ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଟପିଲା, କରୋନା ମୃତ୍ୟୁ ସଂଖ୍ୟା ୬କୁ ଛୁଇଁଲା

Published By : Prameya-News7 Bureau | May 20, 2020 IST

ଭୁବନେଶ୍ୱର ୨୦/୫: ରାଜ୍ୟରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। କରୋନାରେ ମୃତ୍ୟୁ ହୋଇଥିବା  ଜଣଙ୍କ ଖୋର୍ଦ୍ଧାର ଜଣେ ୭୦ ବର୍ଷୀୟ ବୃଦ୍ଧ ।

{"id":273030,"sizeSlug":"large"}

ଚିହ୍ନଟ ୭୪ କରୋନା ପଜିଟିଭଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନରେ ଥିଲେ । ଚିହ୍ନଟ ହୋଇଥିବା ୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ -୨୮, ପୁରୀ -୧୧, କଟକ-୯, ଖୋର୍ଦ୍ଧା-୭, ଗଞ୍ଜାମ-୬, ଯାଜପୁର-୬, କେନ୍ଦ୍ରାପଡା-୨, ମାଲକାନଗିରି-୨ ଜଣ ରହିଛନ୍ତି । ସେହିପରି ବାଲେଶ୍ୱର , ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.