ବୟସ ୫୧ ବର୍ଷ। ସେ ରାଜ୍ୟର ୪୨ ତମ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ବମିଖାଲ ଅଞ୍ଚଳର ସଂକ୍ରମିତ ମଧ୍ୟରୁ ଜଣେ ୫୧ ବର୍ଷୀୟ ମହିଳା ଏବଂ ୫୦ ଓ ୭୫ ବର୍ଷ ବୟସର ଦୁଇଜଣ ପୁରୁଷ ରହିଛନ୍ତି।

{"id":254129,"sizeSlug":"large"}

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଏହି ସୂଚନା ଦେବାବେଳେ ରାଜ୍ୟରେ କରୋନା ଟେଷ୍ଟିଂ ପଦ୍ଧତି ଓ ପରିମାଣ ବିଷୟରେ ଉଲ୍ଲେଖ କରିଛନ୍ତି।

{"id":254149,"sizeSlug":"large"}

ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ୨୫୦ ପାଖାପାଖି ନମୁନା ପରୀକ୍ଷା ହୋଇଥିବା ବେଳେ ସୋମବାର ସେହି ପରିମାଣ ୫୬୪କୁ ବୃଦ୍ଧି ପାଇଛି।

{"id":254150,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.